କିଶନନଗରର ସଫଳ ମହୁଚାଷୀ ଦିଲ୍ଲିପ ସାହୁ ସମ୍ବର୍ଦ୍ଧିତ

କଟକ ସଦର,୦୫/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମର ସଫଳ ମହୁଚାଷୀ ତଥା ଗ୍ରହରାଜ ବି ଫାର୍ମର ମାଲିକ ଦିଲ୍ଲିପ କୁମାର ସାହୁ କଟକ ଜିଲ୍ଲାର ଏକମାତ୍ର ଅଗ୍ରଣୀ ମହୁଚାଷୀ ଭାବେ ରାଜ୍ୟସ୍ତରୀୟ ପୁରସ୍କାର ପାଇଥିବା ଜଣାପଡିଛି। ଏହି ଅବସରରେ ଭୁବନେଶ୍ବରର ଓୟୁଏଟି ପରିସରରେ ଥିବା ବିଜୁ ପଟ୍ଟନାୟକ କନଫରେନ୍ସ ହଲରେ ଦିଲ୍ଲିପଙ୍କ ସମେତ ରାଜ୍ୟର ଅନ୍ୟ ୧୬ ଜଣ ମହୁଚାଷୀଙ୍କୁ ପୁରସ୍କୃତ କରାଯାଇଛି। ଓୟୁଏଟି ର କୁଳପତି ପ୍ରଭାତ କୁମାର ରାଉଳ, ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ,ପ୍ରଶନ୍ନଜିତ ମିଶ୍ର, ହୃଷିକେଶ ମିଶ୍ର, ଚିତ୍ତରଂଜନ ଶତପଥୀ, ପ୍ରଭାସିନୀ ବେହେରା ପ୍ରମୁଖ ମହୁଚାଷୀଙ୍କୁ ପୁରସ୍କୃତ କରିଥିଲେ। କଟକ ଜିଲ୍ଲାର ଏକମାତ୍ର ମହୁଚାଷୀ ଭାବେ ଶ୍ରୀ ସାହୁ ରାଜ୍ୟସ୍ତରୀୟ ସମ୍ମାନରେ ସମ୍ମାନିତ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏଥିପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *