ଓଡ଼ିଶା ସମାଚାର

୫୦ ବର୍ଷ ପରେ ପ୍ରୋଷ୍ଟେଟ୍ ବୃଦ୍ଧି ପ୍ରତି ସତର୍କତା ଆବଶ୍ୟକ

୫୦ ବର୍ଷ ପରେ ପ୍ରୋଷ୍ଟେଟ୍ ବୃଦ୍ଧି ପ୍ରତି ସତର୍କତା ଆବଶ୍ୟକ

September 22
07:29 2017

  ଭୁବନେଶ୍ୱର, ୨୨/୦୯/୨୦୧୭(ଓଡ଼ିଶା ସମାଚାର)- ପୁରୁଷଙ୍କ କ୍ଷେତ୍ରରେ ୫୦ ବର୍ଷ ପରେ ପ୍ରୋଷ୍ଟେଟ୍ ସମସ୍ୟା ଦେଖା ଦେଇଥାଏ । ବାରମ୍ବାର ମୁତ୍ର ଲାଗିବା, ରାତିରେ ଏହି ସମସ୍ୟା ବଢ଼ିବା, ବ୍ଳାଡର ସମ୍ପୂର୍ଣ୍ଣ ଖାଲି ନ ହେବା । ଏହାଦ୍ୱାରା ପୁରୁଷଙ୍କ ସାଧାରଣ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥାଏ । ତେଣୁ ଏଥି ପ୍ରତି ଧ୍ୟାନ ଦେବାର ଏକାନ୍ତ ଆବଶ୍ୟକତା ରହିଛି । ପ୍ରୋଷ୍ଟେଟ୍ ଗ୍ଲାଣ୍ଡ୍ର ଆକାର ୱାଲନଟ୍ ପରି । ଏହା ପୁରୁଷ ପ୍ରଜନନ ପ୍ରଣାଳୀର ଅଂଶବିଶେଷ । ଏହା ବ୍ଳାଡରରୁ ମୁତ୍ର ବହନ କରୁଥିବା ମୁତ୍ରବାହୀ ନଳୀ ବା ୟୁରେଥ୍ରା ଚାରିପରେ ଗୁଡେଇ ହୋଇ ରହିଥାଏ । ଏହାର କଆର ବୃଦ୍ଧି ପାଇଲେ ମୁତ୍ରବାହୀ ନଳୀ ସଂକୁଚିତ ହୋଇଯାଇଥାଏ । ଫଳରେ ମୁତ୍ର ତ୍ୟାଗ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ । ଏହାକୁ ବେନଗିନ୍ ପ୍ରୋଷ୍ଟାଟିକ୍ ହାଇପର୍ପ୍ଲାସିଆ(ବିପିଏଚ) କୁହାଯାଇଥାଏ । ବିପିଏଚ୍ ଯୋଗୁ ସାଧାରଣ ମୁତ୍ରତ୍ୟାଗ ପ୍ରକି୍ରୟା ବାଧା ଉପôନ୍ନ ହୁଏ । ଫଳରେ ସମ୍ପୂର୍ଣ୍ଣ ମୁତ୍ର ବାହାରକୁ ଆସି ନ ଥାଏ ଏବଂ ବାରମ୍ବାର ଶୌଚାଳୟ ଯିବାକୁ ପଡିଥାଏ । ରାତିରେ ଏହା ବୃଦ୍ଧି ପାଇଥାଏ । ହଠାତ୍ ପରିସ୍ରା ଲାଗିଥାଏ ଓ ସମ୍ପୂର୍ଣ୍ର ମୁତ୍ରତ୍ୟାଗ ହୋଇ ନ ଥାଏ ତଥା ପରିସ୍ରା ସମୟରେ ବାଧା ସୃଷ୍ଟି ହେବା ଦ୍ୱାରା ରୋଗୀ କୁନ୍ଥାଇଥାଏ । ଏସବୁ ଲକ୍ଷଣ ରୋଗୀର ସାଧାରଣ ଜୀବନଶୈଳୀକୁ ପ୍ରଭାବିତ କରିଥାଏ । ବିପିଏଚ୍ ବୟସ ବଢ଼ିବା ସହିତ ଏକ ସାଧାରଣ ପ୍ରକ୍ରିୟାରେ ପରିଣତ ହୋଇଥାଏ । ପ୍ରାୟତଃ ୬୦ ବର୍ଷ ପରେ ୫୦ ପ୍ରତିଶତରୁ ଅଧିକ ପୁରୁଷଙ୍କଠାରେ ଏହା ଦେଖାଯାଉଥିବା ବେଳେ ୮୫ବର୍ଷ ପରେ ୯୦ ପ୍ରତିଶତ ପୁରୁଷଙ୍କ କ୍ଷେତ୍ରରେ ଏହା ଦେଖାଯାଇଥାଏ ।ଏସମ୍ପର୍କରେ ଡାକ୍ତର ମାନସ ପ୍ରଧାନ, ଏମ୍ଏସ୍ ଏମ୍ସିଏଚ୍, ୟୁରୋଲୋଜି କୁହନ୍ତି – ‘ବିପିଏଚ୍ ପୁରୁଷଙ୍କ କ୍ଷେତ୍ରରେ ଏକ ନିଦ୍ଧିଷ୍ଟ ବୟସ ପରେ ସାଧାରଣ ରୋଗ ଭାବେ ପରିଗଣିତ ହୋଇଥାଏ । କିନ୍ତୁ  ଏହାର ଚିକିତ୍ସା ବେଶ୍ ସହଜ ଜନକ । ବଜାରରେ ଏହାର ନିଦାନ ପାଇଁ ବିଭିନ୍ନ ଔଷଧ ଉପଲବ୍ଧ ହେଉଛି । ପୂର୍ବରୁ ଅପରେଶନ୍ ଏହାର ଏକମାତ୍ର ବିକଳ୍ପ ଥିଲା । ସମ୍ପ୍ରତି ମଧୁମେହ ରୋଗରେ ଜୀବନସାରା ଔଷଧର ବ୍ୟବହାର କରିବାକୁ ପଡୁଛି । ଔଷଧ ଚିକିତ୍ସାରେ ସଫଳ ନ ମିଳିଲେ କେତେକ ରୋଗୀ ଅପରେଶନ୍ କରୁଥିବା ଦେଖାଯାଇଥାଏ’ । ଓଡ଼ିଶା ସମାଚାର

Prostate

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

4 × two =