ଓଡ଼ିଶା ସମାଚାର

ଅଗ୍ନି ନିରୋଧ ଓ ଅଗ୍ନି ନିରାପତା ନିୟମାବଳୀ ସଂଶୋଧନକୁ କ୍ୟାବିନେଟ୍ ମଂଜୁରୀ

ଅଗ୍ନି ନିରୋଧ ଓ ଅଗ୍ନି ନିରାପତା ନିୟମାବଳୀ ସଂଶୋଧନକୁ କ୍ୟାବିନେଟ୍ ମଂଜୁରୀ

ଅଗ୍ନି ନିରୋଧ ଓ ଅଗ୍ନି ନିରାପତା ନିୟମାବଳୀ ସଂଶୋଧନକୁ କ୍ୟାବିନେଟ୍ ମଂଜୁରୀ
September 22
13:59 2017

ଭୁବନେଶ୍ୱର, ୨୨/୦୯/୨୦୧୭(ଓଡ଼ିଶା ସମାଚାର)-  ଓଡ଼ିଶା ଅଗ୍ନିଶମ ସେବା ଅଧିନିୟମ ୧୯୯୩କୁ ଅଧିକ କ୍ରିୟାଶୀଳ କରିବା ନିମିତ ଏହା ସଂଶୋଧନ ପାଇଁ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏହି ସଂଶୋଧିତ ବ୍ୟବସ୍ଥା ସମ୍ପର୍କରେ ୨୦୧୭ ରାଜ୍ୟ ରାଜ୍ୟପତ୍ର ପ୍ରକାଶିତ ହେବା ଦିନରୁ କାର୍ଯ୍ୟକାରୀ ହେବ । ଉକ୍ତ ନିୟମାବଳୀରେ ଅଟ୍ଟାଳିକା ଗୁଡ଼ିକରେ ବର୍ଗୀକରଣ, ନୀରିକ୍ଷଣ, ନିରାପତା ସଂକ୍ରାନ୍ତୀୟ ସୁପାରିଶ ଏବଂ ଅଗ୍ନି ନିରାପତା ପ୍ରମାଣପତ୍ର ସମ୍ପର୍କିତ ସବିଶେଷ ତଥ୍ୟ ସନ୍ନିବିଶ୍ଟ କରାଯାଇଛି । ଅଗ୍ନିଶମ ସେବା ସଂସ୍ଥାକୁ ଆବଶ୍ୟକସ୍ଥଳେ ଏକ ସହାୟକ ଅଗ୍ନି ନିର୍ବାପକ ଦଳ ଗଠନ କରିବା, ସ୍ୱେଚ୍ଛାସେବୀ ସଂଗଠନ ମାନଙ୍କର ସେବା ଆହରଣ କରିବା ଏବଂ ସ୍ୱାସ୍ଥ୍ୟ, ପୂର୍ତ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ମାନଙ୍କଠାରୁ ଆବଶ୍ୟକୀୟ ସାହାଯ୍ୟ ଗ୍ରହଣ କରିବା ପାଇଁ କ୍ଷମତା ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଅଗ୍ନି ନିର୍ବାପନ ଓ ଉଦ୍ଧାର କାର୍ଯ୍ୟରେ ଉଲ୍ଲେଖନୀୟ ସହାୟତା ପ୍ରଦାନ କରିଥିବା ସାଧାରଣ ଜନତାଙ୍କୁ ଉପଯୁକ୍ତ ପୁରସ୍କାର ପ୍ରଦାନ ନିମିତ ଏଥିରେ ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

one × two =