ଓଡ଼ିଶା ସମାଚାର

ଓଡ଼ିଶାବାସୀଙ୍କୁ ହତାଶ୍ କରିଛନ୍ତି ମୋଦି: ପ୍ରସାଦ

ଓଡ଼ିଶାବାସୀଙ୍କୁ ହତାଶ୍ କରିଛନ୍ତି ମୋଦି: ପ୍ରସାଦ

April 19
15:18 2017

ଭୁବନେଶ୍ୱର, ୧୯/୦୪/୨୦୧୭(ଓଡ଼ିଶା ସମାଚାର) –ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତରୁ ଓଡ଼ିଶାବାସୀ ବହୁ ଆଶା ଓ ଅପେକ୍ଷା କରିଥିବାବେଳେ ପ୍ରତିଥର ଭଳି ଏଥର ମଧ୍ୟ ସେ ସେମାନଙ୍କୁ ନିରାଶ କରିଛନ୍ତି । ଆଶା କରାଯାଉଥିଲା ଓଡ଼ିଶାର ବିଭିନ୍ନ ପ୍ରସଙ୍ଗରେ ସେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିବେ ଫଳରେ ଓଡ଼ିଶା ଉପକୃତ ହେବ । କିନ୍ତୁ ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ଚରମ ଉଦାସୀନତା ଓଡ଼ିଶାବାସୀଙ୍କ ଏହି ଆଶା ଆଙ୍କାକ୍ଷାକୁ ଧୂଳିସାତ କରିଛି ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଓଡ଼ିଶା ପାଇଁ ବିଜେଡ଼ି ଦୁର୍ଯେ୍ୟାଧନ ହୋଇଥିବା ବେଳେ ବିଜେପି ଦୁଃଶାସନ ବୋଲି ଶ୍ରୀ ହରିଚନ୍ଦନ ଆକ୍ଷେପ କରିଛନ୍ତି । ୧୭ବର୍ଷ ବିଜେଡି ଶାସନରୁ ନ ବର୍ଷ ବିଜେପି ଭାଗୁଆଳି ହୋଇ ଶାସନ କରି ଶିଳ୍ପ, ସମବାୟ, ରାଜସ୍ୱ, ଗୃହ ଏବଂ ନଗର ଉନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଥିଲେ । ପଣସ ଖାଇ କେବଳ ବିଜେଡ଼ି ମୁଣ୍ଡରେ ଅଠା ବୋଳି ସେ ଖସିଯାଇପାରିବେ ନାହିଁ । ଏ ବିଫଳତା ପାଇଁ ସେମାନେ ମଧ୍ୟ ଉତରଦାୟୀ । ବରଗଡ ଠାରେ ଚାଷୀ ସମାବେଶରେ ଉପସ୍ଥିତ ରହି ନିଜେ ପ୍ରଧାନମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ସବୁ ଦେଇଯାଇଥିଲେ ତାହା ପରବର୍ତୀ ପର୍ଯ୍ୟାୟରେ ପୂରଣ କରିନଥିଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୩ ହଜାର ଟଙ୍କାକୁ ବୃଦ୍ଧି କରିବା ପାଇଁ କରାଯାଇଥିବା ସଂକଳ୍ପରେବିଜେପି ବିଧାୟକମାନେ ମଧ୍ୟ ଉପସ୍ଥିତ ଥିଲେ । ତେଣୁ ଆମେ ଆଶା ଓ ଅପେକ୍ଷା କରିଥିଲୁ ପ୍ରଧାନମନ୍ତ୍ରୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୩ ହଜାର ଟଙ୍କାକୁ ବଢାଇବା ପାଇଁ ଘୋଷଣା କରିବା ସହିତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ କୃଷି ଋଣ ଛାଡ କରିବାକୁ ଘୋଷଣା କରିବେ । ମାତ୍ର ମୋଦି ହତାସ କଲେ । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶାବାସୀଙ୍କ ସ୍ୱାଭିମାନକୁ କେହି ଆଘାତ କଲେ ସେମାନେ କେବେବି ବରଦାସ୍ତ କରିବେ ନାହିଁ । ବହୁ ଆଡ଼ମ୍ବରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶାରେ ଦଳର ଜାତୀୟ କାର୍ଯ୍ୟକାରିଣୀ କରିଥିବା ଭାରତୀୟ ଜନତାପାର୍ଟି, ଓଡ଼ିଶାର ଗରୀବ ଜନସାଧାରଣଙ୍କ ପାଇଁ ପଦୁଟିଏ କଥା ନ କହିବା ପରିତାପର ବିଷୟ । ଆଶା ଥିଲା ମହାନଦୀ ଭଳି ଏକ ଗରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କର ସ୍ପଷ୍ଟ ମତ ରଖିବେ । ଯାହା ଫଳରେ ମହାନଦୀ ଜଳ ଉପରେ ଓଡ଼ିଶାର ସାମ୍ବିଧାନିକ ଏବଂ ଆଇନଗତ ହକକୁ ରକ୍ଷାକରାଯାଇ ପାରିବ । କିନ୍ତୁ ଦୁର୍ଭାଗ୍ୟର କଥା ଛତିଶଗଡ଼ରେ ନିଜର ଦଳୀୟ ସ୍ୱାର୍ଥର ରକ୍ଷାପାଇଁ ପ୍ରଧାନ ମନ୍ତ୍ରୀ ଶ୍ରୀ ମୋଦି ଓଡ଼ିଶାର ସ୍ୱାର୍ଥକୁ ଉପେକ୍ଷା କଲେ । ଅପର ପକ୍ଷରେ କଟାଘାରେ ଚୂନ ଦେବାଭଳି କେନ୍ଦ୍ର ଜଳସଂପଦ ମନ୍ତ୍ରୀ ସୁଶ୍ରୀ ଉମାଭାରତୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଶ୍ରୀ ରମଣ ସିଂ ମହାନଦୀ ପ୍ରସଙ୍ଗରେ ତାତ୍ସଲ୍ୟପୂର୍ଣ୍ଣ କଟାକ୍ଷ କଲେ, ଯେଉଁଥିରୁ ତାଙ୍କର ଅହଙ୍କାର ସ୍ପଷ୍ଟ ବାରିହୋଇ ପଡ଼ୁଥିଲା । ଆଶା କରାଯାଉଥିଲା ପ୍ରଧାନମନ୍ତ୍ରୀ ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା କିମ୍ବା ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବେ । ଇତି ମଧ୍ୟରେ ମୋଦି ସରକାର ତିନି ବର୍ଷ ପୂରଣ କରି ସାରିଥିଲେ ମଧ୍ୟ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଚୁପ୍ ରହିବା ଓଡ଼ିଶାବାସୀଙ୍କ ପାଇଁ ଅତ୍ୟନ୍ତ ଅପମାନଜନକ । ପଛୁଆବର୍ଗ କମିଶନ ଗଠନ ସଂକ୍ରାନ୍ତରେ ବିଜେପି କାର୍ଯ୍ୟକାରିଣୀ ଏକ ପ୍ରସ୍ତାବ ପାରିତ ହୋଇଛି । ୧୯୯୩ ମସିହାରେ କଂଗ୍ରେସ ନେତୃତ୍ୱାଧିନ ସରକାର ପଛୁଆବର୍ଗ କମିଶନ ଗଠନ କରିଥିଲେ । ଏଥିରେ ଭାରତୀୟ ଜନତା ପାର୍ଟିର କୌଣସି ଅବଦାନ ନଥିଲା । ଏବେ ସେ ଯେଉଁ ବିଲ ବିଷୟରେ କହୁଛନ୍ତି ଏହା ୧୨୩ ତମ ସମ୍ବିଧାନ ସଂଶୋଧନ ବିଧେୟକ । ଗତ ସୋମବାର ଦିନ ଲୋକସଭାରେ ମୋଦି ସରକାର ଏ ବିଲ ପାରିତ କରିଥିଲେ ଏବଂ ରାଜ୍ୟ ସଭାରେ ଅତ୍ୟନ୍ତ ତରବରିଆ ଭାବେ ପାରିତ କରି ବିଲ୍କୁ ଆଇନରେ ପରିଣତ କରିବାକୁ ଚାହୁଁଥିଲେ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଲକୁ ତରବରିଆ ଭାବେ ପାରିତ ନ କରି ଏହା ଉପରେ ଅଧିକ ଆଲୋଚନ କରି ଯେପରି ପଛୁଆବର୍ଗ ଲୋକଙ୍କର ଆହୁରି ଅଧିକ ଅର୍ଥନୈତିକ ଏବଂ ସାମାଜିକ ବିକାଶ ହୋଇପାରିବ ସେଥିପାଇଁ କଂଗ୍ରେସ ଏହାକୁ ସିଲେକ୍ଟ କମିଟିକୁ ପଠାଇବାକୁ କହିଥିଲା । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସିଲେକ୍ଟ କମିଟିରେ ଅଧିକ ଆଲୋଚନା ପାଇଁ ସୁଯୋଗ ମିଳିବ ବୋଲି କଂଗ୍ରେସ ଆଶା କରୁଛି ।ଏହି ସାମ୍ବାଦିକ ସମ୍ମିଳନୀର ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଲୋଚନା ଦାସ ଏବଂ ସୌଗତ ମହାନ୍ତି ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

thirteen + twenty =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...