Breaking News : ୬ ମାସ ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଏସମା ଲାଗୁ

ଭୁବନେଶ୍ୱର, ୦୬/୧୨/୨୦୨୩ (ଓଡ଼ିଶା ସମାଚାର)-ରାଜ୍ୟ ସରକାର ଆଜି ଠାରୁ ୬ ମାସ ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ପାଇଁ ଏସମା ଲାଗୁ କରିଛନ୍ତି । ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ କର୍ମଚାରୀଙ୍କକ ପାଇଁ ଏହି ଏସମା ଲାଗୁ କରାଯାଇଛି । ଫଳରେ ସରକାରୀ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ଆନ୍ଦୋଳନ ଉପରେ ରୋକ୍ ଲାଗିଛି । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ସହିତ ଜଡିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ । ନର୍ସ, ପାରାମେଡ଼ିକାଲ, ଟେକନିସିଆନ୍ ଙ୍କ ପାଇଁ ଏହା ଲାଗୁ ହୋଇଛି ।

Leave a Reply

Your email address will not be published. Required fields are marked *