୫୧ବର୍ଷରେ ମଢିଆଳ କାର୍ତିକେଶ୍ୱର ପୂଜା

କେନ୍ଦ୍ରାପଡ଼ା,୨୮/୧୧/୨୦୨୩ (ଓଡ଼ିଶା ସମାଚାର)- କେନ୍ଦ୍ରାପଡାର ସର୍ବପୁରାତନ କାର୍ତିକେଶ୍ୱର ପୂଜା ସହରର ମଢିଆଳସ୍ଥିତ ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ୧୯୭୨ମସିହାରେ ପ୍ରଥମେ ହରିହର ବେହେରା, ସ୍ୱର୍ଗତ ଗିରିଧର ସାହୁ, ଚିତରଞ୍ଜନ ଭଗତ, ସ୍ୱର୍ଗତ ରବିନ୍ଦ୍ର ମଣ୍ଡଳ ଓ ମଧୁସୁଦନ ମହାଲିକ ଏହି ପୂଜା ଆରମ୍ଭ କରିଥିଲେ । ୫୦ପଇସା ଚାନ୍ଦାରେ ଆରମ୍ଭ ହୋଇଥିବା ଏହି ପୂଜାର ବଜେଟ  ସମୟାନୁକ୍ରମେ ବୃଦ୍ଧି ପାଇ ୫୦ହଜାର ଟଙ୍କାରୁ ଉଦ୍ଧ୍ୱର୍ରେ ଏବେ ପହଂଚିଛି । ଏହି ମଣ୍ଡପର ବିଶେଷତ୍ୱ ହେଉଛି ଏଠାରେ ଗଣେଷ ପୂଜା, ଦୁର୍ଗା ପୂଜା, ଗଙ୍ଗାରଥ ପୂଜା, କାଳୀ ପୂଜା, କାର୍ତିକେଶ୍ୱର ପୂଜା, ଶାରଳା ମେଳା ଓ ସରସ୍ୱତୀ ପୂଜା ପ୍ରଭୃତି କରାଯାଇଥାଏ । ଏବେ କମିଟିର ସଭାପତି ମନ୍ମଥ ସିଂହ ଓ ସମ୍ପାଦକ ଭଗୀରଥ ସାହୁ ଥିବା ବେଳେ ସେମାନେ ସ୍ୱଚାରୁ ରୂପେ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । କମିଟିର ସଦସ୍ୟ ଭାବେ ସୁବାଷ ଚନ୍ଦ, ଚିତରଞ୍ଜନ ଭଗତ, ଶମ୍ଭୁ ଚାନ୍ଦ, ହିମାଞ୍ଜନ ସାହୁ, ସମୀର ଚାନ୍ଦ ପ୍ରମୁଖଙ୍କ ସହଯୋଗରେ ପୂଜା କାର୍ଯ୍ୟ ଚାଲିଛି ।

Leave a Reply

Your email address will not be published. Required fields are marked *