ମନ୍ତ୍ରୀ ଙ୍କ ଦ୍ଵାରା ଡିଜିଟାଲ ଶ୍ରେଣୀ ଗୃହର ଶିଳାନ୍ୟାସ

ଭୁବନ, ୦୮/୧୨/୨୦୨୩ (ଓଡ଼ିଶା ସମାଚାର)- ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି ) ପଞ୍ଚାୟତ ର ସରକାରୀ ଉ. ପ୍ରା. ବିଦ୍ୟାଳୟ ର ନୂତନ ଡିଜିଟାଲ ଶ୍ରେଣୀ ଗୃହ ନିର୍ମାଣ ସକାଶେ ଆଜି ଶୁକ୍ରବାର ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଉତ୍କଳମଣି ବେହେରା ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂଜାର୍ଚ୍ଚନା କରି ନଡ଼ିଆ ଭାଙ୍ଗି ଶିଳାନ୍ୟାସ କରିଥିଲେ। “ଆମ ଓଡ଼ିଶା ନବୀନ ଓଡ଼ିଶା” ଅନ୍ତର୍ଭୁକ୍ତ ଏହି ଡିଜିଟାଲ ଶ୍ରେଣୀ ଗୃହ ୪.୫୦ ଲକ୍ଷ ଟଙ୍କା ବ୍ୟୟରେ ଭୁବନ ପଞ୍ଚାୟତ ସମିତି ଜରୀଆରେ ଆସନ୍ତା ୩ ମାସ ମଧ୍ୟରେ ନିର୍ମାଣ ସମ୍ପୂର୍ଣ ହେବ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ମଲ୍ଲିକ ଘୋଷଣା କରିଥିଲେ। ଏହି କାର୍ଯ୍ୟକ୍ରମରେ ବାରୁଆଁ (ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ,ସମିତିସଭ୍ୟା ଝୁନୁଲତା ବେହେରା,ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ବିଡିଓ କଲ୍ୟାଣ ସୌରଭ ଦାଶ ଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସରସ୍ଵତୀ ପରିଡ଼ା ,ସମାଜସେବୀ ବିନୟ କୁମାର ସାହୁ ଏବଂ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ,ଅଭିଭାବକ , ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *