ଓଡ଼ିଶା ସମାଚାର

ଧାନ ଫସଲରେ ରୋଗ ପୋକ ଆକ୍ରମଣ ,ଚାଷି ଚିନ୍ତିତ

ଧାନ ଫସଲରେ ରୋଗ ପୋକ ଆକ୍ରମଣ ,ଚାଷି ଚିନ୍ତିତ

ଧାନ ଫସଲରେ ରୋଗ ପୋକ ଆକ୍ରମଣ ,ଚାଷି ଚିନ୍ତିତ
September 21
12:29 2017

ପାଟକୁରା ୨୧/୦୯/୨୦୧୭(ଓଡ଼ିଶା ସମାଚାର)- ଖରିଫ ଧାନଫସଲରେ ରୋଗ ପୋକ ଆକ୍ରମଣ ଯୋଗୁଁ ଚାଷିକୂଳ ଏବେ ଚିନ୍ତିତ ହୋଇ ପଡିଛନ୍ତି । ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ପରକଣା ଗ୍ରାମର ଶାରଦ ଧାନ ଜମିମାନଙ୍କରେ ପ୍ରାୟ ସପ୍ତାହେ ହେଲା ରୋଗ ପୋକର ପାଦୁର୍ଭାବ ଦେଖାଦେଇଛି । ଏହି ରୋଗ ପୋକ ଧାନ ଗଛର ପତ୍ରକୁ ଖାଇଯାଇ  ନଷ୍ଟ କରିଦେଉଛନ୍ତି । କେତେକ ଚାଷୀମାନେ ଏହି ରୋଗ ପୋକକୁ କାଣ୍ଡବିନ୍ଧା ରୋଗ ପୋକ ଲାଗିଥିବା କହୁଛନ୍ତି । ଜମିରେ ଧାନ ବେଉଷଣ କରାଯିବା  ପରେ ପରେ ଦୀର୍ଘ ସମୟ ଧରି ବର୍ଷା ଅଭାବ ଯୋଗୁଁ ଏହି ପ୍ରକାର ରୋଗପୋକ ଧାନ ଗଛ ଉପରେ ଆକ୍ରମଣ କରୁଥିବାର ଚାଷୀମାନେ ପ୍ରକାଶ କରିଛନ୍ତି । ବିଶେଷକରି  ଲଘୁଜାତିୟ  ଶାରଦ ଧାନ ୧୪୦ଦିନିଆ.୧୬୦ ଦିନିଆ ଧାନ ଫସଲରେ ଅଧିକ ପରିମାଣରେ ଏହି ରୋଗ ପୋକର ପ୍ରଦୁର୍ଭାବ ଦେଖାଦେଥିବାବେଳେ , ବି,ଏନ୍ -୨୦ ଭଳି ଅଧିକ ଅମଳକ୍ଷମ କିସମ୍ ଧାନ ଗଛରେ ମଧ୍ୟ ରୋଗପୋକ ଆକ୍ରମଣ କରୁଥିବାର ପରକଣା ଗ୍ରାମର ବରିଷ୍ଠ ଚାଷୀ ନାରାୟଣ ସାହୁ,ରବିନ୍ଦ୍ର କୁମାର ମହାପତ୍ର,ଗୌରାଙ୍ଗ ଚରଣ ନାୟକ,ଅଭୟ କୁମାର ସେନାପତି,ଭାଗବତ ବେହେରା ଓ ଭବାନି ଚରଣ ପଣ୍ଡା ପ୍ରମୁଖ ଚାଷୀମାନେ ପ୍ରକାଶ କରିଛନ୍ତି । ଲାଗି ଥିବା ଏହି ରୋଗ ପୋକକୁ ଦମନ କରିବା ପାଇଁ ଚାଷୀମାନେ ‘ଜୋଡି’ ‘ମନୋପଟଫସ’ ଓ ମନଧ୍ୟାନ’ ନାମକ ବିଭିନ୍ନ ପ୍ରକାରର ରୋଗ ପ୍ରତିଷେଧକ ଔଷଧକୁ କିଣି ଧାନ ଗଛରେ ମେସିନ୍ ସାହାଯ୍ୟରେ ସିଂଚନ କରୁଥିବାର ଦେଖାଯାଉଛି । ଗରଦପୁର ବ୍ଲକର କୃଷି ବିଭାଗ ପକ୍ଷରୁ ଏ ଦିଗରେ ଧ୍ୟାନ ଦେବା ସହିତ ଚାଷୀମାନଙ୍କୁ ଆବଶ୍ୟକ କୃଷି ପରାମର୍ଶ ଦେବା ଓ ମାଗଣାରେ କୀଟନାଶକ ଔଷଧ ଯୋଗାଇ ଦେବାକୁ ଚାଷିମହଲରୁ ଦାବି କରାଯାଇଛି ।   ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

fifteen + 12 =