ଓଡ଼ିଶା ସମାଚାର

କେନ୍ଦ୍ରୀୟ ହାରରେ ଆୟୁଷ ଡାକ୍ତରଙ୍କୁ ଦରମା ଦାବିରେ ରାଜଧାନୀରେ ଧାରଣା

କେନ୍ଦ୍ରୀୟ ହାରରେ ଆୟୁଷ ଡାକ୍ତରଙ୍କୁ ଦରମା ଦାବିରେ ରାଜଧାନୀରେ ଧାରଣା

September 22
14:07 2017

ଭୁବନେଶ୍ୱର, ୨୨/୦୯/୨୦୧୭(ଓଡ଼ିଶା ସମାଚାର)-କେନ୍ଦ୍ରୀୟ ହାରରେ ଦରମା ଦେବା ଏବଂ ଦୀର୍ଘ ୧୦ ବର୍ଷରୁ ଉଦ୍ଧ୍ୱର୍ କାର୍ଯ୍ୟ କରିଥିବା ଆୟୁଷ ଡାକ୍ତର ମାନଙ୍କୁ ସ୍ଥାୟୀ କରିବା ଦାବିରେ ଓଡ଼ିଶା ଆୟୁଷ ଡାକ୍ତର ସଂଘ ପକ୍ଷରୁ ରାଜଧାନୀରେ ଆରମ୍ଭ ହୋଇଥିବା ଧାରଣା ୩ ଦିନରେ ପହଂଚିଛି । ସରକାରଙ୍କ ପକ୍ଷରୁ ଏହି ଦାବି ଉପରେ କୌଣସି ପଦକ୍ଷେପ ନିଆନଯିବା ଏବଂ ଆଗ୍ରହ ପ୍ରକାଶ କରାନଯିବା ଉପରେ ସଂଘ ପକ୍ଷରୁ ଉଦ୍ବେଗ ପ୍ରକାଶ କରାଯାଇଛି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, କେନ୍ଦ୍ର ସରକାର ଆୟୁଷ ଡାକ୍ତର ମାନଙ୍କୁ ମାସିକ ବେତନ ୨୩ ହଜାର ଟଙ୍କା ବୃଦ୍ଧି କରିଥିଲା ବେଳେ ରାଜ୍ୟ ସରକାର ୧୮ ହଜାର ଟଙ୍କା ଦେଉଛନ୍ତି । ଯାହା ଫଳରେ ୫ ହଜାର ଟଙ୍କା ପ୍ରତି ମାସରେ ସମ୍ପୃକ୍ତ ଡାକ୍ତରମାନେ କ୍ଷତି ସହୁଛନ୍ତି । ବର୍ଦ୍ଧିତ ହାରରେ ଦରମା ଦେବାପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଦେଇଛନ୍ତି । ବର୍ତମାନ ରାଜ୍ୟରେ ୧ ହଜାରରୁ ଉଦ୍ଧ୍ୱର୍ ଆୟୁଷ ଡାକ୍ତର କାର୍ଯ୍ୟରତ ଅଛନ୍ତି । ଏମାନେ ସମସ୍ତେ ପିଏଚସି ଏବଂ ସିଏଚସିରେ କାମ କରୁଛନ୍ତି । ଅଧିକାଂଶ ପିଏଚସି ଏବଂ ସିଏଚସିରେ ଏଲୋପାଥି ଡାକ୍ତର ନାହାନ୍ତି, ଏମାନେ ସବୁ କାର୍ଯ୍ୟ କରୁଛନ୍ତି । ଏନଏଚଆରଏମ ର କର୍ତୃପକ୍ଷ ପ୍ରଥମ ଦିନ ଆସି ୬ ଘଂଟା ମଧ୍ୟରେ ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଆସିଲେ ନାହିଁ । ୩ ଦିନ ବିତିଗଲାଣି । ସରକାର ବା ବିଭାଗର କୌଣସି ଅଧିକାରୀଙ୍କର ଦେଖା ନାହିଁ । ଯେ ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇନାହିଁ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

one × 2 =