ଓଡ଼ିଶା ସମାଚାର

ସମବାୟ କର୍ମଚାରୀଙ୍କ ଆନ୍ଦୋଳନ

ସମବାୟ କର୍ମଚାରୀଙ୍କ ଆନ୍ଦୋଳନ

September 23
08:28 2017

କେନ୍ଦ୍ରାପଡ଼ା ୨୩/୦୯/୨୦୧୭(ଓଡ଼ିଶା ସମାଚାର)-ଆଳି ବ୍ଲକ ଓ ରାଜକନିକା ବ୍ଲକର ୨୭ଟି ସମବାୟ ସମିତିର କର୍ମଚାରୀମାନେ କାର୍ଯ୍ୟବନ୍ଦ କରିବା ସହ ଧାରଣାରେ ବସିଛନ୍ତି । ସେମାନେ ଦାବି କରିଛନ୍ତି ତୁରନ୍ତ କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ସରକାର ବହନ କରିବା ସହ ସେମାନଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା କରାଯାଉ । ସମିତି ଲ୍ୟାମ୍ପସ ନିର୍ବାଚିତ ପ୍ରତିନିଧିଙ୍କ ପାଇଁ ସମ୍ମାନଜନକ ଭତା ଓ ବୈଠକ ଭତା ପ୍ରଦାନ କରାଯାଉ । ଏହି ବନ୍ଦ ଯୋଗୁ ସମସ୍ତ ସମବାୟ ସମିତି ଗୁଡିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏହି  ଧାରଣା ଆଜି ଦଶମ ଦିନରେ ପହଂଚିଛି । କର୍ମ•ରୀମାନେ  ଛୁଟି ଦିନ ବ୍ୟତିତ ସବୁଦିନ ଆଳି କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶାଖା ସାମ୍ନାରେ ଧାରଣାରେ ବସି ରହିଛନ୍ତି । ଆଳି ଶାଖା ସଭାପତି ଅଶ୍ୱିନୀ ବେହୁରା, ସଂପାଦକ ବିରଜା ପ୍ରସାଦ ଦାସ ଧାରଣାର ନେତୃତ୍ୱ ନେଉଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ନାୟକ, ଦେବାନନ୍ଦ ଦାସ , ରଂଜନ ସେଠୀ, ଲକ୍ଷ୍ମୀକାନ୍ତ ମିଶ୍ର, ଅମରେନ୍ଦ୍ର ରାଉଳ, ଧୀରେନ୍ଦ୍ର ମହାନ୍ତି, ବିକାଶ ସ୍ୱାଇଁ, ଆଶିଷ ଦାସ, ସୁଶାନ୍ତ ପତି, ରାଜେଶ ମହାନ୍ତି, ସତ୍ୟବ୍ରତ ମହାଳିକ, ଜ୍ୟୋତିରଂଜନ ବରାଳ, ତଉଲି ମଲିକ, ସତ୍ୟରଂଜନ ମଲିକ,  ଗଣେଶ ସାମଲ, ରମାକାନ୍ତ ରାୟ, ବସନ୍ତ ସାହୁ ଓ ଶକୁନ୍ତଳା ସାମଲ ପ୍ରମୁଖ ସମସ୍ତ କର୍ମ•ରୀ ଧାରଣାରେ ସାମିଲ ହୋଇଛନ୍ତି । ଅନିର୍ଦ୍ଧିଷ୍ଟ କାଳ ପାଇଁ ଏହି ଧାରଣା ଓ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ ବୋଲି ସେମାନେ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five × three =