କେନ୍ଦ୍ରାପଡାରେ ବିଜୁବାବୁଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ

କେନ୍ଦ୍ରାପଡ଼ା, ୧୭/୦୪/୨୦୨୪ (ଓଡ଼ିଶା ସମାଚାର)- ଓଡିଶାର ବରପୁତ୍ର, ପ୍ରବାଦ ପୁରୁଷ, ମହାନ ଜନନେତା ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ୨୭ତମ ଶ୍ରାଦ୍ଧ ଦିବସ ଆଜି କେନ୍ଦ୍ରାପଡା ବିଜୁ ଜନତା ଦଳ ତରଫରୁ ଜିଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ପୌରପାଳ ଧିରେନ କୁମାର ସାହୁଙ୍କ ନେତୃତ୍ୱରେ ପାଳିତ ହୋଇଯାଇଛି । ସକାଳ ୭ଟା ୩୦ ମିନିଟ୍ ସମୟରେ ନୂଆ ବସ୍ ଷ୍ଟାଣ୍ଡ୍ ପାଖ ଗୋବରୀ ନଦୀ ଶନିଘାଟଠାରେ ସାମୂହିକ ତିଳତର୍ପଣ କରାଯାଇଥିଲା । ପରେ ନୂଆ ବସ୍ ଷ୍ଟାଣ୍ଡଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତୀରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । ପରେ ସକାଳ ୯ଟା ସମୟରେ ସହରର ପୁରୁଣା ମେଡିକାଲ ଛକରେ ସ୍ଥାପିତ ବିଜୁବାବୁଙ୍କ ପ୍ରତିମୂର୍ତୀରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା, ପୂର୍ବତନ ବିଧାୟକ ତଥା ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଗଣେଶ୍ୱର ବେହେରା, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ, ଜିଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ପୌରାଧ୍ୟକ୍ଷା ସରିତା ସାହୁ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷା ରଶ୍ମିତା ସେଠୀ, ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ଜିଲା ମହିଳା ସଭାପତି ରୋସନା ସାହୁ, ମୋହନ ଆଚାର୍ଯ୍ୟ, ପୂର୍ବତନ ରାଜ୍ୟ ସମ୍ପାଦକ ରାଜେଶ ପଣ୍ଡା, ଓଡିଶା ମୋ ପରିବାର ସଂଯୋଜକ ହିରଣ୍ୟ ପଣ୍ଡା,ବିଜେଡି ସଭାପତି ରାଜେଶ ଦାସ, ଛାତ୍ର ବିଜେଡି ସଭାପତି ପ୍ରଦୀପ ସାହୁ, ରବୀନ୍ଦ୍ର ପଣ୍ଡା, କାଉନସିଲର କାଳୀପ୍ରସାଦ ମିଶ୍ର, ଉମେଶ ନାୟକ, ବ୍ଲକ ସଭାପତି ଆଲୋକ ସାହୁ, ନିରାକାର ସ୍ୱାଇଁ, ବିଜୟ ମଣ୍ଡଳ, ସୁମିତ୍ରା ପାଢୀ, ସ୍ୱୟଂପ୍ରଭା କର, ମୀନତି ପରିଡା, ବିଜୟ ପତି, ଦୁଷ୍ମନ୍ତ ମଲ୍ଲିକ, ଶିବପ୍ରସାଦ ଭୋଳ, ନଗର ସଭାପତି ଯଯାତୀ କେଶରୀ ମହାନ୍ତି, ସୁରେନ୍ଦ୍ର ଜେନା, ଶ୍ରୀକାନ୍ତ ପଣ୍ଡା, ରେବତୀରମଣ ଦାସ, ଶକ୍ତିକାନ୍ତ ପାତ୍ର, ସେକ୍ ଚନ୍ଦନ, ସେକ୍ ଅକମଲ, ମୁକ୍ତାର ଖାଁ, ହିବଜୁର ରହେମାନ୍, ରମେଶ ଚନ୍ଦ୍ର ଦାସ, ଅଭୟ ବେହେରା, ପ୍ରଶାନ୍ତ ସିଂହ, କମଳାକାନ୍ତ ବେହେରା, ପୂର୍ବତନ ସରପଂଚ ପ୍ରଦୁ୍ୟମ୍ନ ଜେନା, ରଞ୍ଜନ ସାହୁ, ଜନ୍ ମେକାପ, ସେକ୍ ଗୋଫ୍ରାନ, ସୌମେନ୍ଦ୍ର ପୃଷ୍ଟି, ସେକ୍ ଇସାକ ପ୍ରମୁଖ ଶତାଧିକ ଦଳୀୟ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ଉପରୋକ୍ତ କାର୍ଯ୍ୟକ୍ରମ ପରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଅନ୍ୟମାନଙ୍କ ସହିତ ଗରାପୁର ହନୁମାନ ମନ୍ଦିର, ତିନିମୁହାଣୀ ଶ୍ରୀରାମ ମନ୍ଦିର ଓ ଗୋପସ୍ଥିତ ଶ୍ରୀରାମ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିବା ସହିତ ଅର୍ଶୀବାଦ ଭିକ୍ଷା କରିଥିଲେ । ଏହାପରେ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି କେନ୍ଦ୍ରାପଡାର ବିରସ୍ୱତୀ, ଆଳି ଓ ଗରଦପୁରକୁ ଯାଇ ବଜ୍ରପାତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଏବଂ ରାଜନଗର ଘରପୋଡିରେ ମୃତୁ୍ୟବରଣ କରିଥିବା ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଗରଦପୁରରେ ସାଂସଦ ପ୍ରାର୍ଥୀ ଶ୍ରୀ ମହାନ୍ତିଙ୍କ ସହିତ ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *