ଓଡ଼ିଶା ସମାଚାର

“ନିରାମୟ” ଯୋଜନାକୁ ଅଧିକ କ୍ରିୟାଶିଳ କରାଯିବା ଉପରେ ଗୁରୁତ୍ୱ

“ନିରାମୟ” ଯୋଜନାକୁ ଅଧିକ କ୍ରିୟାଶିଳ କରାଯିବା ଉପରେ ଗୁରୁତ୍ୱ

“ନିରାମୟ” ଯୋଜନାକୁ ଅଧିକ କ୍ରିୟାଶିଳ କରାଯିବା ଉପରେ ଗୁରୁତ୍ୱ
April 17
18:07 2017

ଭୁବନେଶ୍ୱର, ୧୭/୦୪/୨୦୧୭(ଓଡ଼ିଶା ସମାଚାର / ପ୍ରଭାକର ସାହୁ) – “ନିରାମୟ” ଯୋଜନା ମାଧ୍ୟମରେ ସରକାରୀ ଡାକ୍ତରଖାନାମାନଙ୍କରେ ରୋଗୀଙ୍କୁ ବିନାମୂଲ୍ୟରେ  ଔଷଧ ପ୍ରଦାନ ବ୍ୟବସ୍ଥାକୁ ଅଧିକ କ୍ରିୟାଶିଳ କରାଯିବ । ଏହି ଯୋଜନାରେ ଆବଶ୍ୟକ ସମସ୍ତ ପ୍ରକାର ଔଷଧ ଉପଲବ୍ଧ କରାଯିବ । ରୋଗୀ ଔଷଧ ନପାଇ ଯେପରି ଫେରିବେ ନାହିଁ ସେଥିପ୍ରତି ସଜାଗ ରହିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା ନିର୍ଦ୍ଧେଶ ଦେଇଛନ୍ତି । ଡାଃ ମେହେର୍ଦ୍ଧା ଆଜି ନିରାମୟ ଯୋଜନା ସଂପର୍କରେ ସମୀକ୍ଷା କରିବା ଅବସରରେ ଏହି ନିର୍ଦ୍ଧେଶ ଦେଇଛନ୍ତି । ଡାକ୍ତରଖାନା ମାନଙ୍କରେ ନିରାମୟ ଯୋଜନାରେ ସବୁ ଔଷଧ ମିଳୁନଥିବା ସଂପର୍କରେ ବିଭିନ୍ନ ସମୟରେ ଆସୁଥିବା ଅଭିଯୋଗ ସଂପର୍କରେ ଉଲ୍ଲେଖ କରି ଡାଃ ମେହେର୍ଦ୍ଧା କହିଛନ୍ତି ଓଡିଶା ରାଜ୍ୟ ମେଡିକାଲ ନିଗମ ଔଷଧ ଏବଂ ଡାକ୍ତରୀ ଯନ୍ତ୍ରପାତି କ୍ରୟ ଏବଂ ଯୋଗାଣ କରୁଛି । ତେବେ ଆବଶ୍ୟକ ଔଷଧ ପାଇଁ ନିଗମକୁ ଡାକ୍ତରଖାନାମାନଙ୍କରୁ ଆସୁଥିବା ଫରମାସ(ଇନ୍ଡେଂôଟ) ଠିକଣା ଭାବେ ଆସିବା ଦରକାର । ଡାକ୍ତରଖାନାର ବିଭିନ୍ନ ବିଭାଗ ପାଇଁ ଆବଶ୍ୟକ ପଡୁଥିବା ଔଷଧ ସଂପୃକ୍ତ ବିଭାଗର ସମସ୍ତ ଡାକ୍ତର ଫରମାସରେ ଦସ୍ତଖତ କରି ପଠାଇବା ଆବଶ୍ୟକ । ସେହି ଔଷଧ ବ୍ୟତିତ ଲୋକଙ୍କୁ ବାହାରୁ ଔଷଧ କିଣିବା ନିମନ୍ତେ କୌଣସି ପ୍ରକାର ପରାମର୍ଶ ବା ନିଦାନ ଚିଠା ଦେବା ସୃହଣୀୟ ନୁହେଁ । ଏତଦ୍ବ୍ୟତିତ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ଔଷଧ ନିମ୍ନମାନର ବୋଲି ଲୋକଙ୍କ ମନରେ ରହିଥିବା ଭୁଲ୍ ଧାରଣାକୁ ଦୁର କରିବାକୁ ହେବ । ଯଦି ବାହାରୁ କିଣିବାକୁ ପରାମର୍ଶ ଦେବେ ତାହା ହେଲେ କଣ ପାଇଁ ଦେଉଛନ୍ତି , ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଔଷଧ କଣ ପାଇଁ ବ୍ୟବହାର କରିବେନି ସେ ସଂପର୍କରେ ଉତରଦାୟୀ ରହିବେ । ଓଡିଶା ରାଜ୍ୟ ମେଡିକାଲ ନିଗମ ସରାକରଙ୍କ ବ୍ୟବସ୍ଥା ଭିତରେ । ଯଦିଓ ଏହା କ୍ରୟ ଏବଂ ଯେଗାଣ ଦାୟିତ୍ୱରେ କିନ୍ତୁ ସମସ୍ତ ଡାକ୍ତରମାନେ ମଧ୍ୟ ଏହି ବ୍ୟବସ୍ଥା ଭିତରେ । ସେହିପରି ରୋଗୀଙ୍କୁ ଦିଆଯାଉଥିବା ନିଦାନ ଚିଠା ଅନୁଯାୟୀ ନିରାମୟ କେନ୍ଦ୍ରରେ ଔଷଧ ନମିଳିବା ସଂପର୍କରେ ଅଭିଯୋଗ ବୁଝିବାକୁ ବ୍ୟବସ୍ଥା କରିବାକୁ ନିର୍ଦ୍ଧେଶ ଦିଆଯାଇଛି । ସେହି ସବୁ ଅଭିଯୋଗକୁ ତୁରନ୍ତ ଦୃଷ୍ଟି ଦେଇ ସମାଧାନ କରାଯିବା ଆବଶ୍ୟକ । ତାହା ହେଲେ ସରକାରଙ୍କର ଏହି ନିରାମୟ ଯୋଜନାର ସୁଫଳ ସାଧାରଣ ଲୋକ ପାଇପାରିବେ । ସେହିପରି ଏହି ଯୋଜନାରେ ଦେଖାଦେଉଥିବା ବ୍ୟବସ୍ଥାଗତ ତୃଟିକୁ ଯଥାଶୀଘ୍ର ସଜାଡିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଡାଃ ମେହେର୍ଦ୍ଧା ପରାମର୍ଶ ଦେଇଛନ୍ତି ।Health
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମିମଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ମେଡିକାଲ ନିଗମ ଏମ୍.ଡି ଆର୍ .ପି. ସିଂହଙ୍କ ସମେତ ସ୍ୱାସ୍ଥ୍ୟସେବା ନିର୍ଦ୍ଧେଶକ , ପରିବାର କଲ୍ୟାଣ ନିର୍ଦ୍ଧେଶକ , ନିର୍ଦ୍ଧେଶକ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ , ନିର୍ଦ୍ଧେଶକ ଏ.ଏଚ୍.ଆର୍.ସି.ସି , ଏସ୍.ସି.ବି ମେଡିକାଲ କଲେଜ ଅଧୀକ୍ଷକ  , ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

15 − one =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...