କିଶନନଗର ଥାନା ପକ୍ଷରୁ ୪ ଚୋରି ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

କଟକ ସଦର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କିଶନନଗର ଥାନା ଅଞ୍ଚଳରୁ କ୍ରମାଗତ ଭାବେ ଚୋରି ବୃଦ୍ଧି ପାଉଥିବା କୁହାଯାଉଥିଲା ଵେଳେ ପୋଲିସ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି ମଙ୍ଗଳବାର ଦିନ ଅଦାଲତ ଓ ଯୁଭେନାଇଲ ଅଦାଲତ ଚାଲାଣ କରିଥିବା ସାଲେପୁର ଉପଖଣ୍ଡ  ପୋଲିସ ଅଧିକାରୀ ନିହାର ରଞ୍ଜନ ପ୍ରଧାନ କିଶନନଗର ଥାନାରେ ଆଇଆଇସି ରଶ୍ମି ରଞ୍ଜନ ଦାସ ଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ସେମାନଙ୍କ ଠାରୁ ନୂଆ ଆଣ୍ଡ୍ରଏଡ ମୋବାଇଲ ଫୋନ ୭ ଟି,ଏଚପି ଲ୍ୟାପଟପ୍ ଗୋଟିଏ ଏଵଂ ୩୬ ହଜାର ଟଙ୍କା ଜବତ କରାଯାଇଥିବା ଜଣାଯାଇଛି। ଅଭିଯୁକ୍ତ ମାନେ ହେଲେ ଏହି ଥାନା ଅନ୍ତର୍ଗତ ହୁଲିପୁର ଗ୍ରାମର ସାଗର ଭୋଇ (୨୩), ରାଜେଶ ଭୋଇ (୨୦),ସିପକ ମଲ୍ଲିକ (୨୨), ରଞ୍ଜନ ମଲ୍ଲିକ (୧୬) ହୋଇଥିବା ବେଳେ ସେମାନଙ୍କୁ ମାମଲା ନଂ ୨୬୦/୯.୧୧.୨୦୨୩, ୨୭୧/୨୭.୧୧.୨୦୨୩, ୨୮୫/୭.୧୨, ୨୦୨୩, ୨୯୦/୧୦.୧୨.୨୦୨୩ ଦଫା ୪୫୭/୩୮୦ ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି  ।

Leave a Reply

Your email address will not be published. Required fields are marked *