ନୂଆ ଜଗନ୍ନାଥ ସଡକ କୁ ଭାରତମାଳା ପ୍ରକଳ୍ପ ରେ ସାମିଲ ପାଇଁ ଦାବିପତ୍ର

ନିରାକାରପୁର, ୨୮/୧୧/୨୦୨୩ (ଓଡ଼ିଶା ସମାଚାର)- ନୂଆ ଜଗନ୍ନାଥ ସଡକ କୁ ଭାରତମାଳା ପ୍ରକଳ୍ପ ରେ ସାମିଲ କରିବା ସହ ଶୀଘ୍ର ଏହାର ଦୋହରୀକରଣ କାର୍ଯ୍ୟ ଯଥା ଶୀଘ୍ର କରିବା ପାଇଁ ଆଜି ନୂଆ ଜଗନ୍ନାଥ ସଡକ ସୁରକ୍ଷା ସମିତି ର ଆବାହକ ଶ୍ରୀ କୃଷ୍ଣ ଚନ୍ଦ୍ର ଜଗଦେବ ଙ୍କ ନେତୃତ୍ୱ ରେ ପ୍ରତିନିଧି ଦଳ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ର ଓଡିଶା ପ୍ରାନ୍ତ ର ମୁଖ୍ୟ ଶ୍ରୀଯୁକ୍ତ ବୀରେନ୍ଦ୍ର ସିଂ ଙ୍କୁ ଭେଟି ଦାବି ଜଣାଇଛନ୍ତି । ସ୍ଥାନୀୟ ଲୋକ ମାନଙ୍କର ବହୁ ଦିନର ଆଶା କୁ ପୁରଣ କରିବା ସହ କଣାସ ଏବଂ ନିରାକାରପୁର ଅଂଚଳ ର ବୃହତ୍ତର ସ୍ୱାର୍ଥ କୁ ଦୃଷ୍ଟି ଦେଇ ଏହି ବିଷୟରେ ପୁନର୍ବାର ସମୀକ୍ଷା କରିବା ପାଇଁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *