“ଜଗବନ୍ଧୁ ଜରାଶ୍ରମ” ତରଫରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ଓ କମ୍ବଳ ବଣ୍ଟନ

ଭୁବନ ୦୩/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ” ଜଗବନ୍ଧୁ ଜରାଶ୍ରମ” ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। ଅନୁଷ୍ଠାନ ର ରାଜ୍ୟ ପ୍ରକଳ୍ପ ସଂଜୋଜିକା ଦ୍ଵିତୀୟ ପର୍ବତାରୋହୀ ସୁଶ୍ରୀ ବିଭାରାଣୀ ପାତ୍ର ଙ୍କ ଅଧ୍ୟକ୍ଷତାରେ ପାଲାମଣ୍ଡପ ସ୍ଥିତ ଜରାଶ୍ରମ କାର୍ଯ୍ୟାଳୟ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ସଂଘ ସଭାପତି ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶ୍ରୀଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମ ମାନେ ସମାଜ ପାଇଁ ବୋଝ ନୁହନ୍ତି,ଭିନ୍ନକ୍ଷମ ବ୍ୟକ୍ତି ମାନେ ଆଜି ସମସ୍ତ ପ୍ରତିବନ୍ଧକ କୁ ଅତିକ୍ରମ କରି ସମାଜ ର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ହୋଇପାରିଛନ୍ତି । ଟିକେ ସ୍ନେହ,ମମତା,ଆଦର ଓ ସହଯୋଗ ମିଳିଲେ ଭିନ୍ନକ୍ଷମ ମାନେ ଆତ୍ମନିର୍ଭର ହୋଇ ବ୍ୟକ୍ତିତ୍ଵ ର ବିକାଶ କରିବା ସହ ସମାଜ ର ବିକାଶ ରେ ନିଜକୁ ସାମିଲ କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ସ୍ଥାନୀୟ କାଉନସିଲର ଶ୍ରୀମତୀ ସୁଚିତ୍ରା ସାହୁ ,ଭୁବନ କୃଷକ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟି ଯୋଗଦେଇ ଶତାଧିକ ଭିନ୍ନକ୍ଷମ ବ୍ୟକ୍ତି ଙ୍କୁ ଟିଫିନ୍ ପୁଡିଆ ଖାଦ୍ୟ ସହିତ କମ୍ବଳ ବଣ୍ଟନ କରିଥିଲେ । କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଆସନ୍ତା ୩ ମାସ ପର୍ଯ୍ୟନ୍ତ ଚାଲିବ । ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକ୍, ପୌରାଞ୍ଚଳ ରେ ୩ ହଜାର ଭିନ୍ନକ୍ଷମ / ବରିଷ୍ଠ ନାଗରିକ ମାନଙ୍କୁ କମ୍ବଳ ଓ ରୋଷେଇ ସାମଗ୍ରୀ ବଣ୍ଟନ କରାଯିବାର ଲକ୍ଷ୍ୟ ରହିଛି ବୋଲି ଅନୁଷ୍ଠାନ ର ସମ୍ପାଦକ ଆଶୁତୋଷ ମିଶ୍ର ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *