ଓଡ଼ିଶା ସମାଚାର

କେନ୍ଦ୍ରାପଡ଼ାରେ ବିଜୁ ବାବୁଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ – ୨୩୯ ୟୁନିଟ୍ ରକ୍ତ ସଂଗୃହୀତ

କେନ୍ଦ୍ରାପଡ଼ାରେ ବିଜୁ ବାବୁଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ – ୨୩୯ ୟୁନିଟ୍ ରକ୍ତ ସଂଗୃହୀତ

April 18
06:51 2017

କେନ୍ଦ୍ରାପଡ଼ା, ୧୮/୦୪/୨୦୧୭(ଓଡ଼ିଶା ସମାଚାର) –ମହାନ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୦ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ  କେନ୍ଦ୍ରାପଡ଼ା ପୋ÷ରପରିଷଦ ଟାଉନ ହଲ ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଜୀବନ ବିନ୍ଦୁ ରକ୍ତ ଦାନ ଶିବିରରେ ୨୩୯ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

                   ଜିଲ୍ଲା ବିଜୁ ନେତା ଦଳ ସଭାପତି ଧ୍ରୁବ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡ଼ାର ବିଧାୟକ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ବିଜୁ ବାବୁଙ୍କୁ କେନ୍ଦ୍ରାପଡ଼ାବାସୀ ଆମର ବୋଲି ସବୁବେଳେ ଭାବୁଥିଲେ ଏବଂ ବିଜୁବାବୁ କେନ୍ଦ୍ରାପଡ଼ା ବାସୀଙ୍କୁ ସବୁଠୁ ଅଧିକ ଭଲ ପାଉଥିଲେ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ପ୍ରଦର୍ଶିତ ମାର୍ଗରେ ନବୀନ ପଟ୍ଟନାୟକଙ୍କ ସରକାର କେନ୍ଦ୍ରାପଡ଼ା ବିକାଶ କରି ଚାଲିଛନ୍ତି ବୋଲି କହିବା ସହ ଯୁବଶକ୍ତି ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲା ନିଜର ଅଭିଭାଷଣରେ ବିଜୁବାବୁଙ୍କ ସହ ବହୁ ସ୍ମରଣୀୟ ଘଟଣା ଗୁଡିକର ସ୍ମତିଚାରଣ କରିବା ସହ ପିତାଙ୍କ କର୍ମ ଭୂମିକୁ ନବୀନ ବାବୁ ମଧ୍ୟ ବିଜୁବାବୁଙ୍କ ପରି ଭଲ ପାଆନ୍ତି ଏବଂ ଏହାର ବିକାଶ ପାଇଁ ସର୍ବଦା ଚେଷ୍ଟା କରି ଆସିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡ଼ାର ବିଧାୟକ କିଶୋର ଚନ୍ଦ୍ର ତରାଇ ପ୍ରବାଦ ପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି କହିଥିଲେ ଯେ ଯୁବକ ମାନେ ବିଜୁବାବୁଙ୍କ ଭଳି ସାହାସୀ ଓ ସକାରାତ୍ମକ ଚିନ୍ତାଧାରା ନେଇ କାମ କଲେ କେନ୍ଦ୍ରାପଡ଼ାକୁ ଆମେ ରାଜ୍ୟର ଏକ ନମ୍ବର ଜିଲ୍ଲାରେ ପରିଣତ କରି ପାରିବା ଏବଂ ଏହାହିଁ ହେବ ବିଜୁବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳୀ, ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଦୈନିକ ସମାଜର ପୂର୍ବତନ ପରିଚାଳକ ସୁରେଶ ଚନ୍ଦ୍ର ମନ୍ତ୍ରୀ ଯୋଗଦେଇ ଓଡିଶା ବିକାଶ ପାଇଁ ବିଜୁବାବୁଙ୍କ ଦୃଷ୍ଟିଭଙ୍ଗୀ ଉପରେ ତଥ୍ୟ ଭିତିକ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଅଧ୍ୟକ୍ଷ ମାନସ କୁମାର ପରିଡା, ପୂର୍ବତନ ନଗରପାଳ ଧିରେନ ସାହୁ, କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଅନାମ ବଂଧୁ ଧଳ, ରାଜନଗର ବ୍ଲକ ଅଧ୍ୟକ୍ଷ ଜୟରାମ ସେଠୀ, ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷା ଜୋତିର୍ମୟୀ ବେହେରା, ଆଳି ବ୍ଲକ ଅଧ୍ୟକ୍ଷା ଝରଣା ଦାସ, ରାଜକନିକା ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ଦାସ, ଡେରାବିଶ ବ୍ଲକ ଅଧ୍ୟକ୍ଷ ସରୋଜ ସାହୁ, ରାଜ୍ୟ ପରିଷଦ ସଭ୍ୟ ଶୈଳେନ୍ଦ୍ର ନାରାୟଣ ଦାସ, ଜିଲ୍ଲା ବିଜେଡି ସାଧାରଣ ସଂପାଦକ ପ୍ରଦିପ୍ତ ମହାନ୍ତି, ନଗର ବିଜେଡି ସଭାପତି ଶ୍ରୀକାନ୍ତ ପଣ୍ଡା, ସଂଖ୍ୟାଲଘୁ ସେଲ୍ର ଆବାହକ ସଲିମ ଖାନ, ପ୍ରାକ୍ତନ ପୋ÷ରାଧ୍ୟକ୍ଷା ରୋସନା ସାହୁ, ଭଜକୃଷ୍ଣ ରାଉତ, କାର୍ତିକ ନାୟକ, ରାଜେଶ ଦାସ, ସଂଜୟ ଲେଙ୍କା, ପ୍ରମୋଦ ରଥ, ଅଶୋକ ପ୍ରତିହାରୀ, ସୁରେନ୍ଦ୍ର ପ୍ରସାଦ ରାଉତ, ରବିନ୍ଦ୍ର ସେଠୀ, ସବିତା ସାହୁ, ପ୍ରଦୁ୍ୟମ୍ନ ଦାସ, ରଂଜିତ ସାହୁ, ସଂଜୟ ଜେନା, ପ୍ରଶାନ୍ତ ରାଉତ, ଧନୁର୍ଯ୍ୟୟ ସ୍ୱାଇଁ ପ୍ରମୁଖ ଉଦ୍ବୋଧନ ଦେଇ ପ୍ରବାଦ ପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦିପ ସାହୁ, ହିରଣ୍ୟ ପଣ୍ଡା, ରାଜେଶ ପଣ୍ଡା, ଗୋଲକ ପଢୀଆରୀ, ସେକ୍ ଚନ୍ଦନ, ସେକ୍ ଗୋଫରାନ୍, ରଞ୍ଜନ ସାହୁ, ଗୋ÷ତମ ସ୍ୱାଇଁ, ଭୀମସେନ ପ୍ରଧାନ, କେନ୍ଦ୍ରାପଡ଼ା ସ୍ୱୟଂଚାଳିତ ମହାବିଦ୍ୟାଳୟ ଛାତ୍ରସଂସଦ ସଭାପତି ପ୍ରସନ୍ନଦୀପ କୁଣ୍ଡୁ, ବିଜୟ କୁମାର ମଣ୍ଡଳ, ପ୍ରମୁଖ ରକ୍ତ ଦାନ ଶିବିରକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ବିଜେଡି ସଂପାଦକ ବିଜୟ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ । ସଂଖ୍ୟାଲଘୁ ସଂପ୍ରଦାୟର ମହିଳା ମାନେ ବୁର୍ଖା ପିନ୍ଧି ରକ୍ତ ଦାନ ଶିବିରରେ ରକ୍ତଦାନ କରି ବିଜୁ ବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା  ଏହି  କାର୍ଯ୍ୟକ୍ରମରେ ଆଲୋଚ୍ୟ ବିଷୟ ହୋଇଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

5 × 4 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...