ପୋଢୁଆଁ ରହିଲା ଅଧା,ଅଧା ବାଟରେ ହାଇୱ। ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

କଟକ ସଦର, ୩୦/୧୧/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):କଟକରୁ ଵାପ ଘର ରଘୁନାଥପୁର ଥାନା କୁର୍ତ୍ତାଙ୍ଗ ଗୁଆଳିପୁରକୁ ସ୍କୁଟି ପଛରେ ଵସି ପୋଢୁଆଁ କରିଵାକୁ ଯାଉଥିବା ଜନୈକା ମହିଳା ହାଇୱ। ଧକ୍କାରେ ଅଧା ବାଟରେ ଶୋଚନୀୟ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳାଇ ଦେଇଛି। ପ୍ରକାଶ ଯେ କିଶନନଗର ଥାନା ଅନ୍ତର୍ଗତ କନ୍ଦରପୁର-ପାରାଦୀପ ରାଜ୍ୟ ରାଜପଥର କମରପଦା କାଜାପୋଲ ନିକଟରେ ଆଜି ଗୁରୁବାର ପୂର୍ବାହ୍ନରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ସ୍କୁଟିକୁ ଏକ ଖାଲି ହାଇୱ। ପଛରୁ ଧକ୍କା ଦେଵା ଫଳରେ ସ୍କୁଟି ପଛରେ ବସିଥିବା କୁର୍ତ୍ତାଙ୍ଗ ଗୁଆଳିପୁରର ଶ୍ରୀକାନ୍ତ ସାସମଲଙ୍କ ଝିଅ ସସ୍ମିତା ସାହୁ (୨୪) ଙ୍କର ଦୂର୍ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି। ସ୍କୁଟି ଆରୋହୀ ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି। ଦୂର୍ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇ କିଛି ସମୟ ରାସ୍ତାର ଦୁଇ କଡ଼ରେ ଗାଡ଼ି ମଟର ଠିଆ ହୋଇରହିଥିବା ଦେଖାଯାଇଥିଲା। ଖବର ପାଇ କିଶନନଗର ଥାନା ଅଧିକାରୀ ରଶ୍ମୀରଂଜନ ଦାସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତ ମହିଳାଙ୍କ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି। ଦୂର୍ଘଟଣା ଘଟାଇଥିବା ହାଇୱ।କୁ ଜବତ କରିବା ସହିତ ଲୋକମାନଙ୍କ ଦ୍ଵାରା କାବୁ ହୋଇଥିବା ଚାଳକକୁ ପୋଲିସ ଥାନାକୁ ନେଇ ଅଟକ ରଖି ଥିବା ଜଣାପଡିଛି  ।

Leave a Reply

Your email address will not be published. Required fields are marked *