ଓଡ଼ିଶା ସମାଚାର

ଭୁବନ : ବିଜେପିରେ ମିଶିଲେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରକାଶ କଅଁର

ଭୁବନ : ବିଜେପିରେ ମିଶିଲେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରକାଶ କଅଁର

ଭୁବନ : ବିଜେପିରେ ମିଶିଲେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରକାଶ କଅଁର
April 18
17:52 2017

ଭୁବନ,୧୮/୦୪/୨୦୧୭(ଓଡ଼ିଶା ସମାଚାର) –କେନ୍ଦ୍ର ସରକାର ଙ୍କ ପେଟ୍ରୋଲିୟମ ତଥା ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଅପରାହ୍ନରେ ଭୁବନ ଗସ୍ତରେ ଆସିଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କଅଁର ତାଙ୍କର ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ । ଓଡିଶାର ପ୍ରଥମ ବିଜେପି ବିଧାୟକ ପ୍ରସନ୍ନ ପଟ୍ଟନାୟକ ଙ୍କ ନେତୃତ୍ୱ,ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଲୋକପ୍ରିୟତା ଓ କାର୍ଯ୍ୟଦକ୍ଷତାରେ ଆକୃଷ୍ଟ ହୋଇ ଶ୍ରୀ କଅଁର କାଳୀବଜାରସ୍ଥିତ ସହିଦ୍ ବାଜିରାଉତ ଙ୍କ ପ୍ରତିମୂର୍ତୀ ନିକଟରେ କେନ୍ଦ୍ରମନ୍ତ୍ରୀ ଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ କଅଁର, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ପୂର୍ବତନ ଏମ.ପି ରୁଦ୍ରନାରାୟଣ ପାଣି,ଭୁବନ ନଗରମଣ୍ଡଳ ସଭାପତି ଭବାନୀ ଶଙ୍କର ବେହେରା,ବାରୁଆଁ ମଣ୍ଡଳ ସଭାପତି ପ୍ରସନ୍ନ କଅଁର,ଜିରାଳ ମଣ୍ଡଳ ସଭାପତି ମାୟାଧର ସାହୁ,ରାଜ୍ୟ ପରିଷଦ ସଭ୍ୟ ସନାତନ ପାତ୍ର,ଜିଲ୍ଲା ବିଜେପି ସାଧାରଣ ସଂପାଦକ ପ୍ରେମାନନ୍ଦ ଜେନା,ମିଡିଆସେଲ ପ୍ରଭାରୀ ନବକିଶୋର ଗୁରୁ,ରଂଜନ ବେହେରା,କାଉନସିଲର ମାୟାଧର ଗୁରୁ,କୈଳାସ ଚନ୍ଦ୍ର ବେହେରା,ମୋହନ ନାୟକ,ଗଣେଶ୍ୱର ନାୟକ,ସଂଜୟ ସାହୁ,ମହେଶ୍ୱର ଖିଲାର,ଚୈତନ୍ୟ ପୃଷ୍ଟି,ବାଇଧର ସାହୁ,ବିଜୟ ଦାସ ପ୍ରମୁଖ ଶହସ୍ରାଧିକ ଦଳୀୟ କର୍ମୀ ସମ୍ବର୍ଦ୍ଧନା ଓ ମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ,ବରିଷ୍ଠ ବିଜେଡି ନେତା ଭାବେ ପରିଚିତ ଶ୍ରୀଯୁକ୍ତ କଅଁର ୧୯୯୨-୧୯୯୭ ପର୍ଯ୍ୟନ୍ତ ଭୁବନ ବ୍ଲକର ଅଧ୍ୟକ୍ଷ,୨୦୧୨-୨୦୧୭ ପର୍ଯ୍ୟନ୍ତ ଧଳପଡା ସମିତିସଭ୍ୟ ଭାବେ କାର୍ଯ୍ୟକରିଥିବା ବେଳେ ତାଙ୍କ ପନôୀ ପ୍ରିୟମ୍ବଦା କଅଁର ମଧ୍ୟ ସମିତିସଭ୍ୟ ଥିଲେ ।  ଶ୍ରୀଯୁକ୍ତ କଅଁର ଙ୍କ ବିଜେପିରେ ଯୋଗଦାନ ଫଳରେ ଭୁବନ ବ୍ଲକରେ ବିଜେପି ଶକ୍ତିଶାଳୀ ହେବ ବୋଲି ପୂର୍ବତନ ବିଧାୟକ ପ୍ରସନ୍ନ ପଟ୍ଟନାୟକ ମତ ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

19 − 6 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...