ମିଶନ ଶକ୍ତି ରାଜ୍ୟ ଉପଦେଷ୍ଟାଙ୍କ କଲ୍ୟାଣସିଂହପୁର ଗସ୍ତ ଓ ମିସନ ଶକ୍ତି ମହିଳାମାନଙ୍କ ସହ ଆଲୋଚନା

ରାୟଗଡ଼ା, ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକକୁ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ରାଜ୍ୟ ଉପଦେଷ୍ଟା ଡ଼ଃ. ଲୋପାମୁଦ୍ରା ବକ୍ସିପାତ୍ର ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ପରିଦର୍ଶନ କରି ନିରିକ୍ଷଣ କରିଥିଲେ । ରାଜ୍ୟରେ ମହିଳାଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତୀକରଣ କରି ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମିଶନ ଶକ୍ତି ଅଧୀନରେ କାର୍ଯ୍ୟ କରୁଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ସହ ଆଲୋଚନା କରିଥିଲେ । ପ୍ରଥମେ ସିକରପାଇ ଠାରେ ପହଂଚିବା ପରେ ଓଡ଼ିଶା ମିଶନ ଶକ୍ତିର ବ୍ଲକ ପ୍ରଜେକ୍ଟ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶନୀ ମୁଲି ଓ ସମନ୍ୱିତ ଶିଶୁ ବିକାଶ ଯୋଜନାର ଅଧିକାରିଣୀ ମମତା ରାଣୀ ଦାସ ପ୍ରଥମେ ଅତିଥିଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ସିକରପାଇରେ ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ପରିଚାଳିତ ହେଉଥିବା ଶୀତଳ ଭଣ୍ଡାର ପରିଦର୍ଶନ କରି ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହାପରେ ନାରାୟଣପୁର ପଂଚାୟତର ଈରିିପୁଟ ଗାଁରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା କୁକୁଡ଼ା. ଛେଳି ପାଳନ ସହ ଛତୁ ଚାଷ ବୁଲି ପରିଦର୍ଶନ କରି ମହିଳାଙ୍କ ସହ ଆଲୋଚନା କରିଥିଲେ । ଏହାପରେ କଲ୍ୟାଣସିଂହପୁର ବ୍ଲକକୁ ଆସି ସ୍ଥାନୀୟ ମା ମଝିଗୌରୀ ମହିଳା ଗୋଷ୍ଠୀ ଦ୍ୱାରା ବାଉଁଶରେ ତିଆରି କରିଥିବା ସାମଗ୍ରି ପରିଦର୍ଶନ କରିଥିଲେ । ଏହା ପରେ ସଭା ଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ବିଡ଼ିଓ ରାଜୀବ ଦାସ. ସିଡ଼ିିପିଓ ମମତାରାଣୀ ଦାସ. ଇିିପିଏମ ଏମ.ଏଫ. କାରୀମ, ଡ଼ିିଏମ ହେମନ୍ତ କୁମାର ବାଗ, ମିଶନ ଶକ୍ତିର ଜିଲା ଏଳାଉଂଟାନ୍ଟ ସାରଙ୍ଗଧର ଶବର, ଓଏଲେମ ୱାଇପି ଗୌରବ ସାହୁ, ନରେଶ ବିଡ଼ିକା ପ୍ରମୁଖ ଉପସ୍ଥିତ ରହିଥିଲେ । ଉକ୍ତ ବୈଠକରେ ମହିଳା ମାନେ ଆହୁରି କିପରି ଆଗକୁ ବଢ଼ି ପାରିବେ ସେବିଷୟକୁ ପୁଙ୍ଖାନୁୁପୁଙ୍ଖ ଭାବରେ ମୁଖ୍ୟ ଅତିଥି ଡ଼ଃ. ଲୋପାମୁଦ୍ରା ବକ୍ସିପାତ୍ର ଉପସ୍ଥିତ ଥିବା ମହିଳା ମାନଙ୍କୁ ବୁଝାଇଥିଲେ । ବର୍ତମାନ ତିଆରି କରିଥିବା ଜିନିଷ ଗୁଡ଼ିକ କିପରି ଅଧିକା ଦାମରେ ବିକ୍ରି ହେବ, ଏହି ଜିନିଷ ଗୁଡ଼ିକ ଆହୁରି ଆକର୍ଷଣୀୟ ଭାବରେ ତିଆରି କରି ହେବ ସେଥିପାଇଁ ତାଲିମ ବ୍ୟବସ୍ଥା, ପ୍ରତ୍ୟେକ ପଂଚାୟତକୁ ୩୦ଲକ୍ଷ ଲେଖାଏଁ ଟଙ୍କା ଆସିଛି ସେହି ଟଙ୍କାରେ ଗୃହ ନିର୍ମାଣ କରି ଉତ୍ପାଦିତ ସାମଗ୍ରୀ ରଖି ବ୍ୟବସାୟ କରି ପାରିବ ଓ ବୈଠକ ଗୃହ ନିର୍ମାଣ କରିବ, ବୋଲି କହିଛନ୍ତି । ସମନ୍ୱିତ ଶିଶୁ ବିକାଶ ଯୋଜନାର ପ୍ରକାଶ ବିଡ଼ିକା ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଓଡ଼ିଶା ମିଶନ ଶକ୍ତିର ବ୍ଲକ ପ୍ରୋଜେକ୍ଟ ସଂଯୋଜକ ପ୍ରିୟଙ୍କା ପ୍ରିୟଦର୍ଶନୀ ମୁଲି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *