ଓଡ଼ିଶା ସମାଚାର

୪ର୍ଥ କଳିଙ୍ଗ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଉଦୟଗିରି ଓ ଭୁବନେଶ୍ୱର ଠାରେ ଅନୁଷ୍ଠିତ

୪ର୍ଥ କଳିଙ୍ଗ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଉଦୟଗିରି ଓ ଭୁବନେଶ୍ୱର ଠାରେ ଅନୁଷ୍ଠିତ

୪ର୍ଥ କଳିଙ୍ଗ ଆନ୍ତର୍ଜାତିକ ବୌଦ୍ଧ ସମ୍ମିଳନୀ ଉଦୟଗିରି ଓ ଭୁବନେଶ୍ୱର ଠାରେ ଅନୁଷ୍ଠିତ
April 10
16:44 2017

ଭୁବନେଶ୍ୱର, ୧୦/୦୪/୨୦୧୭ ( ଓଡ଼ିଶା ସମାଚାର)-ବିଗତ ୨୦୧୩ ମସିହାଠାରୁ OS Red Logoଓଡିଶାର ବୌଦ୍ଧ ଐତିହ୍ୟକୁ ଏକ ପ୍ରମୁଖ ଉପାଦାନ ଭାବରେ ଦେଶ ମଧ୍ୟରେ ଏବଂ ଦେଶ ବାହାରେ ଏକ ମୌଳିକ ତଥ୍ୟକୁ ଉନ୍ନତି କରି ପ୍ରଚାର ଓ ପ୍ରସାର କରିବା ନିମନ୍ତେ ପର୍ଯ୍ୟଟନ ବିଭାଗ ଆନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀର ଆୟୋଜନ କରିଆସୁଛନ୍ତି । ହୃତ ଗୌରବକୁ ଫେରାଇ ଆଣିବା ନିମନ୍ତେ ବୌଦ୍ଧିକ ମିଳନ ଓ ଆଲୋଚନା ଯାହା ବୁଦ୍ଧିଜୀବି, ଶିକ୍ଷାବିତ୍, ଗବେଷକ ଓ ଐତିହାସିକ ତଥା ସର୍ବୋପରି ଟୁର ଅପରେଟର ଓ ଟ୍ରାଭେଲ ଏଜେନ୍ଟ ଏହି ଉପାଦାନର ଉନ୍ନତିକରଣ ନିମନ୍ତେ ପ୍ରୋସôାହନ ପ୍ରଦାନ କରିଛି ।KI 1

  ଓଡିଶାରେ ବୌଦ୍ଧଧର୍ମ ସତେ ଯେପରି ସ୍ୱୟସମ୍ପୁର୍ଣ୍ଣ ପୁରାତନ ଏହା ନୂତନ ଧର୍ମର ପ୍ରବେଶ ପଥରେ ଦୋଳାୟମାନ, ଏକ ଆଂଚଳିକ ଧର୍ମ ଭାବରେ ଉତ୍ତର ଭାରତରୁ ଏହା ଉଦ୍ଭବ ହୋଇ ଏକ ଆନ୍ତର୍ଜାତୀୟ ଧର୍ମରେ ପରିଣତ ହୋଇଅଛି ଯେଉଁଥିରେ ଓଡିଶା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଅଛି । ଏହି ଭୂମିରେ ବିଗତ ୩ୟ ଖ୍ରୀ.ପୂ. କଳିଙ୍ଗ ଯୁଦ୍ଧରେ ଅବସାନ ପରେ ମହାମହିମ ମୌର୍ଯ୍ୟ ସମ୍ରାଟ ଅଶୋକ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହୋଇଥିଲେ ।

 KI 6

 ବୌଦ୍ଧ ଧର୍ମର ମୌଳିକ ତଥ୍ୟ ଓ ମତବାଦକୁ ସେ ଶ୍ରୀଲଙ୍କା, ଇଣ୍ଡୋନେସିଆ ଏବଂ ଅନ୍ୟାନ୍ୟ ଦକ୍ଷିଣ ପୂର୍ବ ଏସୀୟ ରାଜ୍ୟମାନଙ୍କରେ ପ୍ରଚାର କରିଥିଲେ । ପ୍ରାଚୀନ ଓଡିଶାର ବନ୍ଦର ସମୂହ ଏହି ବୌଦ୍ଧ ଧର୍ମଯାଜକ ମାନଙ୍କୁ ଶ୍ରୀଲଙ୍କା, ବର୍ମା, ଚୀନ ଏବଂ ଦକ୍ଷିଣପୂର୍ବ ଏସିଆର ସମୁହ ରାଷ୍ଟ୍ରମାନଙ୍କରେ ଧର୍ମ ପ୍ରଚାର କରିବା ନିମନ୍ତେ ମୁଖ୍ୟ କେନ୍ଦ୍ର ।KI 2

ଏହା ନିର୍ଦ୍ଧିଷ୍ଟ ଭାବରେ ପ୍ରମାଣିତ ଯେ ଅନେକ ପ୍ରମୁଖ ବିଶାଳ ବୌଦ୍ଧ କୀର୍ତିସ୍ଥଳ ଯଥା-ଲଳିତଗିରି, ଉଦୟଗିରି, ରତ୍ନଗିରି, ଲାଙ୍ଗୁଡି, ରାଧାନଗର, ଆରାଗଡ଼ ପ୍ରଭୃତି ଯେଉଁଠାରେ ସୁଦୃଶ୍ୟ କୀର୍ତିସମ୍ପନ୍ନ ଐତିହ୍ୟର ଅବଶେଷ (ସ୍ତୁପ, ଚୈତ୍ୟ, ମଠାଦି) ଏବଂ ବୁଦ୍ଧ ଓ ବୋଧିସତ୍ୱଙ୍କର ସୁଦୃଶ୍ୟ ବିଗ୍ରହ, ଯାହା ଓଡିଶାର ପ୍ରାଚୀନ କଳା ସ୍ଥାପତ୍ୟର ନିଦ୍ଧର୍ଶନ ଦିଏ ।

        ଏହି ୪ର୍ଥ କଳିଙ୍ଗ ଆନ୍ତର୍ଜାତୀୟ ବୌଦ୍ଧ ମହୋସôବ ଚଳିତ ମାସ ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ଓଡିଶା ପର୍ଯ୍ୟଟନ ବିଭାଗ ଏବଂ ଓଡିଶା ଦକ୍ଷିଣ ପୂର୍ବ ସାମୁଦ୍ରିକ ଗବେଷଣା ଅନୁଷ୍ଠାନର ମିଳିତ ସହଯୋଗରେ ତଥା ସର୍ବଭାରତୀୟ ପ୍ରତ୍ନତ୍ତତ୍ୱ ପ୍ରତିଷ୍ଠାନ ସହଯୋଗିତାରେ ଅନୁଷ୍ଠିତ ହେଉଅଛି ।

KI 3

  ସମ୍ମିଳନୀର ପ୍ରଥମ ଦିନରେ ବୌଦ୍ଧିକ ପର୍ଯ୍ୟଟନ ବିଶ୍ୱବିଶ୍ରୁତ ବହୁ ଦିଗ ଉପରେ ଅନେକ ଅନେକ ଗବେଷକ ସେମାନଙ୍କର ମୌଳିକ ଚିନ୍ତାଧାରାପ୍ରସୂତ ତଥ୍ୟରାଶି ସମ୍ମିଳିତ ଗବେଷଣା ଧର୍ମି ରଚନା ଉପସ୍ଥାପନା କରୁଛନ୍ତି । ଅଂଶଗ୍ରହଣ କରିଥିବା ପ୍ରତିନିଧିମାନେ ସନ୍ଧ୍ୟା ୬.୩୦ମିନିଟ୍ ରେ ଅରୁଣା ମହାନ୍ତି ଓ ସୁସ୍ମୀତା ଦାଶଙ୍କ ଦ୍ୱାରା ଆଯୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ (ଉକôଳ ମଣ୍ଡପରେ) ଉପଭୋଗ କରିବେ ।

KI 5

   ଦ୍ୱିତୀୟ ଦିନ ପ୍ରତିନିଧିମାନେ ଲଳିତଗିରି, ରତ୍ନଗିରି ଓ ଉଦୟଗିରିର  ବୌଦ୍ଧ କୀର୍ତିରାଜି ସମୂହ ପରିଦର୍ଶନରେ ଯିବେ । ସଂଧ୍ୟାରେ ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ ଏହି ବୌଦ୍ଧ ସଂସ୍କୃତି ସମ୍ବନ୍ଧରେ Interactive Session ର ଆୟୋଜନ କରାଯାଇଅଛି । ଶେଷଦିନ ଅର୍ଥାତ୍ ୧୨ ତାରିଖ ପ୍ରାତଃ ୬ଘଟିକା ସମୟରେ ଏକ ସାମୁହିକ ମନ୍ତ୍ର ଉଚ୍ଚାରଣ ତଥା ପ୍ରାର୍ଥନା ଧଉଳିଠାରେ ଆୟୋଜନ କରାଯାଇଅଛି । ଏହାପରେ ହୋଟେଲ ମେ ଫେୟାର ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୧୦ଘଟିକାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍ୟାପନ ଉସôବ ଅନୁଷ୍ଠିତ ହେବ ।

KI 4

        ଏହି ତ୍ରୀଦିବସୀୟ ସମ୍ମିଳନୀରେ ୨୦୦ ଜାତୀୟ ଓ ଆନ୍ତର୍ଜାତୀୟ ବୌଦ୍ଧଶ୍ରମଣ ପ୍ରତିନିଧି ଓ ବୁଦ୍ଧିଜୀବି, ଗବେଷକ, ଟୁର ଅପରେଟର,  ଟ୍ରାଭେଲ ଏଜେନ୍ଟ ତଥା ମଠାଧିଶମାନେ ଅଂଶଗ୍ରହଣ କରିବେ ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

16 − 5 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...