ଓଡ଼ିଶା ସମାଚାର

ଏବେବି ବଂଚିରହିଛି ମଣିଷ ପଣିଆ : ଦୁର୍ଘଟଣାରେ ଆହତହୋଇଥିବା ଷଣ୍ଢକୁ ସହାୟତାର ହାତ ବଢାଇଲେ ଯୁବକ

ଏବେବି ବଂଚିରହିଛି ମଣିଷ ପଣିଆ : ଦୁର୍ଘଟଣାରେ ଆହତହୋଇଥିବା ଷଣ୍ଢକୁ ସହାୟତାର ହାତ ବଢାଇଲେ ଯୁବକ

September 23
13:22 2017

ଯାଜପୁର, ୨୩/୦୯/୨୦୧୭(ଓଡ଼ିଶା ସମାଚାର/ଏ.ରାଉତ) -ରାସ୍ତାରେ ଗୁରୁତର ଆହତ ହୋଇ ଛଟପଟ ହେଉଥିବା ମଣିଷକୁ ଆଡେଇଦେଇ ଆଜିର ମଣିଷ ଚାଲିଯାଉଥିଲାବେଳେ ଦୁର୍ଘଟଣାରେ ଆହତ ହୋଇ ରାସ୍ତାରେ ପଡି ଛଟପଟ ହୋଇ ବିକଳ ରଡି କରୁଥିବା ଷଣ୍ଢକୁ ସହାୟତାର ହାତ ବଢାଇଛନ୍ତି ରାସ୍ତାରେ ଯାଇଥିବା ଯୁବକମାନେ । କେବଳ ତା ପାଖରେ ଛିଡା ହୋଇ ନାହାନ୍ତି; ତାକୁ ଉଦ୍ଧାର କରି ରାସ୍ତା କଡକୁ ଆଣି ତାର ସେବା ଯନô ମଧ୍ୟ କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସମୟରେ ପାଣି କୋଇଲି ନିକଟ ଜାତୀୟ ରାଜପଥ କଡରେ ଚରୁଥିଲାବେଳେ ଅସାବଧାନତା ବସତଃ ରାସ୍ତା ଉପରକୁ ଚାଲି ଆସିଥିଲା ଷଣ୍ଢଟି । ଏହି ସମୟରେ ଦୃତ ଗତିରେ ଆସୁଥିବା ଏକ ଟ୍ରକ ଷଣ୍ଢକୁ ଧକ୍କା ଦେଇ ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଘୋଷାଡି ନେଇଥିଲା । ଦୁର୍ଘଟଣାର ଶିକାର ହୋଇ ଷଣ୍ଢଟି ରାସ୍ତାରେ ପଡି ଛଟପଟ ହେଉଥିଲାବେଳେ ଗାଡି ଚାଳକ ଜଣକ ସେଠାରୁ ଗାଡିନେଇ ପଳାଇଥିଲା । ଷଣ୍ଢଟିର ନାକରୁ ରକ୍ତ ବାହାରୁଥିଲାବେଳେ ପଛ ଗୋଡରେ ମାଡ ହେବାରୁ ସେମିତି ରାସ୍ତାରେ ପଡିରହି ବିକଳ ଚିକôାର କରୁଥିଲା । ଏହି ସମୟରେ ରାସ୍ତାରେ ବାଇକ୍ରେ ଯାଉଥିବା ୪/୫ ଜଣ ଯୁବକ ସେଠାରେ  ଅଟକିବା ସହିତ ଷଣ୍ଢକୁ ଉଦ୍ଧାର କରିଥିଲେ । ଏହାକୁ ଦେଖି ନିକଟରେ ଥିବା କିଛି ଯୁବକ ମଧ୍ୟ ସେମାନଙ୍କ ସହିତ ଯୋଗଦେଇଥିଲେ । ଏହାପରେ ଯୁବକମାନେ ଷଣ୍ଢଟିକୁ ଉଠାଇବାର ବ୍ୟବସ୍ଥା କରିବାବେଳେ ଷଣ୍ଢଟି ଉଠିପାରିନଥିଲା । ଫଳରେ ଯୁବକମାନେ ବାଡି ଆଣି ତାକୁ ବହୁ ପରିଶ୍ରମ କରି ରାସ୍ତା ଉପରୁ କଡକୁ ଆଣିଥିଲେ । ଏହାପରେ କିଛି ଯୁବକ ରାସ୍ତା କଡ ଘାସକୁ ଛିଣ୍ଡାଇ ଷଣ୍ଢକୁ ଖାଇବାକୁ ଦେବାର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ସମୟର ଏହି ଘଟଣା ପରେ ଯୁବକମାନେ ସ୍ଥାନୀୟ ଲୋକମାନଙ୍କୁ ଦାୟିତ୍ୱ ଦେଇ ସେଠାରୁ ଯାଇଥିଲାବେଳେ ସେମାନଙ୍କ ମୁହଁରେ କଥା କହି ପାରୁନଥିବା ଆହତ ପ୍ରାଣୀକୁ ଟିକିଏ ସହାୟତାର ହାତ ବଢାଇଥିବାର ଖୁସି ଦେଖିବାକୁ ମିଳିଥିଲା । ଆଜି ଦିନରେ ମଣିଷ ପଣିଆକୁ ଭୁଲି ମଣିଷ ନିଜ ସ୍ୱାର୍ଥ ପଛରେ ଧାଉଁଥିଲାବେଳେ ଏହି ଯୁବକମାନଙ୍କ ମଣିଷ ପଣିଆ କୁ ସ୍ୱାଗତ କରିଛନ୍ତି ବରିଷ୍ଟ ସମାଜସେବୀ ଡ.ସୁରେଶ ଚନ୍ଦ୍ର ଦଳାଇ । ଓଡ଼ିଶା ସମାଚାରAahata Sandha

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

sixteen + twelve =