ଓଡ଼ିଶା ସମାଚାର

ଲୋକମାନଙ୍କ ପାଖରେ ପହଂଚୁ ନାହିଁ ଉଦ୍ୟାନ ବିଭାଗର ସୁବିଧା ସୁଯୋଗ

ଲୋକମାନଙ୍କ ପାଖରେ ପହଂଚୁ ନାହିଁ ଉଦ୍ୟାନ ବିଭାଗର ସୁବିଧା ସୁଯୋଗ

September 16
21:13 2017

ପାଟକୁରା ୧୬/୦୯/୨୦୧୭(ଓଡ଼ିଶା ସମାଚାର)- ଅଂଚଳର କୃଷକମାନଙ୍କୁ ବିଭିନ୍ନ କୃଷି କ୍ଷେତ୍ରରେ ପ୍ରୋତ୍ସାହନ ଯୋଗାଇବା ଓ କୃଷି କ୍ଷେତ୍ରରେ ବିକାଶ ପାଇଁ ସରକାରଙ୍କର ଉଦ୍ୟାନ କୃଷି ବିଭାଗ ପ୍ରତି ବ୍ଲକ ଅଂଚଳରେ କାର୍ଯ୍ୟ କରୁଛି । କିନ୍ତୁ ପାଟକୁରା ଅଂଚଳରେ ଏହି ବିଭାଗ ଏକ ପ୍ରକାର ସ୍ଥାଣୁ ଅବସ୍ଥାରେ ରହିଥିବାର ଅନୁସନ୍ଧାନରୁ ଜଣାଯାଇଛି । ଚାଷୀମାନଙ୍କ ନିକଟରେ ଏହି ବିଭାଗରେ ଥିବା ସୁବିଧା ସୁଯୋଗ ପହଂଚି ପାରୁ ନ ଥିବାର ଅନେକ ଚାଷୀମାନେ ଅଭିଯୋଗ କରିଛନ୍ତି । ଉଦ୍ୟାନ ବିଭାଗ ମାଧ୍ୟମରେ କୃଷକମାନଙ୍କ ପାଇଁ ବିଭିନ୍ନ ଫଳ,ଫୁଲ,ପନି ପରିବା ମଞ୍ଜି ଓ ଚାରା ଗଛ ଆଦି ବଂଟନ କରିବା ସହିତ ଏ ସଂକ୍ରାନ୍ତରେ ଅଗ୍ରଣୀ ଚାଷୀମାନଙ୍କୁ ନେଇ ଚାଷ ପାଇଁ ପ୍ରଶିକ୍ଷଣ ଓ ପ୍ରତ୍ସୋହନ ମଧ୍ୟ ଯୋଗାଇ ଦିଆଯାଏ । ଗରଦପୁର ବ୍ଲକ ଅଂଚଳର ପ୍ରାୟ ୯୦ ଭାଗରୁ ଉଦ୍ଧ୍ୱର୍ ଲୋକମାନେ ଚାଷ କରୁଥିଲେ ମଧ୍ୟ ଉଦ୍ୟାନ ବିଭାଗ ବିଷୟରେ ଅଧିକାଂଶ ଚାଷୀମାନେ ସେତେଟା ସଚେତନ ନୁହଁନ୍ତି । କେବଳ ବ୍ଲକ ସ୍ତରରେ କରାଯାଉଥିବା ଜିଲାପାଳଙ୍କ ଜନ ଶୁଣାଣୀ ଶିବିରରେ ଉଦ୍ୟାନ ବିଭାଗର କର୍ମଚାରୀମାନଙ୍କୁ ଦେଖିବାକୁ ମିଳୁଛି । ପାଟକୁରା,ପଦ୍ମପୁର ଓ ବେଡାରୀ ପଂଚାୟତର କୌଣସି ଚାଷୀ ମାନଙ୍କର ଉଦ୍ୟାନ କୃଷି ପାଇଁ ଯଦି କୌଣସି ଆବଶ୍ୟକ ପଡେ,ତେବେ ୧୦ କି.ମି ରୁ ଉଦ୍ଧ୍ୱର୍ ହେବ କୋରୁଆ ଠାରେ ଥିବା ଉଦ୍ୟାନ କୃଷି ବିଭାଗ କାର୍ଯ୍ୟାଳୟକୁ ଯାଇଥାଆନ୍ତି । ଏହି ବିଭାଗ ଦ୍ୱରା ଚାଷୀମାନଙ୍କୁ କଦଳି,ନଡିଆ,ଆମ୍ବଚାଷ ଓ ବିଭିନ୍ନ ପନିପରିବା ମଞ୍ଜି ସହିତ ଫୁଲ ଚାଷ କରାଯିବା ପାଇଁ ମଧ୍ୟ ପ୍ରୋତ୍ସାହନ ଯୋଗାଇ ଦିଆଯାଇିଥାଏ । ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଚାଷୀ ମାନେ ସରକାରୀ ଖର୍ଚ୍ଚରେ ପୋଖରୀ ଖୋଳି ପୋଖରୀ ହୁଡାମାନଙ୍କରେ ବିଭିନ୍ନ ପ୍ରକାର ଫଳ ଓ ପନି ପରିବା ଚାଷ କରିପାରିବେ । ଏଥି ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ବିଭିନ୍ନ ଫଳ ଓ ଫୁଲ ମଞ୍ଜି ବା ଚାରା ଯୋଗାଇ ଦିଆଯାଇ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଇଥାଏ । ମାତ୍ର ଉଦ୍ୟାନ ବିଭାଗ ଦ୍ୱରା ଚାଷୀମାନେ ଅଣ ଦେଖା ଭାବରେ ରହିଯାଉଥିବାର ଅଭିଯୋଗ ହେଉଛି । ଗରଦପୁର ବ୍ଳକର କୋରୁଆ ଠାରେ ସହକାରୀ ଉଦ୍ୟାନ କୃଷି ବିଭାଗର ଏକ ଅଫିସ୍ ରହିଛି । ଏହି ଅଫିସ୍ରେ ଜଣେ ମାତ୍ର ଉଦ୍ୟାନ ବିଭାଗର ସମ୍ପ୍ରସାରଣ ଅଧିକାରୀ ରହି ଥିବା ବେଳେ, ଏଠାରେ କାର୍ଯ୍ୟ କରୁଥିବା ସହକାରୀ ଉଦ୍ୟାନ କୃଷି ଅଧିକାରୀ ୩ ଗୋଟି ବ୍ଲକ ଦାଇତ୍ୱରେ ରହିଛନ୍ତି । ଯାହା ଫଳରେ ଜଣେ କର୍ମଚାରୀ ଏହି କାର୍ଯ୍ୟାଳୟକୁ ଚଳାଇବା କଷ୍ଠକର ହୋଇପଡିଥିବା ବେଳେ, ଉଦ୍ୟାନ କୃଷିର କିପରି ଉନ୍ନତି ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ କୃଷି କର୍ମଚାରୀ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

9 + 20 =