ଓଡ଼ିଶା ସମାଚାର

୨୬ ନମ୍ବର ଜୋନ୍ରେ ତ୍ରିମୁଖି ଲଢେଇ!

 Current News
  • କାର୍ତିକ ଆରଏସଏସ ର ସଦସ୍ୟ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ଗତକାଲି କୁମ୍ଭାରୀ ଗ୍ରାମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର କଲାବେଳେ କାର୍ତିକ ମେହେର ନାମକ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରିଥିଲେ । ବିଜେଡି ତରଫରୁ ଏହାକୁ...
  • ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ ନେଇ ପୋଲିସ ଡିଜିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)- ବିଜେପୁର ଉପ-ନିର୍ବାଚନରେ ପ୍ରାର୍ଥôନୀ ରୀତା ସାହୁଙ୍କ ପାଇଁ ପ୍ରଚାରରେ ଯାଇଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଉପରକୁ ବରପାଲ୍ଲୀ ବ୍ଲକ କୁମ୍ଭାରୀ ଗ୍ରାମ ଠାରେ ଗତକାଲି ଆକ୍ରମଣ କରାଯାଇଥିଲା । ଆକ୍ରମଣକାରୀର ପକେଟ୍ରୁ ବିଜେପିର...
  • ଯୁଗଶ୍ରୀ ଯୁଗନାରୀର ବାର୍ଷିକ ସାରସ୍ୱତ ସମାରୋହ ଅନୁଷ୍ଠିତ             ସାରସ୍ୱତ ସ୍ରଷ୍ଟାମାନେ ସମାଜ ସଚେତନ ହେବାକୁ ଆହ୍ୱାନ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-  ବାଲେଶ୍ୱରରୁ ନିୟମିତ ପ୍ରକାଶିତ ହେଉଥିବା ମାସିକ ମହିଳା ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ର ବାର୍ଷିକ ସାରସ୍ୱତ ସମାରୋହ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ସଭା...
  • କେନ୍ଦ୍ରମନ୍ତ୍ରୀ ରାମକି୍ରଷ୍ଣପାଲ ଯାଦବଙ୍କୁ ସ୍ୱାଗତ ଭୁବନେଶ୍ୱର, ୨୧/୦୨/୨୦୧୮ (ଓଡ଼ିଶା ସମାଚାର)-ଗାଇ ସିଲଟ ବ୍ଲକ ଅନ୍ତର୍ଗତ ଜଗଲଘାଟ ପଂଚାୟତରେ ଏକ ନିର୍ବାଚନୀ ସଭାରେ ବରଗଡ଼ ଜିଲ୍ଲା ସଭାପତି ଅରୁପାନନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର ସମ୍ପାଦକ ସୁରେଶ ପୂଜାରୀ, ଚିତରଞ୍ଜନ କଂସ, ଲକ୍ଷ୍ମଣ ଭୋଇ, ଆଲେକଜାଣ୍ଡର ଦାସ, ସୁଜାତା ବାରିକ,...
  • ଶିକ୍ଷୟତ୍ରୀ ବିଦ୍ୟାଳୟକୁ ବିଳମ୍ବରେ ଆସୁଛନ୍ତି ବେଙ୍ଗାମୁଣ୍ଡା,୨୧/୦୨/୨୦୧୮ (ଓଡ଼ିଶା ସମାଚାର/ଅଶୋକ ନାରାୟଣ ଭୋଇ)-ସରକାର ସମସ୍ତ ଙ୍କ ପାଇଁ ମାଗଣା ଏବଂ ବାଧ୍ୟତା ମୂଳକ ଶିକ୍ଷା ର ବ୍ୟବସ୍ଥା କରିବା ସହ ଛାତ୍ର ଛାତ୍ରୀ ଙ୍କୁ ବିଦ୍ୟାଳୟଭିମୁଖୀ ଲକ୍ଷ୍ୟରେ  ମାଗଣାରେ ପାଠ୍ୟ ପୁସ୍ତକ ବଂଟନ, ପୋଷାକ, ମଧ୍ୟାହ୍ନ ଭୋଜନ ଆଦି...

୨୬ ନମ୍ବର ଜୋନ୍ରେ ତ୍ରିମୁଖି ଲଢେଇ!

December 25
15:19 2017

   Vote
ବାଲେଶ୍ୱର, ୨୫/୧୨/୨୦୧୭(ଓଡ଼ିଶା ସମାଚାର)-ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ୨୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ଉପ-ନିର୍ବାଚନ ନିମନ୍ତେ ଆସନ୍ତା ଜାନୁଆରୀ ମାସ ୧୯ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ । ସେଦିନ ସକାଳ ୭ ଟା ଠାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିଲାବେଳେ ନିର୍ବାଚନ ପାଇଁ ଉକ୍ରଳ ଭାରତ ପକ୍ଷରୁ ରମାକାନ୍ତ ଗୁଡ୍,କଂଗ୍ରେସର ମନୋଜ ନାୟକ,ଭାରତୀୟ ଜନତା ପାର୍ଟି ପକ୍ଷରୁ ପର୍ଶୁରାମ ପରିଡା,ସିପି.ଆଇ.ଏମ୍ ପକ୍ଷରୁ ଶ୍ରୀମତି ବନ୍ଦନା ପାତ୍ର,ବିଜୁ ଜନତା ଦଳ ପକ୍ଷରୁ କମଲ କୁମାର ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଆସନ୍ତା ୨୬ ତାରିଖ ମଙ୍ଗଳବାର ଦିନ ପ୍ରାର୍ଥିପତ୍ର ଯାଂଚ ପରେ ଚୁଡାନ୍ତ ପ୍ରାର୍ଥି ତାଲିକା ଘୋଷଣା କରାଯିବା ମୋଟାମୋଟି ଭାବରେ କହିବାକୁ ଗଲେ ଏହି ଜିଲ୍ଲା ପରିଷଦ ଆସନରେ ତ୍ରିମୁଖି ଲଢେଇ ହେବ । ନିର୍ବାଚନର ଅବ୍ୟବାହିତ ପୂର୍ବରୁ ଗତ ୨୨ ତାରିଖ ରାତିରେ ଉକ୍ରଳ ଭାରତ ପକ୍ଷରୁ ପ୍ରାର୍ଥି ରମାକାନ୍ତ ଗୁଡ୍ଙ୍କ ବ୍ୟାନର ଚିରା ଘଟଣାକୁ ନେଇ ଚାନ୍ଦିପୁର ଅଂଚଳରେ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହେବା ସହ ଏ ବାବଦରେ ଚାନ୍ଦିପୁର ଥାନାରେ ଏତେଲା ହୋଇଥିବା ଜଣାଯାଏ । ଏଠାରେ ଉଲ୍ଲେଖ୍ୟଯୋଗ୍ୟ ଯେ ୨୬ ନମ୍ବର ଜୋନର ଜିଲ୍ଲାପରିଷଦ ବିନୟ କୁମାର ଦାସଙ୍କ ପରଲୋକ ପରେଏହି ସିଟ୍ ଟି ଖାଲି ପଡିଥିଲା । ପରବର୍ତି ଅବସ୍ଥାରେ ରାଜ୍ୟ ନିବାଚନ କମିଶନରଙ୍କ ନିର୍ଦେଶରେ ଉପ-ନିର୍ବାଚନ ପାଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥି ପତ୍ର ଦାଖଲ ହୋଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four + 13 =