ହାତୀ ଆକ୍ରମଣରେ ଦୁଇ ମୃତ

ଖୋର୍ଦ୍ଧା,୪/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)-ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗି ରେଞ୍ଜ ବ୍ରଜ ଗୋପିକା ଧାମ ନିକଟରେ ରାତି ୧୨ ଟା ସମୟରେ ବିଲକୁ ଧାନ ଆଣିବା କୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।ମୃତକ ଦୁଇଜଣ ହେଲେ ରାମଚନ୍ଦ୍ରପୁର ଗ୍ରାମପାୟତର ଲଷ୍ମୀଧର ବେହେରା ଓ ପାରିଓରଡ ଗ୍ରାମପାୟତର କୃଷ୍ଣ ଚନ୍ଦ୍ର ପ୍ରଧାନ।ଦୁଇ ଜଣଙ୍କ ମୃତଘଟିଥିବା  ବେଳେ ଘଟଣା ସ୍ଥଳରେ ଟାଙ୍ଗୀ ରେଞ୍ଜର ଦେବାଶିଷ ଭୋଇ ଓ ଟାଙ୍ଗୀ ଥାନା କର୍ମଚାରୀ  କର୍ମଚାରୀ ପହଞ୍ଚି  ମୃତକଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର କୁ ରେଡକ୍ରସ ଓ ବନବିଭାଗ ପକ୍ଷରୁ ଆର୍ଥିକ ସହାୟତା ବାଵଦରେ ମୋଟ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ଟାଙ୍ଗି ବନ ଅଧିକାରୀ  କହିଛନ୍ତି। ମାତ୍ର ପ୍ରାଥମିକ ପର୍ୟ୍ୟାୟରେ ମୃତକଙ୍କ ପରିବାର କୁ ଅନ୍ତିମ ସଂସ୍କାର ପାଇଁ  ଦୁଇ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ପରେ  ସେମାନଙ୍କୁ ବକେୟା ସହାୟତା ଦିଆଯିବ ବୋଲି ବନ ଅଧିକାରୀ ଦେବାଶିଷ ଭୋଇ କହିଛନ୍ତି।

Leave a Reply

Your email address will not be published. Required fields are marked *