ଓଡ଼ିଶା ସମାଚାର

ଘରୋଇ ନର୍ସିଂ ହୋମରେ ବେଆଇନି ଭାବେ ଚାଲିଛି ଭୃଣହତ୍ୟା ଓ ଗର୍ଭପାତ ସ୍ୱାସ୍ଥ୍ୟ ବିଭାଗ କରୁଛି କଣ ?

ଘରୋଇ ନର୍ସିଂ ହୋମରେ ବେଆଇନି ଭାବେ ଚାଲିଛି ଭୃଣହତ୍ୟା ଓ ଗର୍ଭପାତ ସ୍ୱାସ୍ଥ୍ୟ ବିଭାଗ କରୁଛି କଣ ?

April 18
17:39 2017

ଯାଜପୁର, ୧୮/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ) – ରାଜ୍ୟ ଓ କେନ୍ଦ୍ର ସରକାର କନ୍ୟା ଭୃଣ ହତ୍ୟା ଉପରେ ଯେତେ କଟକଣା ଜାରି କଲେ ମଧ୍ୟ କନ୍ୟା ଭୃଣ ହତ୍ୟା ଥମୁନଥିବା ଦେଖିବାକୁ ମିଳିଛି । ପୂର୍ବରୁ ସରକାରୀ ଡାକ୍ତରଖାନାରେ ଭୃଣ ହତ୍ୟା କରାଯାଉଥିବା ଓ ଗର୍ଭପାତ କରାଯାଉଥିବା ନେଇ ଅଭିଯୋଗ ହେଲାପରେ ତାହା ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । କିନ୍ତୁ ଘରୋଇ କ୍ଲିନିକ୍ ଓ ନର୍ସିଂ ହୋମଗୁଡ଼ିକରେ ଅବାଧରେ କନ୍ୟା ଭୃଣ ହତ୍ୟା ଓ ଗର୍ଭପାତ ଚାଲିଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନ ସବୁ ଜାଣି ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି । ଖାଲି ସେତିକିନୁହେଁ ସଚେତନତା ଅଭାବରୁ ଜଣେ ପିତା ତାର ଜନ୍ମିତ ଶିଶୁ କନ୍ୟାକୁ ଖତଗଦାରେ ପୋତିଦେବା ଘଟଣା ସମଗ୍ର ଯାଜପୁର ଜିଲା ସମେତ ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା । ଶିଶୁ କନ୍ୟାଟିକୁ ଉଦ୍ଧାର କରାଗଲା ପରେ ଅତି ଆଡ଼ମ୍ବର ସହକାରେ ଜିଲା ପ୍ରଶାସନ ଶିଶୁ କନ୍ୟାର ନାମକରଣ କରିବା ସହ ତାର ଏକୋଇଶିଆ କରି ସମାଜକୁ ଏକ ନୂତନ ବାର୍ତା ଦେଇଥିଲା । ଖତଗଦାରୁ ଶିଶୁ କନ୍ୟା ଉଦ୍ଧାର ପୂର୍ବରୁ ବିରଜା ରିଂ ରୋଡ଼ରୁ ସ୍ଥାନୀୟ ଯୁବକମାନେ ଏକ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରି ସ୍ଥାନୀୟ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ କରାଇଥିଲେ । ନବଜାତ ଶିଶୁ କନ୍ୟାର ଅବସ୍ଥା ଗୁରୁତର ଥିବାରୁ ଶିଶୁ ସୁରକ୍ଷା ୟୁନିଟ୍ ସହାୟତାରେ ଅଧିକ ଚିକିତ୍ସା ନିମନ୍ତେ କଟକ ଶିଶୁ ଭବନକୁ ପଠାଯାଇଛି । ଗତ ଶନିବାର ଦିନ କିଆନାଳୀ କୂଳ ଛକରେ ଥିବା ଏକ ଘରୋଇ ନର୍ସିଂ ହୋମ ସମ୍ମୁଖରେ ନବଜାତ ଶିଶୁ କନ୍ୟାର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯାହାକୁ ନେଇ ସମଗ୍ର ସହରରେ ଆଲୋଡ଼ନ ଖେଳାଇ ଦେଇଥିଲା । ଯାଜପୁର ସହର ସମେତ ଆଖପାଖ ଅଳରେ ଛତୁ ଫୁଟିଲା ପରି ଘରୋଇ କ୍ଲିନିକ୍ ଓ ନର୍ସିଂ ହୋମ ଖୋଲାଯାଇଛି । କେତେକ କ୍ଲିନିକ୍ ଓ ନର୍ସିଂ ହୋମଗୁଡ଼ିକର ଲାଇସେନ୍ସ ନବୀକରଣ ହୋଇନଥିଲେ ମଧ୍ୟ ବେଆଇନଭାବେ ଚଳାଉଥିବା ଅଭିଯୋଗ ହେଉଛି । ଜିଲା ସ୍ୱାସ୍ଥ୍ୟ ବିଭାଗ ସବୁ ଜାଣି ନୀରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି । ଯାଜପୁର ସହର କିଆନାଳୀ କୂଳ ଓ ମେଡ଼ିକାଲ ରୋଡ଼ରେ ଥିବା ଘରୋଇ ନର୍ସିଂ ହୋମରେ ଅବାଧରେ କନ୍ୟା ଭୃଣ ହତ୍ୟା ଓ ଗର୍ଭପାତ ହେଉଥିବା ନେଇ ଅଭିଯୋଗ ହେଉଛି । ଏହି ନର୍ସିଂ ହୋମରେ ବେଆଇନଭାବେ ଉକ୍ତ କାର୍ଯ୍ୟ ଚାଲିଥିବା ଜଣାପଡ଼ିଛି । ଖାଲି ସେତିକି ନୁହେଁ ଜିଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀମାନଙ୍କ ପାଇଁ ଆସୁଥିବା ସରକାରୀ ଔଷଧ ଉକ୍ତ ନର୍ସିଂ ହୋମକୁ ଅବାଧରେ ଚାଲାଣ ହେଉଛି । ଏହି କାର୍ଯ୍ୟରେ ଡାକ୍ତରଠାରୁ ଆରମ୍ଭକରି ସେବିକା ପର୍ଯ୍ୟନ୍ତ ନିୟୋଜିତ ହେଉଛନ୍ତି । ଗତବର୍ଷ ମେଡ଼ିକାଲ ରୋଡ଼ରେ ଥିବା ଏକ ଘରୋଇ ନର୍ସିଂ ହୋମକୁ ମୁଖ୍ୟ ଚିକିତ୍ସାଳୟରୁ ସରକାରୀ ଔଷଧ ଚୋରା ଚାଲାଣ ହେଉଥିବାବେଳେ ପୁଲିସ ହାତରେ ରୋଗୀର ସମ୍ପର୍କୀୟ ଧରା ପଡ଼ିଥିଲା । ଧରା ପଡ଼ିଥିବା ରୋଗୀର ସମ୍ପର୍କୀୟ ଜେଲ ଯାଇଥିବାବେଳେ ସରକାରୀ ଔଷଧ ଯୋଗାଉଥିବା ସେବିକା ଜଣକୁ ସ୍ୱାସ୍ଥ୍ୟ ବିଭାଗ ସୁରକ୍ଷା ଯୋଗାଇ ଦେଇଥିଲା । ଯାହାଫଳରେ ସରକାରୀ ଔଷଧ ଚୋରାଚାଲାଣ କରୁଥିବା କର୍ମଚାରୀମାନେ ଉତ୍ସାହିତ ହେଉଥିବା ଦେଖିବାକୁ ମିଳିଛି । ସେହିପରି ଗର୍ଭବତୀ ମହିଳାଙ୍କ ଅଲଟ୍ରାସାଉଣ୍ଡ ସମୟରେ ଲିଙ୍ଗ ନିରୂପଣ ଚିହ୍ନଚ ନେଇ କଟକଣା ଥିଲେ ମଧ୍ୟ ଉକ୍ତ ନର୍ସିଂ ହୋମଗୁଡ଼ିକ ମାନୁନଥିବା ଓ ଗୁପ୍ତଭାବେ ମହିଳାଙ୍କ ସମ୍ପର୍କୀୟମାନଙ୍କୁ ଅବଗତ କରାଇ କନ୍ୟା ଭୃଣ ହତ୍ୟା କରି ମୋଟ ଅଙ୍କର ଅର୍ଥ ନେଉଥିବା ଅଭିଯୋଗ ହେଉଛି । ଏହି ନର୍ସିଂ ହୋମଗୁଡ଼ିକରେ ଅବୈଧ ଗର୍ଭପାତ ଅଭିଯୋଗ ହେଉଛି । ଗର୍ଭପାତ ପରେ ନବଜାତ ଶିଶୁ କନ୍ୟାର ମୃତ ଦେହକୁ ରାସ୍ତା ପାଶ୍ୱର୍ରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଗତ କିଛିମାସ ତଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାର ସମସ୍ତ ସରକାରୀ ଓ ଘରୋଇ ନର୍ସିଂ ହୋମ ଫାୟାର ସେଫ୍ଟି ଉପେ ଗୁରୁତ୍ୱ ଦେବାପାଇଁ ନିର୍ଦ୍ଧେଶନାମା ଜାରି କରିଥିଲେ  । କିନ୍ତୁ ଏହି ଫାୟାର ସାର୍ଟିଫିକେଟ୍ ସହରର ହାତଗଣତି କେତୋଟି ନର୍ସିଂ ହୋମ ଆଣିଥିଲେ ମଧ୍ୟ ଅନ୍ୟ ନର୍ସିଂ ହୋମ ଆଣିନଥିଲେ । ସମସ୍ତ ନିୟମ କାନୁନ୍କୁ ଦଳି ମକଚି ନର୍ସିଂ ହୋମ ମାଲିକମାନେ ବେଆଇନଭାବେ ନିଜ ସାମ୍ରାଜ୍ୟ ବିସ୍ତାର କରିବା ଓ ରୋଗୀମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି । ନିଜ କାର୍ଯ୍ୟରେ ଅବହେଳା କରି ସରକାରୀ ଡାକ୍ତର ବାବୁମାନେ ମେଡ଼ିକାଲ ରୋଡ଼ରେ ଥିବା ତଥାକଥିତ ଡାକ୍ତରଖାନାରେ ଅର୍ଥ ଲୋଭରେ ବେଆଇନଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ସମସ୍ତ ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ଥାଇ ସ୍ଥାଣୁ ପାଲଟି ଯାଇଥିବା ଦେଖିବାକୁ ମିଳିଛି । ଜିଲାପାଳ ସମସ୍ତ ବିଷୟ ପ୍ରତି ଦୃଷ୍ଟି ଦେବାସହ ଅଚାନକ ନର୍ସିଂ ହୋମଗୁଡ଼ିକର କାଗଜପତ୍ର ଯାଂଚ କଲେ ସମସ୍ତ ଘଟଣା ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

seventeen + 20 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...