ସପ୍ତାହକ ପରେ ପ୍ଲାଟିନମ୍ ଜୁବୁଲି ମହୋତ୍ସବ , ପ୍ରତିଷ୍ଠାତା ଙ୍କ ପ୍ରତିମୂର୍ତ୍ତି ବସିବ କେବେ ?

ଭୁବନ, ୩୦/୧୧/୨୦୨୩ (ଓଡ଼ିଶା ସମାଚାର)– ୧୯୪୮ ମସିହାରେ ସ୍ଥାପିତ ହୋଇଥିବା ଭୁବନ ଉଚ୍ଚ ବିଦ୍ୟାଳୟ ଆସନ୍ତା ୯ ଏବଂ ୧୦ ତାରିଖ ରେ ପ୍ଲାଟିନମ ଜୁବୁଲି ( ୭୫ ବର୍ଷ ) ପାଳନ କରିବ । ଦୁଃଖ ର କଥା ଯାହାଙ୍କ ପାଇଁ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଏଯାଏଁ ସବୁଜ ସଙ୍କେତ ମିଳିପାରି ନାହିଁ । ସ୍ବର୍ଗତ ଭାଗବତ ମିଶ୍ର ଙ୍କ ନେତୃତ୍ୱରେ ଶ୍ରୀଧର ରାଉତ , ମାଗୁଣି ବେହେରା,ମାଗୁଣି ପୃଷ୍ଟି ପ୍ରମୁଖଙ୍କ ସହଯୋଗରେ ୧୯୪୮ ମସିହାରେ ଭୁବନ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଭାଗବତ ମିଶ୍ର ଓ ଶ୍ରୀଧର ରାଉତ ମୁଖ୍ୟ ଭୂମିକା ନେଇଥିଲେ । କିନ୍ତୁ ଆଜି ଯାଏ ବିଦ୍ୟାଳୟ ପ୍ରାଣପ୍ରତିଷ୍ଠାତା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରି ନାହିଁ । ରୌପ୍ୟ ଜୟନ୍ତୀ ଓ ସ୍ଵର୍ଣ୍ଣ ଜୟନ୍ତୀ ସମୟରେ ମଧ୍ୟ ପ୍ରତିଷ୍ଠାତା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବି ହୋଇଥିଲା । କିନ୍ତୁ ପ୍ରଶାସନ ର ଉଦାସୀନତା ଓ ଅପାରଗତା ଯୋଗୁ ଆଜି ଯାଏ ସମ୍ଭବ ହୋଇପାରିନାହିଁ । ପ୍ଲାଟିନମ ଜୁବୁଲି କୁ ଏକ ସୁଯୋଗ ମନେକରି ସ୍ବର୍ଗତ ଭାଗବତ ମିଶ୍ର ଙ୍କ ପରିବାର ତରଫରୁ ନିଜସ୍ଵ ଖର୍ଚ୍ଚ ରେ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଗତ ନଭେମ୍ବର ୭ ତାରିଖ ରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କୁ ପତ୍ର ଦେଇଥିଲେ । ପ୍ରଧାନ ଶିକ୍ଷକ ଚିଠି ନଂ – ୩୦୧/ତା ୧୦.୧୧.୨୦୨୩ ରେ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ଅବଗତ କରାଇବା ସହିତ ଅନୁମତି ମାଗିଥିଲେ । ଇତି ମଧ୍ୟରେ ଦୀର୍ଘ ୨୦ ଦିନ ବିତି ଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀ କୌଣସି ପ୍ରତ୍ୟୁତ୍ତର କିମ୍ବା ଅନୁମତି ଦେଇ ନାହାନ୍ତି । ଏଥି ପାଇଁ ପୁରାତନ ଛାତ୍ର ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ଶିକ୍ଷାଧିକାରୀ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଅନୁମତି ପ୍ରଦାନ କଲେ ପ୍ରତିଷ୍ଠାତା ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇପାରିବ ବୋଲି କୁହାଯାଉଛି । ଏହା ସହିତ ପ୍ଲାଟିନମ ଜୁବୁଲି ମହୋତ୍ସବ ପୂର୍ବରୁ ୩ ବର୍ଷ ହେଲା ଫାଙ୍କା ପଡ଼ିଥିବା ଏନ୍ ସି ସି ଶିକ୍ଷକ ପଦବୀ ପୂରଣ,ସ୍କୁଲ ପଡିଆ ( ଷ୍ଟାଡିୟମ) ର ମାଲିକାନlସତ୍ଵ ପ୍ରଦାନ କରାଯିବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *