ଓଡ଼ିଶା ସମାଚାର

ଶାସକଦଳର ଗୁଣ୍ଡାରାଜ ପ୍ରତିବାଦରେ ବିଜେପିର ଏସପି ଅଫିସ୍ ଘେରାଉ

ଶାସକଦଳର ଗୁଣ୍ଡାରାଜ ପ୍ରତିବାଦରେ ବିଜେପିର ଏସପି ଅଫିସ୍ ଘେରାଉ

September 20
10:22 2017

କଟକ, ୨୦/୦୯/୨୦୧୭(ଓଡ଼ିଶା ସମାଚାର)- ହରତାଳ ପାଳନ ବେଳେ ବିଜୁ ଜନତା ଦଳ କୋଉଠି ଆମ୍ବୁଲାନ୍ସକୁ ଅଟକାଇଲେ ତ କୋଉଠି ମହିଳାଙ୍କୁ ଅଶ୍ଲିଳ ବ୍ୟବହାର କରାଗଲା  । ଯାହାକୁ ଶାସକ ଦଳର ଅସଲ ଜନ କଲ୍ୟାଣ ମନୋଭାବ ପଦାରେ ପଡିଲା  । ସମାନ୍ତରାଳ ଭାବେ ପୁଲିସ ପ୍ରଶାସନ ଶାସକ ଦଳର ଗୁଣ୍ଡା ରାଜ ଆଗରେ ମଥାନତ କରି ହାତ ବାରିସି ସାଜିଥିବାର ପ୍ରମାଣିତ ହେଲା  । କଲେଜ ନିର୍ବାଚନରେ ବେମାମାଡ କରିବା, ଗଣ୍ଡଗୋଳ କରିବା, ଧନଜୀବନ ନଷ୍ଟ କରିବା ଆଦି ଦୃଶ୍ୟ ଦାଣ୍ଡରେ ପଡି ହାଟରେ ଗଡୁଛି ବୋଲି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁବ୍ରତ ଲେଙ୍କା ଏସ୍.ପି ଘେରାଉ କାର୍ଯ୍ୟକ୍ରମରେ ଶାସକ ଦଳକୁ କଡା ଶଦ୍ଧରେ ନିନ୍ଦା କରିଥିଲେ । ମଙ୍ଗଳବାର ବିଜେପି ଯୁବମୋର୍ଚ୍ଚା ସମେତ ଦଳର ଛାମୁଆ ସଂଗଠନ ଗୁଡିକ ର ଶତାଧିକ ନେତା ଓ କର୍ମୀ ପୁଲିସ ପ୍ରଶାସନର ଅପାରଗତା ବିରୁଦ୍ଧରେ କଟକ ଗ୍ରାମାଂଚଳ ଏସ୍.ପି ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  । କାର୍ଯ୍ୟକର୍ତା ଦୀର୍ଘ ସମୟ ଧରି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବା ସହ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ପ୍ରୟାସ କରିଥିଲେ  । ପୁଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା  । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଲକ୍ଷ୍ମୀଧର ପ୍ରଧାନ, ରାଜ୍ୟ ହରିଜନ ମୋର୍ଚ୍ଚା ସଂପାଦକ ହେମନ୍ତ ବେହେରା, ଯୁବମୋର୍ଚ୍ଚା ରାଜ୍ୟ ନେତା ସ୍ମୃତି ରନ ମିଶ୍ର, ଜିଲ୍ଲା ଓ.ବି.ସି ମୋର୍ଚ୍ଚା ସଂପାଦକ ହେମନ୍ତ ବେହେରା, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ସତ୍ୟଜିତ୍ ସାହୁ, ଭାଜପା ନେତା ସିବ୍ ଚିନାରା, ମୋର୍ଚ୍ଚା ଉପ-ସଭାପତି ର୍କୀର୍ତି ରଂଜନ ପଟ୍ଟନାୟକ, ଆଶୁତୋଷ ଦାସ, ଜିତେନ୍ଦ୍ର ସାହୁ, ଯଶୋଧର୍ମ ବେହେରା, ସଂପାଦକ ମନୋଜ ସାହୁ, ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ସିକନ୍ଦର ଅଲ୍ଲୀ, କଟକ ସଦର ଯୁବମୋର୍ଚ୍ଚା ସଭାପତି ଭକ୍ତବସôଳ ବସ୍ତିଆ, ପ୍ରିୟ ରନ ବରାଳ, ମଣ୍ଡଳ ସଭାପତି ପ୍ରସନ୍ନ ପ୍ରଧାନ, ଆଲୋକ ମହାନ୍ତି, ମିଡିଆ ପ୍ରଭାରି ଅବିନାଶ ଗୁରୁ ପ୍ରମୁଖ ଶତାଧିକ ନେତା ଓ କର୍ମୀ ଭାଗନେଇଥିଲେ । କିଛି ସମୟ ବିକ୍ଷୋଭ ଓ ଧସ୍ତାଧସ୍ତି ଚାଲିବା ପରେ ପୋଲିସ ପକ୍ଷରୁ ସେମାନଙ୍କୁ କ୍ୟାଂଟନମେଂଟ ଥାନା କୁ ନିଆଯାଇ ପରେ ଛାଡିଦିଆଯାଇଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

sixteen − one =