ଓଡ଼ିଶା ସମାଚାର

ଶକ୍ତିମନ୍ତ୍ରୀଙ୍କର ଅବିଶ୍ରାନ୍ତ ଉଦ୍ୟମ ପାଇଁ ପର୍ଯ୍ୟଟକଙ୍କୁ ଖୁସି ବାନ୍ଟିବ ସ୍ୱପ୍ନର ପ୍ରକଳ୍ପ ‘କୁସୁମା’

ଶକ୍ତିମନ୍ତ୍ରୀଙ୍କର ଅବିଶ୍ରାନ୍ତ ଉଦ୍ୟମ ପାଇଁ ପର୍ଯ୍ୟଟକଙ୍କୁ ଖୁସି ବାନ୍ଟିବ ସ୍ୱପ୍ନର ପ୍ରକଳ୍ପ ‘କୁସୁମା’

ଶକ୍ତିମନ୍ତ୍ରୀଙ୍କର ଅବିଶ୍ରାନ୍ତ ଉଦ୍ୟମ ପାଇଁ  ପର୍ଯ୍ୟଟକଙ୍କୁ ଖୁସି ବାନ୍ଟିବ ସ୍ୱପ୍ନର ପ୍ରକଳ୍ପ ‘କୁସୁମା’
April 04
21:16 2017

ଯାଜପୁର, ୦୪/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ)- ଯାଜପୁର ସହରରେ Red 2 Line Logoବିଗତ ସାତ ବର୍ଷ ମଧ୍ୟରେ ବହୁବିଧ ପ୍ରକଳ୍ପର କାର୍ଯ୍ୟ ଆଗେଇ ଚାଲିଛି । ଫଳରେ ଏହି ସହରର ଛବି ଦିନକୁ ଦିନ ବଦଳୁଛି । ଏହି ସହର ଦେଶର ଅନ୍ୟତମ ତୀର୍ଥକ୍ଷେତ୍ରର ମାନ୍ୟତା ପାଇଥିଲାବେଳେ ଆଗାମି ଦିନରେ ଏହାକୁ ଜାତୀୟସ୍ତରର ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ଦେବାକୁ ସ୍ଥାନୀୟ ବିଧାୟକ ତଥା ଶକ୍ତି ମନ୍ତ୍ରୀ ପ୍ରଣବପ୍ରକାଶ ଦାସଙ୍କ ଅବିଶ୍ରାନ୍ତ ଉଦ୍ୟମ ଦେଖିବାକୁ ମିଳିଛି । ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଏହି ସହରକୁ ସୈାନ୍ଦର୍ଯ୍ୟମୟ କରିବାକୁ ବିଭିନ୍ନ ଯୋଜନାର କାର୍ଯ୍ୟକାରୀତା ଦେଖିବାକୁ ମିଳିଛି । ସହରରେ ଛୋଟବଡ ପାର୍କ ନିର୍ମାଣ କରାଯିବା ସହିତ ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ମନୋରମ କରାଯାଇଛି । ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ମଧ୍ୟରୁ ଜିଲାର ସବୁଠାରୁ ଚର୍ଚ୍ଚା ସୃଷ୍ଟି କରିଥିବା ସ୍ୱପ୍ନର ପ୍ରକଳ୍ପ ହେଲା କୁସୁମା । ସହରରେ କେନ୍ଦ୍ରସ୍ଥଳରେ ଥିବା କୁସୁମା ପୋଖରୀର ଚର୍ଚ୍ଚା ଆଜି ସଭିଙ୍କ ମୁହଁରେ । ସହରରେ ଶହଶହ ପୋଖରୀ ଥିଲାବେଳେ ଦିବଙ୍ଗତ ନେତା ଅଶୋକ ଦାସଙ୍କ ପୋଖରୀର ଚର୍ଚ୍ଚା କେବଳ ଜିଲାରେ ନୁହେଁ ରାଜ୍ୟରେ ମଧ୍ୟ ହେଉଥିଲା । ଏହି ସବୁ ପୋଖରୀକୁ ଛାଡି ସହରରର କେନ୍ଦ୍ରସ୍ଥଳରେ ରହିଥିଲା ସର୍ବ ବୃହତ ଜଳ ଭଣ୍ଡାର କୁସୁମା । ଯାଜପୁର ପୈାର ପରିଷଦ ଦ୍ୱାରା ଏହି ପୋଖରୀର ରକ୍ଷଣାବେକ୍ଷଣ ହେଉଥିଲା । ପ୍ରାୟ ୨୮ ଏକର ପରିମିତ ଏହି ଜଳଭଣ୍ଡାର ସୁରକ୍ଷା ସହିତ ଏହାକୁ ଏକ ଆକର୍ଶଣୀୟ ପର୍ଯ୍ୟଟନ ସ୍ଥଳରେ ପରିଣତ କରିବାକୁ ଦିନେ ଯାଜପୁର ପୈାର ପରିଷଦର ପ୍ରାକ୍ତନ ଅଧ୍ୟକ୍ଷ ଉକôଳ କେଶରୀ ଦାସ ସ୍ୱପ୍ନ ଦେଖିଥିଲେ । ନିଜର ଏହି ସ୍ୱପ୍ନର କୁସୁମାକୁ ଜନସାଧାରଣଙ୍କ ଆଗରେ ପ୍ରକଟିତ କରିବା ପୂର୍ବରୁ ସ୍ୱର୍ଗାରୋହଣ କରିଥିଲେ ଉକôଳ ଦାସ । ତାଙ୍କ ପରେ ଦୀର୍ଘ ବର୍ଷ ଅତିକ୍ରାନ୍ତ ହୋଇ ଯାଇଥିଲାବେଳେ ଏହି ସ୍ୱପ୍ନର ପ୍ରକଳ୍ପ ପାଇଁ ସ୍ୱପ୍ନ ଯେମିତି ଭାଙ୍ଗି ଯାଇଥିଲା । ପ୍ରଣବପ୍ରକାଶ ଦାସ (ବବି) ଯାଜପୁରର ବିଧାୟକ ହେଲାପରେ ପୁଣି କୁସୁମାର ସ୍ୱପ୍ନ କଡ ଲେଉଟାଇଥିଲା । ନିଜ ଦାଦା ତଥା ଜିଲାର ଅନ୍ୟତମ ପ୍ରଭାବଶାଳୀ ରାଜନେତା ଉକôଳ କେଶରୀଙ୍କ ସେ ଦିନର ସ୍ୱପ୍ନକୁ ସାକାର କରିବାକୁ ଅନ୍ଟା ଭିଡିଥିଲେ ବବି । ଆରମ୍ଭ ହୋଇଥିଲା ସ୍ୱପ୍ନକୁ ସାକାର କରିବାର ଉଦ୍ୟମ । ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ ହୋଇଥିଲା କୁସୁମାକୁ ଏକ ସୁନ୍ଦରୀ ରୂପରେ ସଜେଇ ଦେଇ ସମସ୍ତଙ୍କ ନଜର କୁସୁମା ଆଡକୁ ଆକର୍ଶୀତ କରିବାକୁ । ପୋଖରୀ ଚର୍ତୁପାଶ୍ୱର୍ରେ ବାଡା ନିର୍ମାଣ ସହିତ ପୋଖରୀରୁ ପଙ୍କ ଉଦ୍ଧାର କରାଯାଇ ସମତୁଲ କରାଯାଇଥିଲା । ଏହା ସହିତ ନୂତନ ପାଣି ପୋଖରୀ ମଧ୍ୟରେ ଛଡା ଯାଇ ପୋଖରୀକୁ ଜଳପୂର୍ଣ୍ଣ କରାଯାଇଥିଲା । ଏହାର ଚର୍ତୁପାଶ୍ୱର୍ରେ ପାଦଚଲା ରାସ୍ତା ନିର୍ମାଣ ସହିତ ବିଦ୍ୟୁତ ଆଲୋକରେ ଆଲୋକିତ କରିବାର ବ୍ୟବସ୍ଥା ହୋଇଥିଲାବେଳେ ପାଦଚଲା ରାସ୍ତାର ଉଭୟ ପଟେ ସୈନ୍ଦର୍ଯ୍ୟ ବୃଦ୍ଧି ପାଇଁ ବୃକ୍ଷରୋପଣ କରାଯାଇଛି । ପୁଷ୍କରଣୀର ଜଳକୁ ସଫା ରଖିବାକୁ ଅହରହ କର୍ମଚାରୀ ପାଣିରେ ଭାସୁଥିବା ଦଳ ଓ ଘାସକୁ ସଫେଇ କରି ତାକୁ ସଂପୂର୍ଣ୍ଣ ସଫା ରଖିଛନ୍ତି । ବର୍ତମାନ ଏହି କୁସୁମାରେ ବିଭିନ୍ନ ପ୍ରଜାତିର ମାଛ ଚାଷ ଆରମ୍ଭ ହୋଇଥିଲାବେଳେ ଆଗାମି ଦିନରେ ଅନ୍ୟ ବିଭିନ୍ନ ପ୍ରଜାତିର ରଙ୍ଗିନ ମାଛ ଛଡାଯିବାର ବ୍ୟବସ୍ଥା ହେଉଛି । ଯେଉଁ ମାଛ ଗୁଡିକ ପର୍ଯ୍ୟଟକଙ୍କୁ ବେଶ ଆମୋଦ ପ୍ରଦାନ କରିବେ । ଏହା ସହିତ ପର୍ଯ୍ୟଟଙ୍କ ପାଇଁ ବୋଟିଂର ବ୍ୟବସ୍ଥା ହେବାକୁ ଯାଉଥିଲାବେଳେ ସମ୍ଭବତ ରାଜ୍ୟର ପ୍ରଥମ ଲେଜର ଲାଇଟ ଏହି କୁସୁମାରେ ଲାଗିବାର ବ୍ୟବସ୍ଥା ହୋଇଛି । ଯାହା ସଂଧ୍ୟା ନଇଁଲେ କୁସୁମାକୁ ବେଶ ରଂଗୀନ କରି ଦେବ । ଏହା ସହିତ କୁସୁମା କୂଳରେ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟଟଙ୍କ ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ବ୍ୟବସ୍ଥାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ସବୁଠାରୁ ମହତ୍ୱ ପୂର୍ଣ କଥା ହେଲା କୁସୁମାର ଏହି ଗଭିର ନୀଳ ମଧୂର ଜଳରାଶୀ ଚଳିତ ବର୍ଷ ବହୁ ବିଦେଶୀ ପକ୍ଷୀଙ୍କୁ ଆକର୍ଶିତ କରିଥିବା ଦେଖିବାକୁ ମିଳିଥିଲା । ହଜାର ହଜାର ସଂଖ୍ୟାର ବିଦେଶାଗତ ପକ୍ଷୀ ଚଳିତ ବର୍ଷ କୁସୁମାରେ ଭିଡ ଜମାଇଥିଲାବେଳେ ପକ୍ଷୀଙ୍କ କଳରବରେ କୁସୁମା ମୁଖରୀତ ହୋଇ ପଡିଥିଲା । କୁସୁମାର ବ୍ୟାପକ ମଧୁର ଜଳରାଶୀ ଆଗାମୀ ଦିନରେ ବହୁ ବିଦେଶାଗତ ପକ୍ଷୀଙ୍କୁ ଆକର୍ଷିତ କରିବାକୁ ଯାଉଥିଲାବେଳେ ଏହି ବିଦେଶାଗତ ପକ୍ଷୀ ମାନେ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଶିତ କରିବେ । ଆଉମାତ୍ର କିଛି ଦିନ ଭିତରେ ସ୍ୱପ୍ନର ପ୍ରକଳ୍ପ କୁସୁମା ପର୍ଯ୍ୟଟକ ମାନଙ୍କୁ ଖୁସି ବାନ୍ଟିବାକୁ ଯାଉଛି । ମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କୁସୁମାକୁ ନବବଧୁ ଭାବେ ସଜାଇବାକୁ ସବୁ ଉଦ୍ୟମ ଚାଲିଥିଲାବେଳେ ଜିଲାବାସୀ ତଥା ପର୍ଯ୍ୟଟକ ମାନେ ସୁନ୍ଦରୀ କୁସୁମାର ସୈାନ୍ଦର୍ଯ୍ୟରେ ବେଶ କିଛି ସମୟ ହଜିଯିବା ସହିତ ନିଜ କର୍ମମୟ ଜୀବନକୁ ଟିକିଏ ହାଲକା କରିବାକୁ ଆଜିଠାରୁ ସ୍ୱପ୍ନ ଦେଖିବା ଆରମ୍ଭ କଲେଣି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

four × one =