ଶତାୟୁ ମହିଳାଙ୍କ ଦେହାନ୍ତରେ  ଶୋକ ପାଳନ

କଟକ,୦୬/୧୨/୨୦୨୩(ଓଡ଼ିଶା ସମାଚାର) : କଟକ ସଦର ୪୨ ମୌଜା ପାଟଣା ଗ୍ରାମର ଅଗ୍ରଣୀ ସାମାଜିକ ସଂଗଠନ ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ତରଫରୁ ପୂଜ୍ୟପୂଜା ଭବନରେ ବ୍ରାହ୍ମ ମୁହୂର୍ତ୍ତରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏରଞ୍ଚ  ଗ୍ରାମର ଶତାୟୁ ମହିଳା ଯାହାଙ୍କୁ ପ୍ରତିଷ୍ଠାନ ଗତ ନେଭମ୍ୱର ମାସ ୧୧ ତାରିଖରେ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କର ବିୟୋଗରେ ଅନୁଷ୍ଠାନର କର୍ମକର୍ତ୍ତା ସଭାପତି – ସରୋଜ ନଳିନୀ ପରିଜା,କାର୍ଯ୍ୟକାରୀ ସଭାପତି – ଅଭୟ କୁମାର ଦାସ,ଉପସଭାପତି – ଉପେନ୍ଦ୍ର ବାରିକ,ସାଧାରଣ ସମ୍ପାଦକ- ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି । ତାଙ୍କର ଅମର ଆତ୍ମାର  ସଦଗତି ପାଇଁ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ନିକଟରେ ସମୂହ ପ୍ରାର୍ଥନା କରାଯାଇଛି ।

Leave a Reply

Your email address will not be published. Required fields are marked *