ଓଡ଼ିଶା ସମାଚାର

ମରୁଡି ସଂକ୍ରାନ୍ତରେ ୭ ଦିନ ଭିତରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମନ୍ତ୍ରୀ

ମରୁଡି ସଂକ୍ରାନ୍ତରେ ୭ ଦିନ ଭିତରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମନ୍ତ୍ରୀ

ମରୁଡି ସଂକ୍ରାନ୍ତରେ ୭ ଦିନ ଭିତରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମନ୍ତ୍ରୀ
September 17
18:19 2017

ଭୁବନେଶ୍ୱର, ୧୭/୦୯/୨୦୧୭(ଓଡ଼ିଶା ସମାଚାର)- ରାଜ୍ୟର ୧୪ଟି ଜିଲ୍ଲାରେ ଆସନ୍ନ ମରୁଡି ସ୍ଥିତିକୁ ନେଇ ଚିନ୍ତାରେ ସରକାର । ସ୍ଥିତି ଅଧିକ ବିଗିଡିବା ପୂର୍ବରୁ ଶନିବାର କୃଷି, ସମବାୟ, ଜଳସମ୍ପଦ ଓ ଶକ୍ତି ବିଭାଗ ଏକ ହୋଇ କାମ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା । ରାଜ୍ୟର ୧୪ ଜିଲ୍ଲାର ୩୦ ବ୍ଲକରେ ପ୍ରାୟ ୪୦ ହଜାର ହେକ୍ଟର ଜମିରେ ମରୁଡି ପରିସ୍ଥିତି ଦେଖା ଗଲାଣି । ତେଣୁ ଶନିବାର ସଚିବାଳୟରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ବସିଥିଲା । ଏଥିରେ କୃଷିମନ୍ତ୍ରୀ ଦାମୋଦର ରାଉତ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଥିଲେ । ବୈଠକ ପରେ ରାଜସ୍ୱମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି ଯେ ମରୁଡି ସ୍ଥିତି ନେଇ ୭ ଦିନ ଭିତରେ ଜିଲ୍ଲାପାଳ ମାନଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଧେଶ ଦିଆଯାଇଛି । ବର୍ଷା ନହେଲେ ମରୁଡି ପରିସ୍ଥିତିକୁ ଏଡାଯାଇ ପାରିବ ନାହିଁ । ତେଣୁ ବିକଳ୍ପ ଚାଷ ପାଇଁ କୃଷି ବିଭାଗ ପ୍ରସ୍ତୁତ ହେବାକୁ ପଡିବ । ତେବେ ପଞ୍ଚାୟତ ୱାରୀ ରିପୋର୍ଟ ଆସିଲେ ପ୍ରକୃତ ଚିତ୍ର ଜଣା ପଡିବ । ରିପୋର୍ଟ ଆସିବା ପରେ ଆଗାମୀ ଅକ୍ଟୋବର ୧୦ରେ ବସିବାକୁଥିବା ବୈଠକରେ ଆଲୋଚନା କରାଯାଇ ନିଷ୍ପତି ନିଆଯିବ । ସେହିପରି ଚାଷୀଙ୍କ ସମସ୍ୟା ନେଇ କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ମନ୍ତ୍ରୀ, ବିଧାୟକ ଓ ପୂର୍ବତନ ବିଧାୟକ ମାନଙ୍କ ଦରମା ବଢୁଥିବା ବେଳେ ଚାଷୀଙ୍କ ପାଇଁ ସରକାର କୌଣସି ବ୍ୟବସ୍ଥା କଲେ ନାହିଁ । ତେବେ ଏହାର ଜବାବରେ ବିଜେଡି କହିଛି ଯେ ସରକାର ସ୍ଥିତିକୁ ଦେଖି ଯଥା ଶୀଘ୍ର ଉଚିତ ପଦକ୍ଷେପ ନେବେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

15 + three =