ଓଡିଆ ସଙ୍ଗୀତ ଓ ଲୋକ ସଂଗୀତ ପ୍ରତିଯୋଗିତା ସହ ଯୋଗ ଶିକ୍ଷା ଓ ତାଲିମ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଲକ୍ଷ୍ମୀପୁର ୦୭/୧୨/୨୦୨୩   (ଓଡ଼ିଶା ସମାଚାର/ପ୍ରମୋଦ କୁମାର ଜେନା) ଲକ୍ଷ୍ମୀପୁର ମହା ବିଦ୍ୟାଳୟ ଠାରେ ଗତ ମାସ ୧୫ ତାରିଖରୁ ଆରମ୍ଭ ହୋଇଥିବା ଓଡିଶା ସରକାରଙ୍କ ଦ୍ଵାରା ପ୍ରାୟୋଜିତ “ନୂଆ-ଓଡିଶା ଯୁବ-ଓଡିଶା ନବୀନ-ଓଡ଼ିଶା-୨୦୨୩” ଯୋଜନା ଅନ୍ତର୍ଗତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଜି ଓଡିଆ ସଙ୍ଗୀତ ଓ ଲୋକ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ-୨ ଅଧ୍ୟକ୍ଷ  ଗିରିଜା କୁମାର ଚୌଧୁରୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମହାବିଦ୍ୟାଳୟର ଯୁକ୍ତ-୨ ବିଭାଗର ଅଧ୍ୟୟନ କରୁଥିବା ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ବଡ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ଡ.ଜଗନ୍ନାଥ ରଥ, ଅଧ୍ୟାପିକା ହେଲେନା ପ୍ରିୟଦର୍ଶିନୀ ସିଂ ଓ ମଧୁସ୍ମିତା ବିଶ୍ଵାଳ ବିଚାରକ ଭାବେ ଯୋଗ ଦେଇ ଥିଲେ। ଏହା ବ୍ୟତୀତ ଅଧ୍ୟାପକ ଯଶୋବନ୍ତ ଗରଡା, ତାରେଣୀ ପ୍ରସାଦ ଶତପଥୀ, ଶୀତଳ ପ୍ରସାଦ ଦାସ, ଲକ୍ଷ୍ମୀକାନ୍ତ ଟାକ୍ରୀ, ଟଙ୍କଧର ନାଏକ, ଲାଲୁ ହରିଜନ ଏବଂ  ଅଧ୍ୟାପିକା ମୌତସୀ ପ୍ରଧାନ ଓ ବୈଶାଖୀ ଦୀପ୍ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏଥିରେ  କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କ ନାମକୁ ଗୋପନ ରଖା ଯାଇଥିବା ବେଳେ ନୂଆ-ଓଡିଶା ଯୁବ-ଓଡିଶା ନବୀନ-ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିନରେ କୃତି ପ୍ରତିଯୋଗୀଙ୍କ ନାମ ଘୋଷଣା କରି ପୁରସ୍କୃତ କରାଯିବ ବୋଲି ଜଣା ପଡ଼ିଛି।ଏଥି ସହ ଯୋଗ ଶିକ୍ଷା ଓ ତାଲିମ ସଚେତନ କାର୍ଯ୍ୟକ୍ରମ ବି ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଯୁକ୍ତ-୩ ଅଧ୍ୟକ୍ଷ ବିଜୁ ମୁଦୁଲି ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିଲେ।ଏଥିରେ ଅଧ୍ୟାପିକା ତିଳୋତ୍ତମା ପଟ୍ଟନାୟକ ଯୋଗ ଦେଇ ଯୋଗ ଶିକ୍ଷା ଓ ଏହାର ଉପକାରିତା ବିଷୟରେ ଛାତ୍ର ଛାତ୍ରୀଙ୍କ ସହ ପୁଙ୍ଖାନପୁଙ୍ଖ ଭାବେ ଆଲୋଚନା କରିଥିଲେ।ମହା ବିଦ୍ୟାଳୟର ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଦୁଃଖି ଶ୍ୟାମ ଦାସ ଯୋଗ ତାଲିମ ପ୍ରଦାନ କରିଥିଲା ବେଳେ ନୋଡାଲ ଅଧିକାରୀ ଦୁର୍ଯ୍ୟଧନ ସାହୁ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *