ଓଡ଼ିଶା ସମାଚାର

ବିନ୍ଦୁସାଗର ସମସ୍ୟା ନସୁଧୁରିଲେ ଆନ୍ଦୋଳନ

ବିନ୍ଦୁସାଗର ସମସ୍ୟା ନସୁଧୁରିଲେ ଆନ୍ଦୋଳନ

ବିନ୍ଦୁସାଗର ସମସ୍ୟା ନସୁଧୁରିଲେ ଆନ୍ଦୋଳନ
September 21
20:14 2017

ଭୁବନେଶ୍ୱର, ୨୧/୦୯/୨୦୧୭(ଓଡ଼ିଶା ସମାଚାର)-ଏକାମ୍ର କ୍ଷେତ୍ରର ପବିତ୍ର ପୁଷ୍କରିଣୀ ବିନ୍ଦୁସାଗର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଏହାର ସମସ୍ୟା ନସୁଧୁରିଲେ ଆନ୍ଦୋଳନ କରାଯିବ ବୋଲି ବିଜେପି ଏକାମ୍ର ବିଧାୟକ ପ୍ରାର୍ଥି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ ଚେତାବନୀ ଦେଇଛନ୍ତି । ବିନ୍ଦୁସାଗରରେ ଦଳ ଭର୍ତି ସହ ପଦ୍ମ ପାଖୁଡ଼ା ପୁଷ୍କରିଣୀ ଚର୍ତୁପାଶ୍ୱର୍ ଖେଳି ଯାଇଛି । ଏଥି ସହ ପାଣି ଦୁର୍ଗନ୍ଧ ଛାଡ଼ୁଛି । ଏଠାରେ ଗାଧୋଇବା ଦୂରର କଥା ପାଣି ଛିନ୍ଚି ହେବାକୁ  ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମଙ୍ଗୁ ନାହାଁନ୍ତି । ସେହିପରି ପ୍ରତିଦିନ ତର୍ପଣ ଓ ଶ୍ରାଦ୍ଧ ପକାଇବାକୁ ଶହ ଶହ ଲୋକ ଆସୁଥିବା ବେଳେ ପାଣି ଟାଙ୍କି ଭଡ଼ାରେ ଆଣିବାକୁ ବାଧ୍ୟ ହେଉଛନ୍ତି । ଏହାର ସଫେଇ ନକରି ସବୁ ଦେଖି ନଧେଖିଲା ପରି ରହି କେବେଳ ପ୍ରତିଶୃତିରେ ସରକାର ସିମିତ ରହିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସହର ବିକାଶ ପାଇଁ କୋଟି କୋଟି ଟଙ୍କା ଯୋଗାଇ ଦିଆଯାଇଥିଲେ ମଧ୍ୟ ରାଜ୍ୟ ସରକାର ବିକାଶ କରିବାରେ ବିଫଳ ହେଉଛି । ତେବେ ବିନ୍ଦୁସାଗର ପାଣିର ସଫେଇ କାର୍ଯ୍ୟ ତୁରନ୍ତ କରାନଗଲେ ଆନ୍ଦୋଳନ କରାଯିବ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ କହିଛନ୍ତି ।    ଓଡ଼ିଶା ସମାଚାର                      Bindusagar 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

fourteen − five =