ଓଡ଼ିଶା ସମାଚାର

ଜି.ଏସ୍.ଟି ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜି.ଏସ୍.ଟି ସମ୍ପର୍କୀତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

September 22
07:42 2017

ଭୁବନେଶ୍ୱର, ୨୨/୦୯/୨୦୧୭(ଓଡ଼ିଶା ସମାଚାର)- ଆସିଷ୍ଟାନ୍ଟ କମିଶନର, ଜି.ଏସ୍ .ଟି ଓ ସି.ଏକ୍ସ୍ କାର୍ଯ୍ୟାଳୟ ଭୂବନେଶ୍ୱର-୧, ଡିଭିଜନ୍ ଏବଂ ଭୂବନେଶ୍ୱର ଟେନ୍ଟ ହାଉସ୍ ଓନରସ୍ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ଭୂବନେଶ୍ୱରସ୍ଥ ଓଡେଶା ଭବନଠାରେ ଆସିଷ୍ଟାନ୍ଟ କମିଶନର ଶ୍ରୀବାସ ନାଥଙ୍କ ସଭାପତିତ୍ୱରେ ଜି.ଏସ୍.ଟି ସମ୍ପର୍କୀତ ଏକ ସଚେତନତା ସଭା ଅନୁଷ୍ଠିତ ହେବା ସେଙ୍ଗ ସେଙ୍ଗ ଭୂବନେଶ୍ୱର ଟେନ୍ଟ ହାଉସ୍ ଓନରସ୍ ଆସୋସିଏସନ୍ର ନୂତନ କାର୍ଯ୍ୟନିର୍ବାହୀ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି.ଏସ୍ .ଟି ଓ ସି.ଏକ୍ସ୍ର ସୁପରିନ୍ଟେଣ୍ଡେନ୍ଟ ଏ.କେ ମହାନ୍ତି ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅଲ୍ ଓଡିଶା ଟେନ୍ଟ ହାଉସ୍ ଆସୋସିଏସନ୍ର ସଭାପତି ଦ୍ୱାରିକାନାଥ ପଣ୍ଡା ଯୋଗ ଦେଇଥିଲେ । ଏହି ଅବସରରେ ଭୂବନେଶ୍ୱର ଟେନ୍ଟ ହାଉସ୍ ଓନରସ୍ ଆସୋସିଏସନ୍ର ନୂତନ କର୍ମକର୍ତାମାନଙ୍କୁ କାର୍ଯ୍ୟକ୍ରମର ସଭାପତି ଓ ଆସୋସିଏସନ୍ର ସଭାପତି ମିଳିତ ଭାବେ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ନୂତନ ସଭାପତି ଭାବରେ ତ୍ରିଲୋଚନ ଦାସ, ଉପ-ସଭାପତି ଭାବରେ ସତ୍ୟବ୍ରତ ଘୋଷ, ସାଘାରଣ ସମ୍ପାଦକ ଭାବରେ ପ୍ରଦୀପ କୁମାର ଭଟ୍ଟ, କୋଷାଧ୍ୟକ୍ଷ ଭାବରେ ଜ୍ଞାନେନ୍ଦ୍ର କୁମାର ସାହୁ ଏବଂ ସଙ୍ଗଠନର ସମ୍ପାଦକ ଭାବେ କିଶୋର ଚନ୍ଦ୍ର ପଟ୍ଟନାୟକଙ୍କୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀୟୁକ୍ତ ପୃଥିରାଜ ପାଢୀ ଓ ଆସୋସିଏସନ୍ର ବରିଷ୍ଠ ସଦସ୍ୟ ପ୍ରବୋଧ କୁମାର ଦାସ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାରGST Meeting

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

18 + 13 =