ମାନସିକ ସ୍ୱାସ୍ଥ୍ୟ ଏବଂ ତମ୍ବାଖୁ ବର୍ଜନ ଓ ସ୍ବାସ୍ଥ୍ୟ ଶିବିର

ଲକ୍ଷ୍ମୀପୁର୧୧/୧୨/୨୩(ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା)- ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟ ପରିସରରେ ଲକ୍ଷ୍ମୀପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ଯୁବ ରେଡକ୍ରସ ୟୁନିଟ୍, ଜାତୀୟ ସେବା ଯୋଜନା ୟୁନିଟ୍ ଏବଂ ମୋ ସ୍କୁଲ୍ ଅଭିଯାନ ଓ ମୋ କଲେଜ ଅଭିଯାନ ସହଯୋଗରେ “ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ୟ୍ୟକ୍ରମ-କୋରାପୁଟ’ ପକ୍ଷରୁ “କର୍ମ ସ୍ଥଳରେ ମାନସିକ ଚାପ ନିୟନ୍ତ୍ରଣ’ ଏବଂ “ଜିଲ୍ଲା ତମ୍ବାଖୁ ନିୟନ୍ତ୍ରଣ ସେଲ୍- କୋରାପୁଟ’ ତରଫରୁ ତମ୍ବାଖୁ ମୁକ୍ତ ଜନିତ ଏକ ସଚେତନତା ଶିବିର ଯୁକ୍ତ ଦୁଇ ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ସଭାପତିତ୍ବରେ ଆୟୋଜିତ ହୋଇ ଯାଇଛି। ଏହି ଅବସରରେ ସିଡିଏମଓ କାର୍ୟ୍ୟାଳୟ କୋରାପୁଟର ଅ-ସଂକ୍ରମଣ ରୋଗ ବିଭାଗର ଆସିଷ୍ଟାଂଟ ମାନେଜର୍ ସତିଶ୍ କୁମାର ତ୍ରିପାଠୀ ତମ୍ବାଖୁ ସେବନର ଭୟାବହତା ଓ ଏହା କିପରି ଭାବେ ପରିତ୍ୟାଗ କରି ହେବ ସେ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ଏହା ସହ କୋରାପୁଟ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ବିଭାଗର ପି.ଏସ.ଡି ଲଲାଟେନ୍ଦୁ ମିଶ୍ର ମାନସିକ ସ୍ୱାସ୍ଥ୍ୟ କାହିଁକି ଗୁରୁତ୍ଵପୂର୍ଣ୍ଣ ଓ କିପରି ଏହି ଜନିତ ସମସ୍ୟାର ସମାଧାନ ହୋଇ ପାରିବ ସେ ସମ୍ବନ୍ଧିତ ବିଭିନ୍ନ ପ୍ରକାର ଉପଚାର ବିଷୟ ବର୍ଣ୍ଣନା କରିଥିଲେ। ଅଧ୍ୟକ୍ଷ ଶ୍ରୀ ଚୌଧୁରୀ ଆଜିର ଏହି ସଭାରେ ମହାବିଦ୍ୟାଳୟ କ୍ୟାମ୍ପସକୁ ସମ୍ପୂର୍ଣ୍ଣ ତମ୍ବାଖୁ ମୁକ୍ତ କରିବା ସକାଶେ ପ୍ରସ୍ତାବ ରଖି ସମସ୍ତଙ୍କୁ ଏଥିରେ ସହଯୋଗ କରିବା ପାଇଁ ଆହ୍ଵାନ ଦେଇ ଥିଲେ। ଏହି ସଭାରେ ଅଧ୍ୟାପକ କାହ୍ନୁ ଚରଣ ବିଶୋୟୀ, ଟଙ୍କଧର ନାଏକ, ଲାଲୁ ହରିଜନ ଓ ଅଧ୍ୟାପିକା ତଥା ଯୁକ୍ତ ତିନି ମୋ କଲେଜ ଅଭିଯାନ ଅଧିକାରୀ ତିଳୋତ୍ତମା ପଟ୍ଟନାୟକ ଏବଂ ଅଧ୍ୟାପିକା ବୈଶାଖୀ ଦୀପ୍ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି ସଭାକୁ ଅଧ୍ୟାପକ ତଥା ଯୁକ୍ତ ଦୁଇ ଯୁବ ରେଡକ୍ରସ ଅଧିକାରୀ ଯଶୋବନ୍ତ ଗରଡା ପରିଚାଳନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ସେହିପରି ମହାବିଦ୍ୟାଳୟ ତରଫରୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହଯୋଗରେ ଦୋଳିଆମ୍ବା ଗ୍ରାମ ଠାରେଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।ଯୁକ୍ତ ତିନି ଅଧ୍ୟକ୍ଷ ବିଜୁ ମୁଦୁଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ୟ୍ୟକ୍ରମକୁ ସ୍ବାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଡ.ଦୀନବନ୍ଧୁ ଚୌଧୁରୀ ଉପସ୍ଥିତ ରହି ଶୁଭ ଉଦ୍ଘାଟନ କରିଥିଲେ।
ଏଥିରେ ସ୍ବାସ୍ଥ୍ୟ କର୍ମୀ ପୁଷ୍ପାଞ୍ଜଳି ସାହୁ,କମଳ କୁମାରୀ ଶେଖର ଦେଓ ଙ୍କ ସମେତ ଅନେକ ସ୍ବାସ୍ଥ୍ୟ କର୍ମୀ ଉପସ୍ଥିତ ରହି ୧୭୭ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଔଷଧ ବଣ୍ଟନ କରିଥିଲେ।ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମଧୁସୂଦନ ସାହୁ, ସନ୍ତୋଷିନୀ ଦାସ,ମହିମା ରାଣୀ ରାଜୁ,ଜୟଶ୍ରୀ କରସୁଦ୍ଧା ପଟ୍ଟନାୟକଙ୍କ ସମେତ ସମସ୍ତ କର୍ମଚାରୀ ମାନେ ମାନେ ଏହି ଶିବିର ରେ ଉପସ୍ଥିତ ରହି ସବୁ କ୍ଷେତ୍ରରେ ସହଯୋଗ କରିଥିଲା ବେଳେ ନୋଡାଲ ଅଧିକାରୀ ଦୂର୍ୟ୍ୟଧନ ସାହୁ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *