ଲକ୍ଷ୍ମୀପୁର ଠାରେ ଯୋଗୀ ଦେବଦତ୍ତ ମହାରାଜାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ଲକ୍ଷ୍ମୀପୁର,୦୭/୧୨/୨୦୨୩ (ଓଡ଼ିଶା ସମାଚାର/ ପ୍ରମୋଦ ଜେନା)-୧୯୯୨ ମସିହା ଡିସେମ୍ବର ମାସ ଛଅ ତାରିଖ ଦିନ ଅଯୋଧ୍ୟାରେ ତଥା କଥିତ ବିବାଦୀୟ ସୌଦ୍ଧକୁ କର ସେବକ ମାନେ ଭାଙ୍ଗି ଚୁର୍ମାର୍ କରିଦେଲେ। ସମୟାନୁ କ୍ରମେ ଏବେ ସେହି ସ୍ଥାନରେ ମର୍ୟ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମ ଚନ୍ଦ୍ରଙ୍କ ଅଶିର୍ବାଦ କ୍ରମେ ୨୦୨୪ ଜାନୁୟାରୀ ୨୨ ତାରିଖ ଦିନ ନୂତନ ରାମମନ୍ଦିର ର ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଥିବା ବେଳେ କୋରାପୁଟ ଜିଲ୍ଲା ଅଭିମୁଖେ ଶ୍ରୀକ୍ଷେତ୍ର ପୁରୀରୁ ସନ୍ଥବୃନ୍ଦ ବାହାରିଛନ୍ତି। ଜିଲ୍ଲାରେ ଶ୍ରୀରାମଙ୍କ କଥା ଓ ଗାଥା ତଥା ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର କରିବା ସହ ହିନ୍ଦୁ ସମାଜକୁ ଜାଗରଣ କରିବା ଉଦ୍ଦେଶ୍ୟ ରଖି ହରିପ୍ରୀୟା ଆଶ୍ରମର ମଠାଧୀଶ ଯୋଗୀ ଦେବଦତ୍ତ ମହାରାଜ ଆଗେଇ ଆସିଛନ୍ତି। ଯୋଗୀ ଦେବଦତ୍ତ ମହାରାଜଙ୍କ ନେତୃତ୍ୱରେ ଏକ ଦଶ ଜଣିଆ ସନ୍ଥ ଦଳ ବୁଧବାର ଅପରାହ୍ନ ଚାରିଟା ବେଳେ ଲକ୍ଷ୍ମୀପୁର ଠାରେ ପହଁଚିଛନ୍ତି। ସନ୍ଥ ଦଳ ରାୟଗଡ଼ାରୁ ବାହାରି ସକାଳ ନଅଟା ବେଳେ ବନ୍ଧୁଗାଁ ବ୍ଲକ୍ ସ୍ଥିତ ନିଲବଡି ଠାକୁରାଣୀଙ୍କ ମନ୍ଦିରରେ ପହଁଚି ମାଙ୍କ ଦର୍ଶନ କରିଥିଲେ। ପରେ ସରପଲ୍ଲୀ ଓ ବନ୍ଧୁଗାଁ ଠାରେ ସେମାନଙ୍କୁ ଭାବ୍ୟ ସ୍ବାଗତ କରାଯିବା ପରେ ନାରାୟଣ ପାଟଣାରେ ଜଗନ୍ନାଥ ମନ୍ଦିରରେ ପହଂଚି ଥିଲେ।ସେଠାରେ ନଗର ପରିକ୍ରମା କରି ପ୍ରସାଦ ସେବନ ପରେ ଲକ୍ଷ୍ମୀପୁର ଅଭିମୁଖେ ବାହାରି ଅପରାହ୍ନ ଚାରିଟାରେ ପହଁଚି ଥିଲେ। ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିର ପାଖରେ ପହଞ୍ଚିବା ପରେ ଫୁଲ ଚନ୍ଦନ ଓ କୀର୍ତ୍ତନ ସହ ଭକ୍ତଗଣ ତାଙ୍କୁ ସ୍ବାଗତ କରିଥିଲେ।ଏଥିରେ ସରସ୍ବତୀ ଶିଶୁ ମନ୍ଦିର ଲକ୍ଷ୍ମୀପୁର ର ସମସ୍ତ ଗୁରୁଜୀ ଗୁରୁମା, ପରିଚାଳନା ସେମିତିର ସମସ୍ତ ସଦସ୍ୟ,ଆରଏସଏସ ର ସଦସ୍ୟ,ବିଶ୍ବହିନ୍ଦୁ ପରିଷଦର ସଦସ୍ୟ ,ଜଗନ୍ନାଥ ମନ୍ଦିର ପରିଚାଳନା ସେମିତିର ସଦସ୍ୟ ଙ୍କ ସହିତ ବହୁ ସଂଖ୍ୟାରେ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।ଦେବଦତ୍ତ ମହାରାଜ ଜଗନ୍ନାଥ ମନ୍ଦିର ପୂଜକ ପ୍ରତାପ ଚନ୍ଦ୍ର ପଣ୍ଡା,ସାଇ ସେବା ମଣ୍ଡଳୀର ଭି.ନାଗାରାଜୁ ଓ ମାଧବ କର୍କରାଙ୍କୁ ସମ୍ବର୍ଦ୍ଧନା କରିବା ସହ ସ୍ବାଗତ ସମାରୋହ ଦେଖି ଖୁସି ବ୍ୟକ୍ତ କରିଥିଲେ। ଲକ୍ଷ୍ମୀପୁର ରୁ ବାହାରି କାକିରିଗୁମାରେ ପହଁଚି ଥିଲେ। ସେଠି ମଧ୍ୟ ଆଗରୁ ଜଗି ରହିଥିବା ଭକ୍ତ ଗଣ ଭାବ୍ୟ ସ୍ବାଗତ କରିବା ପରେ ଦାମନଯୋଡି ଅଭିମୁଖେ ବାହାରିଥିଲେ। ସେପଟେ କୋରାପୁଟ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପରିକ୍ରମା କରି ଦଶମନ୍ତପୁର ବ୍ଲକ ଦେଇ ଶନିବାର ନଅ ତାରିଖ ଦିନ ଲକ୍ଷ୍ମୀପୁର ରେ ପହଁଚିବେ।ଲକ୍ଷ୍ମୀପୁର ଠାରେ ବନ୍ଧୁ ମିଳନ ସହ ବିଦାୟୀ ସମ୍ବର୍ଦ୍ଧନା ଉତ୍ସବ ପାଳନ କରାଯିବାର କାର୍ୟ୍ୟକ୍ରମ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *