ଓଡ଼ିଶା ସମାଚାର

ବିଜେପିର ମିଶ୍ରଣ ପର୍ବ

ବିଜେପିର ମିଶ୍ରଣ ପର୍ବ

ବିଜେପିର ମିଶ୍ରଣ ପର୍ବ
September 23
07:32 2017

ହରିଚନ୍ଦନପୁର,୨୩/୦୯/୨୦୧୭(ଓଡ଼ିଶା ସମାଚାର)-କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ୩୧ନଂ ଜୋନ ତେନ୍ତଳାପଶି ଗ୍ରାମପଂଚାୟତରେ ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀ ବିଜେପିରେ ଯୋଗଦେଇଛନ୍ତି । ବିଜେପି ଆଗାମୀ ନିର୍ବାଚନକୁ ଆଖିଆଗରେ ରଖି ତାର ରଣନୀତି ଚଲାଇଥିବା ବେଳେ ବ୍ଲକର ସମସ୍ତ ପଂଚାୟତର ପ୍ରତି ବୁଥ ସ୍ତରରେ ମଜବୁତ କରୁଥିବା ବେଳେ ଶତାଧିକ କଂଗ୍ରେସ କର୍ମୀ ବିଜେପିର ଯୋଗଦେବା ବିଜେପିକୁ ଅଧିକ ସୁଦୃଢ କରିବ ବୋଲି ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏପଟେ କଂଗ୍ରେସ ଦଳୀୟ ଗତ ମତଭେଦ କାରଣରୁ  ସଙ୍ଗଠନର ମଙ୍ଗୁଆଳ ଅଭାବ ଥିବାରୁ କର୍ମୀ  କଂଗ୍ରେସ ଛାଡି ବିଜେପିରେ ଯୋଗଦେବା କଂଗ୍ରେସ ପାଇଁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି । ବିଜେଡିରୁ ଅସନ୍ତୋଷ ହୋଇ ବହୁ ପ୍ରାର୍ଥୀ  ବିଜେଡିକୁ ଛାଡି ବିଜେପିରେ ଯୋଗଦେବା ଆଗାମି ଦିନରେ ବିଜେଡି ଉପରେ ଏହାର କୁପ୍ରଭାବ ରହିବ ବୋଲି କୁହାଯାଉଛି । ଆଜ ଏହି ବିଶାଳ ମିଶ୍ରଣ ପର୍ବରେ  ମୁଖ୍ୟଅତିଥି ଭାବେ ରାଜ୍ୟ ବିଜେପି ଉପସଭାପତି  ରାଜବିଶୋର ଦାସ,ସମ୍ନାନୀତ ଅତିଥି ଅନନ୍ତ କୁମାର ନାଏକ ପୂର୍ବତନ ଏମପି,ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତ,ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ମହାନ୍ତି,ଶୁକଦେବ ମହାନ୍ତ, ଜିଲ୍ଲା ପରିଷଦ ପ୍ରାର୍ଥୀ ଶୁଶାନ୍ତ କୁମାର ମହାନ୍ତ,ଧନୁର୍ଜୟ ସିଦ୍ଧୁ,ବ୍ଲକ ଜୁବମୁର୍ଚ୍ଚା ସଭାପତି ଜଳଧର ସାହୁ ,ବ୍ଲକ ସମ୍ପାଦକ ଯୁବମୁର୍ଚ୍ଚା ମହର ଧ୍ୱଜ ବେହେରାଙ୍କ ଉପସ୍ଥିତିରେ ହୁଣ୍ଡା,ଜଙ୍ଘିରା,ତେନ୍ତଳାପଶି,ପିଠାଗୋଳା ଆଦି ପଂଚାୟତର ଶହଶହ କର୍ମୀ ବିଜେପିରେ ଯୋଗଦେଇଛନ୍ତି ।ଏହି ମିଶ୍ରଣ ପର୍ବରେ ବ୍ଲକର ସମସ୍ତ ପଂଚାୟତର ୪ହଜାରରୁ ଉର୍ଦ୍ଧ କର୍ମୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

19 − fourteen =