ଓଡ଼ିଶା ସମାଚାର

ଚଣ୍ଡିଖୋଲର ବିକାଶ ପାଇଁ ବରିଷ୍ଠ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଚଣ୍ଡିଖୋଲର ବିକାଶ ପାଇଁ ବରିଷ୍ଠ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

ଚଣ୍ଡିଖୋଲର ବିକାଶ ପାଇଁ ବରିଷ୍ଠ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ
September 23
13:37 2017

ଯାଜପୁର, ୨୩/୦୯/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) -ଚଣ୍ଡିଖୋଲ ଛକର ଗୁରୁତ୍ୱ ସମଗ୍ର ଭାରତ ବର୍ଷ ପାଇଁ ଅତ୍ୟନ୍ତ ଆବଶ୍ୟକ । ଏଠାକାର ବିକାଶ ଓ ସୌନ୍ଦର୍ଯ୍ୟକରଣ ଅପରିହାର୍ଯ୍ୟ । ସରକାରୀ ପ୍ରୋତ୍ସାହନରେ ଏହି କାର୍ଯ୍ୟଗୁଡ଼ିକ କରିବାପାଇଁ ଆଜି କେନ୍ଦ୍ର ଓ ରାଜ୍ୟସରକାରଙ୍କ ସମସ୍ତ ବିଭାଗୀୟ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ସେଙ୍ଗ ସେଙ୍ଗ ଏକ ସମୀକ୍ଷା ବୈଠକରେ ଏକତ୍ରିତ ହୋଇଥିଲେ । ଏଥିରେ ସରକାରଙ୍କ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥି ପୌରହିତ କରିଥିଲେ । ବଜାରର ଉଭୟ ପଟରେ ବସି ବ୍ୟବସାୟ କରୁଥିବା ଅସ୍ଥାୟୀ ବ୍ୟବସାୟୀ ମାନଙ୍କ ସ୍ଥାୟୀ ଥଇଥାନ ଅପରିହାର୍ଯ୍ୟ । ଚତ୍ୱର୍ପାଶ୍ୱରେ ପଡ଼ିଥିବା ପାଣିଖାଲଗୁଡ଼ିକ ପୋତି ସେମାନଙ୍କୁ ଥଇଥାନ ଓ ସୌନ୍ଦର୍ଯ୍ୟକାରଣ ପାଇଁ ବାଟ ଖୋଲିବା ଉପରେ  ଶ୍ରୀ ଶତପଥି ଗୁରୁତ୍ୱ ଦେଇଥିଲେ । ଜିଲ୍ଳାପାଳ ଶ୍ରୀ ରଂଜନ କୁମାର ଦାସ କଳିଙ୍ଗନଗର ସ୍ଥିତ ଜିନ୍ଦଲ ଷ୍ଟେନଲେସ୍ କମ୍ପାନିକୁ ସେମାନଙ୍କ ଫ୍ୟାକ୍ଟରୀରୁ ବାହାରୁଥିବା ଉଚ୍ଚମାନର ଫ୍ଲାଇଆସ ପାଣି ଖାଲରେ ପକାଇ ପୋତିବା ପାଇଁ ନିର୍ଦ୍ଧେଶ ଦେଇସାରିଛନ୍ତି ବୋଲି ପ୍ରକାଶ କରିଥିଲେ ।  ପୂର୍ବପଟ ପାଣି ଖାଲ ପୋତି ସାରିବା ପରେ ଏକ ଚୁଡ଼ାନ୍ତ ସୌନ୍ଦର୍ଯ୍ୟକରଣ ଅଧାରିତ ନକସା ପ୍ରସ୍ତୁତ କରାଯିବ । ଏହା ପରେ ଯେକୌଣସି ଉନୟନ କାର୍ଯ୍ୟ ଓ ଉଠା ଦୋକାନୀ ମାନେ ବସିବା ପ୍ରସଙ୍ଗ ବିଚାରକୁ ନିଆଯିବ ବୋଲ ସ୍ପଷ୍ଟ କରିଥିଲେ । ଚଣ୍ଡିଖୋଲ ଛକ ଉପରେ ବେଆଇନ୍ ଭାବେ ଜବରଦଖଲ କରିଥିବା ୬୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ଦର୍ପଣ ସହସିଲଦାର ଉଲ୍ଲେଖ କରିଥିଲେ । ଆସନ୍ତା କାଲି ଠାରୁ ଜାତୀୟ ରାଜପଥ କର୍ତୃପକ୍ଷ ଓ ତହସିଲଦାର ଜବରଦଖଲ ସ୍ଥାନ ଚିହ୍ନଟ କରି ପଦକ୍ଷେପ ନେବାକୁ ନିସ୍ପତି ହୋଇଥିଲା । ପୂର୍ବପଟ ପାଣି ଖାଲ ପୋତାଯିବା ପରେ ନୂଆ ନକସା ପ୍ରସ୍ତୁତ କରାଯିବ ଓ ସେଠାରେ ତୁରନ୍ତ ଶୌଚାଳୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଜିନ୍ଦଲ୍ କମ୍ପାନୀ ପ୍ଲାଏଆସ ପୋତିବା ପରେ ତା ଉପରେ ଆବଶ୍ୟକ ମୋହରମ ଓ ମାଟି ପକାଇ ସମତୁଲ କରିବା ଲାଗି ଆବଶ୍ୟକ କାମାଲ ଏବେ ଠାରୁ ସଂଗ୍ରହ ସ୍ଥାନ ନିରୂପଣ କରିବାକୁ ଜିଲ୍ଳାପାଳ ନିର୍ଦ୍ଧେଶ ଦେଇଥିଲେ । ନୂଆସୁଙ୍ଗୁଡ଼ା ଗୋଲେଇ ଠାରେ ୧ନମ୍ବର ଲୁପ ଉପରେ ବକ୍ସ କନଭଟ କରି ପାଣି ନିସ୍କାସନ, ଲୁପ ଗୁଡ଼ିକର ମରାମତି ପ୍ରସଙ୍ଗ ଆଳୋଚନା ହୋଇଥିଲା । ଚଣ୍ଡିଖୋଲଠାରୁ ଡ଼ୁବୁରୀ ପର୍ଯ୍ୟନ୍ତ ଜାତୀୟ ରାଜପଥ ଓ ବ୍ରାହ୍ମଣୀ ପୋଲର ଶୋଚନୀୟ ଅବସ୍ଥା ସମ୍ପର୍କରେ ଶ୍ରୀ ଶତପଥି ଆଲୋଚନା କରିଥିଲେ । ଏବେ ଚାରିଥାକିଆ କାର୍ଯ୍ୟ କରୁଥିବା ଠିକାଦାର ଅଧିନରେ ଯେତିକି ସୁଯୋଗ ଅଛି ତାକୁ ଛାଡ଼ି ଅନ୍ୟାନ୍ୟ ଉନୟନ କାର୍ଯ୍ୟ ପାଇଁ ଜାତୀୟ ରାଜପଥ କର୍ତୃପକ୍ଷ ଏବେ ଯେଉଁ ଅନୁଶୀଳନ ଆରମ୍ବ କରିଛନ୍ତି ସେଥିରେ ଚଣ୍ଡିଖୋଲ ପ୍ରସଙ୍ଗ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଭୁବନେଶ୍ୱର ସ୍ଥିତ ଆଂଚଳିକ ଅଧିକାରୀ ଧର୍ମେନ୍ଦ୍ର ଷଢଙ୍ଗୀ ପ୍ରତିଶୃତି ଦେଇଥିଲେ । ଦୀର୍ଘ ବର୍ଷ ହେଲା ଚଣ୍ଡିଖୋଲ ପାଇଁ ଗୃହୀତ ହୋଇଥିବା ନିଷ୍ପତି ଗୁଡ଼ିକର କାଗଜ ପତ୍ର ଓ ନକସା ଆଦି ସ୍ଥାନୀୟ ଅସ୍ଥାୟୀ ବ୍ୟବସାୟୀ ସଂଘ ସଭପତି ସାମ୍ବାଦିକ ମହେଶ୍ୱର ବଳ ଉପସ୍ଥାପନ କରିଥିଲେ । ଆଲୋଚନା ବେଳେ ଅନ୍ୟମାନଙ୍କ ମଧ୍ୟରେ ଉପ ଜିଲ୍ଳାପାଳ ନାରାୟଣ ଧଳ, ଜାତୀୟ ରାଜପଥ କର୍ତୃପକ୍ଷଙ୍କ ଭୂବନେଶ୍ୱର ପି.ଡ଼ି ବିଜୁ ପତି, ଇଞ୍ଜିନିୟର ଆର.କେ ପରିଡ଼ା, ଢେଙ୍କାନାଳ ପି.ଡ଼ି ସଞ୍ଜୟ ଚାନା, ପଲୁ୍ୟସନ କଂଟୋରଲ ବୋର୍ଡ଼ର ଆଂଚଳିକ ଅଧିକାରୀ ଡ଼ଃ ଅନୁପ କୁମାର ମଲିକ, ସ୍ଥାନୀୟ ଏମ.ଭି.ଆଇ ବିକାଶ ଚୌଧୁରୀ, ଜିନ୍ଦଲ କମ୍ପାନିର ବାହ୍ୟ ବ୍ୟପାର ମୁଖ୍ୟ ମୋତିଲାଲ ରଥ, ଅସ୍ଥାୟୀ ବ୍ୟବସାୟୀ ସଂଘର ସମ୍ପାଦକ ସଂଜୟ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ବଡ଼ଚଣା ଥାନା ଅଧିକାରୀ ସୁଧାକର ସାହୁ, ଟ୍ରାଫିକ୍ ଇନସିପେକଟର ସୁଦୀପ୍ତ ସାହୁ ପ୍ରମୁଖ ଆଲୋନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

seven + 2 =