ଓଡ଼ିଶା ସମାଚାର

ଓଟିଏମ୍ କାରଖାନା ପୁନରୁଦ୍ଧାର ଆଶା ଉଦ୍ଜିବିତ :୨୮ରେ ଶୁଣାଣି

ଓଟିଏମ୍ କାରଖାନା ପୁନରୁଦ୍ଧାର ଆଶା ଉଦ୍ଜିବିତ :୨୮ରେ ଶୁଣାଣି

April 12
16:47 2017

OS Red Logoକଟକ, ୧୨/୦୪/୨୦୧୭ ( ଓଡ଼ିଶା ସମାଚାର)- କଟକର ଚୌଦ୍ୱାରଠାରେ ଥିବା ଓଡ଼ିଶା ଟେକ୍ସଟାଇଲ୍ ମିଲ ବା ଓଟିଏମ୍ କାରଖାନାର ପୁନରୁଦ୍ଧାର ଆଶା ଉଜ୍ଜୀବିତ ହୋଇଛି । ଏନେଇ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ସେଠାରେ ଇଂଟିଗ୍ରେଟେଡ୍ ପାର୍କ ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଥିବା ବୈଠକ ପରେ ଶିଳ୍ପମନ୍ତ୍ରୀ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ଓଟିଏମ ପୁନରୁଦ୍ଧାର ପାଇଁ ୨୦୦୧ରୁ ମାମଲା ବିଚାରାଧୀନ ରହିଛି । କୋର୍ଟଙ୍କ ନିର୍ଦେଶରେ ଅନେକ ଥର ନିଲାମ ଆହ୍ୱାନ କରାଯାଇଥିବା ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି, ମାର୍ଚ୍ଚ ୨ରେ ଆଉ ଥରେ ନିଲାମ ପାଇଁ କୋର୍ଟ ଇଂଟିଗ୍ରେଟେଡ୍ ପାର୍କ କରିବାକୁ ପ୍ରସ୍ତାବ ଦିଆଯାଇଛି । ଟେକ୍ସଟାଇଲ ଏବଂ ଆପାରେଲ ଶିଳ୍ପ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଆସନ୍ତା୨୮ରେ ହାଇକୋର୍ଟରେ ଏନେଇ ଶୁଣାଣି ହେବ ବୋଲି ମନ୍ତ୍ରୀ କହିଛନ୍ତି । ୨୦୦୧ରେ କାରଖାନା ବନ୍ଦ ହେବା ପରେ ୩୦୦୦ ହଜାର ଶ୍ରମିକ କର୍ମସଂସ୍ଥାନ ହରାଇଥିଲେ । ଏପିରି ଆଜି ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇନାହିଁ । କାରଖାନାର ପରିଚାଳନା କମିଟିର ଉଚପଦସ୍ତ କର୍ମଚାରୀଙ୍କ ଫଣ୍ଡ ହେରାଫେରୀ ଯୋଗୁ କାରଖାନା ବ୍ୟାପକ କ୍ଷତି ସହିଥିଲା  । ଏପରିକି ୨୦୦୧ ବେଳକୁ କାରଖାନା ଚଳାଇବା ଆଉ ସମ୍ଭବ ହୋଇନଥିଲା । ଯଦ୍ୱାରା କମ୍ପାନୀ ପକ୍ଷରୁ ନୋଟିସ୍ ଦିଆଯାଇ ତୁରନ୍ତ କାରଖାନା ବନ୍ଦ କରି ଦିଆଯାଇଥିଲା । ଫଳରେ ୩୦୦୦ କର୍ମଚାରୀ ଓ ତାଙ୍କ ପରିବାର ଉପରେ ଚଡକ ପଡିଥିଲା । ଏପରିକି ଏହି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ଆସନ୍ତା ୨୮ରେ ଏହାର ପରବର୍ତୀ ଶୁଣାଣି ହେବା ସହ ଓଟିଏମ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eighteen + fourteen =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...