ଓଡ଼ିଶା ସମାଚାର

ସିବିଆଇକୁ ଅସ୍ତ୍ର କରି ବିଜେପି ପ୍ରତିପକ୍ଷକୁ ଆକ୍ରମଣ କରିବା ମହଙ୍ଗା ପଡ଼ିବ

ସିବିଆଇକୁ ଅସ୍ତ୍ର କରି ବିଜେପି ପ୍ରତିପକ୍ଷକୁ ଆକ୍ରମଣ କରିବା ମହଙ୍ଗା ପଡ଼ିବ

ସିବିଆଇକୁ ଅସ୍ତ୍ର କରି ବିଜେପି ପ୍ରତିପକ୍ଷକୁ ଆକ୍ରମଣ କରିବା ମହଙ୍ଗା ପଡ଼ିବ
September 19
20:47 2017

ଭୁବନେଶ୍ୱର, ୧୯/୦୯/୨୦୧୭(ଓଡ଼ିଶା ସମାଚାର)- ସିବିଆଇକୁ ଅତୀତରେ ସୁପ୍ରିମକୋର୍ଟ ପିଞ୍ଜରାବଦ୍ଧ ଶୁଆ ଭାବେ ଅବିହିତ କରିଥିଲେ । ପରବର୍ତୀ ସମୟରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ବାସ୍ତବତାରେ ପ୍ରତିଫଳିତ ହୋଇଛି । ସିବିଆଇର ଇତିହାସରେ ଏହି ସମୟ ସିବିଆଇର ବିଶ୍ୱସନୀୟତାର ସର୍ବନିମ୍ନ ସ୍ତରକୁ ଆସିଯାଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । କେନ୍ଦ୍ର ବିଜେପି ସରକାର କେବଳ ସିବିଆଇ ନୁହେଁ, ଇଡି, ଆୟକର ବିଭାଗ ଭଳି କେତେକ କେନ୍ଦ୍ରୀୟ ସଂସ୍ଥାକୁ ନିଜର ରାଜନୈତିକ ସ୍ୱାର୍ଥ ସାଧନ ଓ ପ୍ରତିପକ୍ଷଙ୍କୁ ହଇରାଣ ହରତକ କରିବା ପାଇଁ ବ୍ୟବହାର କରୁଛି । ଏହା ଭାରତ ବିଭିନ୍ନ ଭାଗରେ ପରିଲକ୍ଷିତ ହେଉଛି । ପଶ୍ଚିମବଙ୍ଗରୁ ଆରମ୍ଭ କରି ତାମିଲନାଡୁ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଉଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ସିବିଆଇକୁ ଯେଭଳି ଭାବରେ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ତାହା କେବଳ ସିବିଆଇ ଉପରେ ଥିବା ବିଶ୍ୱାସକୁ ତଳେ ପକାଇନାହିଁ, କେନ୍ଦ୍ର ବିଜେପି ସରକାରଙ୍କ ହୀନ ଅଭିସନ୍ଧିକୁ ପଦାରେ ପକାଇଛି । ସେହିଭଳି ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଲୋକମାନଙ୍କ ଆସ୍ଥା, ବିଶ୍ୱାସ ଓ ଭରସା ବଢ଼ିଚାଲିଥିବା ବେଳେ ଏଥିରେ ହତାଶ ହୋଇ ବିଜେପି ସିିବିଆଇକୁ ଅସ୍ତ୍ର କରିବା ନିନ୍ଦନୀୟ ଏବଂ ଓଡ଼ିଶାରେ ବିଜେପି ପାଇଁ ଏହା ଘାତକ ସାଜିବ ବୋଲି ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳ ଉପ-ସଭାପତି ତଥା ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ କେଶରୀ ଦେବ, ମନ୍ତ୍ରୀ ମହେଶ୍ୱର ମହାନ୍ତି ଏବଂ ଶଶୀଭୂଷଣ ବେହେରା କହିଛନ୍ତି ।
ଉପ-ସଭାପତି ତଥା ମୁଖପାତ୍ର ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ, ଚିଟ୍ଫଣ୍ଡ ମାମଲାରେ ସିବିଆଇର ତଦନ୍ତକୁ ପ୍ରଥମଦିନରୁ ବିଜେଡି ପୂରା ସମର୍ଥନ ଓ ସହଯୋଗ କରିଆସିଛି ଏବଂ ଆଗକୁ ମଧ୍ୟ ବାଧକ ସାଜିବ ନାହିଁ । କିନ୍ତୁ ଗତକାଲିର ଘଟଣା, ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଯେଭଳି ରାତିରେ ଉଠାଇ ଆଣିଲା ଯାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଚିଟ୍ଫଣ୍ଡ ମାମଲାରେ ରାଜ୍ୟ କ୍ରାଇମବ୍ରାଂଚ ୧୩୨ଟି କେଶ୍ ବିଭିନ୍ନ ସଂସ୍ଥା ବା ଲୋକଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଥିଲା । କିନ୍ତୁ ଘଟଣାକ୍ରମେ ଯେତେବେଳେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶ ଆସିଲା ଯେ ତଦନ୍ତରେ ରାଜ୍ୟର ଯେଉଁ ସଂସ୍ଥାଗୁଡିକ ସଂପୃକ୍ତି ଅଛି ସେଗୁଡିକ ସିବିଆଇ ତଦନ୍ତ କରିବ ଏବଂ ପରବର୍ତୀ ସମୟରେ ସିବିଆଇ ଯେଉଁ ତଥ୍ୟ ମାଗିଛି ରାଜ୍ୟକୁ ରାଜ୍ୟ ତାହା ଦେଇ ସମସ୍ତ ପ୍ରକାର ସହଯୋଗ କରିଆସିଛି । ସବୁଠାରୁ ଆଶ୍ଚର୍ଯ୍ୟଘଟଣା ହେଲା ତଦନ୍ତ ଆରମ୍ଭ ହେବାର ୩ବର୍ଷରୁ ଊଦ୍ଧ୍ୱର୍ କାଳ ଅତିକ୍ରାନ୍ତ ହୋଇସାରିଲାଣି । ଆମର ପ୍ରଶ୍ନ ହେଲା, ସିବିଆଇ ୩ବର୍ଷ ଧରି ତଦନ୍ତ କରୁଛି, ତାହା ଆଜି ପର୍ଯ୍ୟନ୍ତ କାହିଁକି ଶେଷ ହେଲା ନାହିଁ? ମଝିରେ ମଝିରେ ସିବିଆଇ ଶୋଇପଡୁଛି ଓ ଉଠିପଡୁଛି । ଏଥିରୁ ଅନୁମାନ କରାଯାଉଛି ଯେ ସିବିଆଇର ତଦନ୍ତ ପ୍ରକି୍ରୟା ପଛରେ ନିଶ୍ଚୟ ରାଜନୈତିକ ଉଦ୍ଧେଶ୍ୟ ଥିବା ସ୍ପଷ୍ଟ ଜଣାପଡୁଛି । ବର୍ତମାନ ପର୍ଯ୍ୟନ୍ତ ୧୮ଟି କେଶ୍ର ତଦନ୍ତ ସିବିଆଇ ସାରିଥିବା ବେଳେ ଅର୍ଦ୍ଧାଧିକ କେଶ୍ ବାକି ରହିଛି । କିନ୍ତୁ ନିର୍ଦ୍ଧିଷ୍ଟ ଭାବେ ପ୍ରଭାତ ବିଶ୍ୱାଳ ଓ ତାଙ୍କ ପନôୀଙ୍କୁ ବାରମ୍ବାର ସିବିଆଇ ଡକାଇ ଜେରା କରିସାରିଛି । ୧୫ରୁ ୧୭ଥର ସିବିଆଇ ଜେରା କରିସାରିଛି ଏବଂ ସିବିଆଇ ଯାହା କାଗଜପତ୍ର ମାଗିଛି ତାହା ଶ୍ରୀ ବିଶ୍ୱାଳ ଏବଂ ତାଙ୍କ ପନôୀ ସିବିଆଇରେ ଦାଖଲ କରିସାରିଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ସେ କେଶ୍ କାହିଁକି ଝୁଲାଇ ରଖାଯାଇଛି, ତାହା ବୁଝାପଡୁନି । ସୁବିଧା ଦେଖି ତଦନ୍ତକୁ ଶିଥିଳ କରିବା ଏବଂ ସୁବିଧା ଦେଖି ତଦନ୍ତକୁ ସକ୍ରିୟ କରିବା ସିବିଆଇର ଏଭଳି ଟାଳଟୁଳ ନୀତି ସଂପର୍କରେ ଆମେ କହିନୁ, ବିଜେପିର ନେତାମାନେ ମଧ୍ୟ ଏ ସଂପର୍କରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । କେନ୍ଦ୍ରମନ୍ତ୍ରୀ ମାନ୍ୟବର ଜୁଏଲ ଓରାମ ଓ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ସିବିଆଇର ତଦନ୍ତ ସଂପର୍କରେ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି । ଯାହା ଜଣାପଡୁଛି, ସିବିଆଇ ତଦନ୍ତର ଧାରା ନା ସୁପ୍ରିମକୋର୍ଟ ନା ସିବିଆଇ, କାହା ଇଙ୍ଗିତରେ ନୁହେଁ ବରଂ ବିଜେପି ଇଙ୍ଗିତରେ ଚାଲିଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି ।
କିଛିଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଆସି ତାଙ୍କ ଅଭିଭାଷରେ କହିଥିଲେ ଯେ ବିଜେଡିର ନେତାଙ୍କୁ ଗୋଟିଏ ପରେ ଗୋଟିଏ ଆମେ ଜେଲରେ ପୂରାଇବୁ । ତା’ର କିଛିଦିନ ପରେ ସିବିଆଇ ହଠାତ ବିଧାୟକ ଶ୍ରୀ ବିଶ୍ୱାଳଙ୍କୁ ରାତି ଗୋଟାଏରେ ଡାକି ଗିରଫ କରିଲା । ଅମିତ ଶାହଙ୍କ ଧମକପୂର୍ଣ୍ଣ ବକ୍ତବ୍ୟ ଓ ସିବିଆଇର ନିଦ୍ରାଭଙ୍ଗ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ନିଶ୍ଚୟ ଗୋଟିଏ ସାମଞ୍ଜସ୍ୟ ଅଛି । ଏଥିରୁ ପ୍ରମାଣିତ ହେଉଛି କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାମାନକୁ ବିଜେପି ରାଜନୈତିକ ଫାଇଦା ହାସଲ ପାଇଁ କିପରି ଅପବ୍ୟବହାର କରୁଛି । ଅମିତ ଶାହଙ୍କ ୧୨୦ ଉକ୍ତି ଓ ବିଜେଡିର ନେତାଙ୍କୁ ଜେଲ ପଠାଇବା ଏହା ସ୍ପଷ୍ଟ କରିଦେଉଛି ଯେ ତଦନ୍ତ ଯାଂଚ ଏବଂ ନ୍ୟାୟ ପୂର୍ବକ ନହୋଇ ଏକ ରାଜନୈତିକ ଅଭିସନ୍ଧି ଆଡକୁ ଗତି କରୁଛି । ଓଡ଼ିଶାର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ମହାନଦୀ ଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ଦର ବିରୁଦ୍ଧରେ ଯେତେବେଳେ ସମଗ୍ର ଓଡ଼ିଶାବାସୀ ବିଜୁ ଜନତା ଦଳ ପତାକା ତଳେ ପ୍ରତିବାଦ କରୁଛନ୍ତି, ସେତେବେଳେ ବିଜେପି ପ୍ରତିଶୋଧମୂଳକ ରାଜନୀତିର ପ୍ରକ୍ରିୟା ଆରମ୍ଭ କରିଦେଇଛି । ସିବିଆଇ ତଦନ୍ତ ଏବେ ରାଜନୈତିକ ତଦନ୍ତରେ ପରିଣତ ହୋଇଛି । ଆମେ ରାଜନୈତିକ ଆକ୍ରମଣର ରାଜନୈତିକ ସ୍ତରରେ ମୁକାବିଲା କରିବୁ ଏବଂ ବିଜେପିର ଏଭଳି ରାଜନୈତିକ ଚାଲକୁ ରାଜରାସ୍ତାରେ ଜବାବ ଦେବୁ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ସୂଚାଇ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ଜନବିରୋଧୀ ପଦକ୍ଷେପକୁ ଯେଉଁ ରାଜ୍ୟ ପ୍ରତିବାଦ କରୁଛି, ସେମାନଙ୍କୁ ଅବଦମିତ କରିବା ପାଇଁ ତାଙ୍କ ବିରୋଧରେ ସିବିଆଇ, ଇଡି ଭଳି କେନ୍ଦ୍ରୀୟ ସଂସ୍ଥାଗୁଡିକ ବ୍ୟବହାର କରାଯାଉଛି । ତାହାର ଜ୍ୱଳନ୍ତ ଉଦାହରଣ ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀରେ ଦେଖିବାକୁ ମିଳିଛି । ୧୯୭୫ ମସିହାରେ ଯେତେବେଳେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିଲା ସେତେବେଳେ ସରକାରୀ କଳର ବହୁତ ଅପବ୍ୟବହାର ହୋଇଥିଲା । କିନ୍ତୁ ବର୍ତମାନ ଯେପରି ଗଣତନ୍ତ୍ରକୁ ହତ୍ୟା କରାଯାଉଛି ତାହା ଜରୁରୀକାଳୀନ ପରିସ୍ଥିତି ଠାରୁ ଟପିଯାଇଛି ବୋଲି ଓଡ଼ିଶାବାସୀ ଅନୁଭବ କରୁଛନ୍ତି । କେନ୍ଦ୍ରୀୟ ସଂସ୍ଥାକୁ ଅପବ୍ୟବହାର କରିବା ଘଟଣାରେ ଆମେ ନିନ୍ଦା କରୁଛୁ ଏବଂ ଜେଲ ପଠାଇଦେବା ଧମକରେ ଓଡ଼ିଶାବାସୀ କିମ୍ବା ବିଜୁ ଜନତା ଦଳ ଡରିବ ନାହିଁ । ଆମେ ରାଜନୈତିକ ସ୍ତରରେ ମୁକାବିଲା କରିବୁ ଏବଂ ଓଡ଼ିଶାର ସ୍ୱାର୍ଥରେ ସୁରକ୍ଷା ପାଇଁ ଆମ ଲଢ଼େଇ ଜାରି ରଖିବୁ । ବିଜୁ ଜନତା ଦଳ ବିରୋଧରେ ବିଜେପି ସିବିଆଇ କିମ୍ବା ଇଡିକୁ ଲଗାଉ, ଆମେ କିନ୍ତୁ ଅବଦମିତ ହେବାର ପ୍ରଶ୍ନ ଉଠୁନାହିଁ । ରାଜନୈତିକ ସ୍ୱାର୍ଥ ପାଇଁ ବିଜେପି ଯେଉଁ କଳ, ବଳ ଓ ଛଳ ପ୍ରୟୋଗ କରି ବିଜୁ ଜନତା ଦଳକୁ ଗତିରୋଧ କରିବା ପାଇଁ ଅପଚେଷ୍ଟା କରୁଛି ତାହା କଦାପି ସଫଳ ହେବ ନାହିଁ ଏବଂ ଓଡ଼ିଶାବାସୀ ଏଭଳି ଅନ୍ୟାୟ ଓ ଅନୀତି ବିରୁଦ୍ଧରେ ଠିକଣା ସମୟରେ ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଓଡ଼ିଶା ସମାଚାରBJD Press 1

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five × 1 =