ଓଡ଼ିଶା ସମାଚାର

ଚତୁର୍ଥ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ : ବୈଷୟିକ ଅଧିବେଶନରେ ବହୁ ବିଦ୍ୱାନଙ୍କ ଆଲୋଚନା

ଚତୁର୍ଥ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ : ବୈଷୟିକ ଅଧିବେଶନରେ ବହୁ ବିଦ୍ୱାନଙ୍କ ଆଲୋଚନା

ଚତୁର୍ଥ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ : ବୈଷୟିକ ଅଧିବେଶନରେ ବହୁ ବିଦ୍ୱାନଙ୍କ ଆଲୋଚନା
April 13
06:51 2017

ଯାଜପୁର, ୧୩/୦୪/୨୦୧୭ ( ଓଡ଼ିଶା ସମାଚାର/ଅକ୍ଷୟ ରାଉତ)- ମନୋରମ ବୌଦ୍ଧପୀଠ ଉଦୟଗିରି ଠାରେ ଅନୁଷ୍ଠିତ ହେଉଥିବା ୪ର୍ଥ ଆନ୍ତର୍ଜାତିକ କଳିଙ୍ଗ ବୌଦ୍ଧ ସମ୍ମିଳନୀର ପ୍ରଥମ ଦିବସ ଅପରାହ୍ନରେ ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା  । ଦୁଇ ଦଫାରେ ଅନୁଷ୍ଠିତ ଆଲୋଚନା ଚକ୍ରର ପ୍ରଥମ ଅଧିବେଶନରେ ବିଶ୍ୱ ସମୂହରେ ବୌଦ୍ଧ ପର୍ଯର୍୍ୟଟନ ଶୀର୍ଷକ ଆଲୋଚନା ହୋଇଥିଲା  । ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପ୍ରଫେସର ଅମୀୟ କୁମାର ପଟ୍ଟନାୟକ ଏଥିରେ ପୌରହିତ୍ୟ କରିଥିଲେ  । ପର୍ଯ୍ୟଟନ ବିଭାଗ ଉପନିର୍ଦ୍ଧେଶକ ଉପôଳ କୁମାର ପତି ଓଡ଼ିଶା ପର୍ଯ୍ୟଟନର ଦୃଶ୍ୟପଟ ଶୀର୍ଷକ ନିବନ୍ଧ ଉପସ୍ଥାପନ କଲାପରେ ଖୋଲା ଆଲୋଚନା ଅନୁଷ୍ଠିତ ହୋଇଥିଲା  । ଏଥିରେ ମଗଧ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର କୁସୁମ କୁମାରୀ, ଘରୁଆଲ୍ ଏଚ୍.ଏନ୍.ବି ବିଶ୍ୱବିଦ୍ୟାଳୟର ପ୍ରଫେସର ଏସ୍.ସି. ବାଗ୍ଚି, ନେପାଳ ଲୁମ୍ବିନୀ ବିଶ୍ୱବିଦ୍ୟାଳୟର ପ୍ରଫେସର ବସନ୍ତ ବିଦାରି ଓ ଦିଲ୍ଲିସ୍ଥିତ ବୌଦ୍ଧ ମନୁମେଂଟ ଉନ୍ନୟନ ପରିଷଦର ଅଧ୍ୟକ୍ଷ ପ୍ରଫେସର ଅରବିନ୍ଦ ଆଲୋକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ  । Boudha Samilami 1

ଦ୍ୱିତୀୟ ବୈଷୟିକ ଅଧିବେଶସନରେ ଓଡ଼ିଶାର ବୌଦ୍ଧ ଐତିହ୍ୟ ସଂପର୍କରେ ଆଲୋଚନା ହୋଇଥିଲା  । ଏଥିରେ ପ୍ରଫେସର କିଶୋର କୁମାର ବାସା ଅଧ୍ୟକ୍ଷତା କରିଥିଲେ  । ଦକ୍ଷିଣ ଏସୀୟ ନୌବାଣିଜ୍ୟ ଓ ଉକ୍ରଳୀୟ ଗବେଷଣା ପରିଷଦର ସଂପାଦକ ଡକ୍ଟର ସୁନିଲ୍ କୁମାର ପଟ୍ଟନାୟକ ଓଡ଼ିଶା ପର୍ଯ୍ୟଟନର ଦୃଶ୍ୟପଟ ଶୀର୍ଷକ ନିବନ୍ଧ ଉପସ୍ଥାପନ କରିଥିଲେ  । ଏଥିରେ ଶ୍ରୀଲଙ୍କାର ପ୍ରଫେସର ରତନଶିରି ରଥନାୟକ, ଦିଲ୍ଲି ଜି.ବି. ବିଶ୍ୱବିଦ୍ୟାଳୟର ପ୍ରଫେସର ଆନନ୍ଦ ସିଂହ, ଭାରତୀୟ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥାର ପୂର୍ବତନ ସୁପରିନ୍ଟେଣ୍ଡିଂ ଆର୍ଚୋଲୋଜିଷ୍ଟ୍ ଡକ୍ଟର ଜୀବନ କୁମାର ପଟ୍ଟନାୟକ ଖୋଲା ଆଲୋଚନା କରିଥିଲେ । ଉଭୟ ଅଧିବେଶନରେ ଭାଗ ନେଇଥିବା ଅଧ୍ୟାପକ, ଗବେଷକ, ବିଦ୍ୱାନ, ବୌଦ୍ଧ ଭିକ୍ଷୁ ଓ ଟୁର୍ ଅପରେଟର୍ମାନଙ୍କୁ ପର୍ଯ୍ୟଟନ ବିଭାଗ ଡାଇରେକ୍ଟର ନିତିନ୍ ଜାୱେଲ୍ ଧନ୍ୟବାଦ ଅର୍ପଣ କରିଥିଲେ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twenty + nine =