ଓଡ଼ିଶା ସମାଚାର

ଆନ୍ତର୍ଜାତିକ କଳିଙ୍ଗ ବୌଦ୍ଧ ସମ୍ମିଳନୀ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ

ଆନ୍ତର୍ଜାତିକ କଳିଙ୍ଗ ବୌଦ୍ଧ ସମ୍ମିଳନୀ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ

ଆନ୍ତର୍ଜାତିକ କଳିଙ୍ଗ ବୌଦ୍ଧ ସମ୍ମିଳନୀ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ
April 04
21:44 2017

ଯାଜପୁର, ୦୪/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ)- ଉଦୟଗିରିର ବିକାଶ Red 2 Line Logoପାଇଁ ମିଳିତ ଯୋଜନା ଦରକାର ଓ ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଗଲେ ସେ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବେ ବୋଲି ଆଜି କେନ୍ଦ୍ରାଂଚଳ ଆର.ଡି.ସି. ଡକ୍ଟର ଅଖିଳ ବିହାରୀ  ଓତା ମତ ଦେଇଛନ୍ତି । ଆସନ୍ତା ୧୦/୧୧ ଓ ୧୨ ତାରିଖ ତିନି ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଥିବା ଆନ୍ତର୍ଜାତିକ କଳିଙ୍ଗ ବୌଦ୍ଧ ସମ୍ମିଳନୀ ପାଇଁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସେ ଏକଥା କହିଛନ୍ତି । ପି.ପି.ପି. ମୋଡରେ ଉଦୟଗିରିକୁ ଯେତିକି ଗୁରୁତ୍ୱ ଦିଆଯାଉଛି ତାଠାରୁ ଅଧିକ ଧ୍ୟାନ ଦିଆଯାଇ ପାଣ୍ଠି ଯୋଗାଇ ଦିଆଯିବା ସପକ୍ଷରେ ସେ ମତ ଦେଇଥିଲେ । ଶିଳ୍ପ ସଂସ୍ଥାମାନେ ଆଂଚଳିକ ଉନ୍ନୟନ ପାଇଁ ଯେଉଁ ଅର୍ଥ ଖର୍ଚ୍ଚ କରୁଛନ୍ତି ସେଥିରୁ ସିଂହଭାଗ ଉଦୟଗିରି ବିକାଶ ପାଇଁ ଖର୍ଚ୍ଚ କରିବାକୁ ସେ ଯାଜପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେବା ସେଙ୍ଗ ସେଙ୍ଗ ଆସନ୍ତା ୩୦ ତାରିଖ ସୁଦ୍ଧା ଭାରତୀୟ ପ୍ରତ୍ନତାତ୍ୱିକ ସର୍ବେକ୍ଷଣ ସଂସ୍ଥାର ଅଧିକାରୀ ମାନଙ୍କୁ ସାଙ୍ଗରେ ନେଇ ମାଷ୍ଟରପ୍ଲାନ କରିବାକୁ ସେ ପର୍ଯ୍ୟଟନ ବିଭାଗକୁ ପରାମର୍ଶ ଦେଇଥିଲେ । ଯେପରି ଉଦୟଗିରି ଆଧୁନିକ ସଭ୍ୟତା ପାଇଁ ଏକ ନୂଆ ଦୃଶ୍ୟପଟ ସୃଷ୍ଟି କରିପାରିବ । ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସେ ପୋ÷÷ରହିତ କରିଥିଲେ । ପର୍ଯ୍ୟଟନ ବିଭାଗ ନିର୍ଦ୍ଧେଶକ ନିତିନ ଜାୱଲେ ସୂଚନା ଦେଇ କହିଲେ ଓଡିଶାକୁ ଅଧିକ ବୌଦ୍ଧ ଧର୍ମାବଲମ୍ବି ପର୍ଯ୍ୟଟକ ମାନେ ଆସିବା ପାଇଁ ଭୁବ ନେଶ୍ୱରୁ ମାଲୟେସିଆ ପର୍ଯ୍ୟନ୍ତ ଉଡାଜାହାଜ ଚାଲୁ ବ୍ୟବସ୍ଥା କରାଯାଉଛି । ଉଦୟଗିରି ଅଂଚଳରୁ ବୌଦ୍ଧଧର୍ମ ଓ ଓଡିଆଭାଷା ବିଦେଶକୁ ଯାଇଥିଲା । ଉଦୟଗିରି ଏକ ଅଧିକ ଗୁରୁତ୍ୱପୂର୍ଣ୍ଣ ଅଂଚଳ ଅଟେ । ଓଡିଶାରେ ଥିବା ବୌଦ୍ଧ ଐତିହ୍ୟ ପ୍ରତି ଆକର୍ଷଣ ବଢାଇବା ଏହି ପ୍ରକାର ସମ୍ମିଳନୀର ଉଦ୍ଧେଶ୍ୟ ବୋଲି ସେ ମତ ଦେଇଥିଲେ । ଦକ୍ଷିଣ ଏସୀୟ ନୌବାଣିଜ୍ୟ ଓ ଉକôଳୀୟ ଗବେଷଣା ପ୍ରତିଷ୍ଟାନର ସଂପାଦକ ସୁନୀଲ ପଟ୍ଟନାୟକ ସମ୍ମିଳନୀ  ସଂପର୍କରେ  ତଥ୍ୟ ପ୍ରକାଶ କରି ଭିଏତନାମ, ବାଙ୍ଗାଲାଦେଶ, ଇଣ୍ଡୋନେସିଆ,ବୁଦ୍ଧଗୟା,ଥାଇଲାଣ୍ଡ, ୟୁ.ଏସ., ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଓ ହାୱାନା ବିଶ୍ୱ ବିଦ୍ୟାଳୟ ପ୍ରଭୁତି ସ୍ଥାନରୁ ପ୍ରାୟ ୧୨୦ ଜଣ ପ୍ରତିନିଧି ଓ ୧୦ଜଣ ଖ୍ୟାତାନାମା ବିଦେଶୀ ଟୁର ଅପରେଟର ଏଥିରେ ଭାଗ ନେବାର ଅଛି । ୧୦ତାରିଖ ଦିନ ୧୧ଟା ବେଳେ ଏହାର ଉଦଘାଟନ ଉସôବ ଅନୁଷ୍ଠିତ ହେବ । ବିଧାୟକ ଅମର ପ୍ରସାଦ ଶତପଥି ସ୍ୱାଗତ ଭାଷଣ ଦେଇ ଉଦୟଗିରିଠାରେ ମିୟୁଜିୟମ ପ୍ରତିଷ୍ଠା, ପୋଲିସ ଫାଣ୍ଡି ପ୍ରତିଷ୍ଟା ସହିତ ରାଜ୍ୟ ସରକାରଙ୍କର ଉଦୟଗିରି ବିକାଶ ପାଇଁ ଉଦ୍ଧିଷ୍ଟ ପ୍ରସ୍ତାବ କେନ୍ଦ୍ରକୁ ପଠାଇବା ଓ ସାରନାଥ ଓ ବୁଦ୍ଧଗୟା ଠାରେ ଅନୁଷ୍ଠିତ ହେଉଥିବା ଭଳି ଆନ୍ତର୍ଜାତିକ ସମ୍ମିଳନୀ  ଏଠାରେ କରିବାକୁ ପ୍ରସ୍ତାବ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଶୋଭନୀୟ ଆନ୍ଦୋଳନର ପ୍ରବକ୍ତା ଡ.ଅରୁନ୍ଧତୀ ଦେବୀ, ଶାରଦା ମହାନ୍ତି, ପୂର୍ବତନ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ନନ୍ଦ, ମଝିପଡା ସରପଂଚ ତାପସ ରାୟ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଉଦୟଗିରି ବୁଦ୍ଧ ମହୋସôବ ସମିତିର ଆବାହକ ମହେଶ୍ୱର ବଳ ଏକ ପ୍ରସ୍ତାବ ମୂଳକ ଦାବିପତ୍ର ପ୍ରଦାନ କରି ଆଲୋଚନାରେ ମଧ୍ୟ  ଭାଗ ନେଇଥିଲେ । ପର୍ଯ୍ୟଟନ ବିଭାଗ ଉପନିର୍ଦ୍ଧେଶକ ଉପôଳ ପତି ଧନ୍ୟବାଦ ଦେଇଥିଲେ ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

one × 3 =