ଓଡ଼ିଶା ସମାଚାର

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଟ୍ରଫି ପ୍ରଦାନ ଉସôବ: ପ୍ରତ୍ୟେକ କ୍ଷେତ୍ରରେ ସୃଜନଶୀଳ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି: ରାଜ୍ୟପାଳ

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଟ୍ରଫି ପ୍ରଦାନ ଉସôବ: ପ୍ରତ୍ୟେକ କ୍ଷେତ୍ରରେ ସୃଜନଶୀଳ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି: ରାଜ୍ୟପାଳ

ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ଟ୍ରଫି ପ୍ରଦାନ ଉସôବ: ପ୍ରତ୍ୟେକ କ୍ଷେତ୍ରରେ ସୃଜନଶୀଳ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି: ରାଜ୍ୟପାଳ
August 31
19:37 2017

ଭୁବନେଶ୍ୱର, ୩୧/୦୮/୨୦୧୭(ଓଡ଼ିଶା ସମାଚାର)-ସାମର୍ଥ୍ୟ ଚାଳିତ ଶିକ୍ଷା ବ୍ୟବସ୍ଥାରେ କଳା ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଛାତ୍ରଛାତ୍ରୀମାନଙ୍କ କଳ୍ପନା ଶକ୍ତିକୁ ବିସ୍ତାରିତ କରିବା ସହ ସୃଜନକୁ ବିକଶିତ କରେ । ଏହା ସେମାନଙ୍କୁ ନୂତନ ଚିନ୍ତନ ଓ ଊପôାଦ ସୃଷ୍ଟି କରିବାକୁ ସମର୍ଥ କରାଇଥାଏ । କଳା ପ୍ରତିଭାଦୀପ୍ତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କଳାସକତା ମଧ୍ୟରେ ସୀମିତ ରୁହେ ନାହିଁ, ଅନ୍ୟ କ୍ଷେତ୍ରର ଛାତ୍ରଛାତ୍ରୀମାନେ କଳାତ୍ମକ କ୍ରିୟାରେ ଅଂଶଗ୍ରହଣ କରି ଉପକୃତ ହୋଇଥାନ୍ତି । କଳା ବିବ୍ୟାଳୟ ପରିବେଶକୁ ଜ୍ଞାନ, ଅନ୍ୱେଷଣ ଓ ଆବିଷ୍କାରରେ ରୁଦ୍ଧିମଂତ କରିବାରେ ସହାୟକ ହୋଇଥାଏ ବୋଲି ରାଜ୍ୟପାଳ ଡ଼. ଏସ୍.ସି.ଜମିର୍ ପ୍ରକାଶ କରିଛନ୍ତି । ରବୀନ୍ଦ୍ର ମଣ୍ଡପରେ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ଓ ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ ରାଜ୍ୟପାଳ ଟ୍ରଫି- ୨୦୧୬-୧୭ ନିମନ୍ତେ ପ୍ରତିଯୋଗିତାର ପୁରସ୍କାର ବିତରଣ ଉସôବରେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ଆମର ଆର୍ଥନୀତିକ ଜୀବନରେ ସୃଜନଶୀଳତା ପ୍ରମୁଖ ଭୂମିକା ନେବା ସହ ଦେଶର ପ୍ରତିଯୋଗିତାମୂଳକ ସାମର୍ଥ୍ୟର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେବ । ପ୍ରତ୍ୟେକ କ୍ଷେତ୍ରରେ ସୃଜନଶୀଳ ବ୍ୟକ୍ତିଙ୍କର ଆବଶ୍ୟକତା ରହିଛି । ଏଣୁ ବିଦ୍ୟାଳୟରେ ସୃଜନ ପ୍ରତିଭାର ବିକାଶ ପାଇଁ ଅନୁକୂଳ ପରିବେଶ ନିର୍ମାଣ ହେବା ଦରକାର । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଳା ପ୍ରତି ଆଗ୍ରହ ଓ ସକାରାତ୍ମକ ଉସôାହ ସୃଷ୍ଟି ଉପରେ ରାଜ୍ୟପାଳ ଗୁରୁତ୍ୱଆରୋପ କରିଥିଲେ । ଓଡ଼ିଶାକୁ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରଂପରାର ଭୂମି ଭାବରେ ବର୍ଣ୍ଣନା କରି ରାଜ୍ୟପାଳ କହିଲେ ଯେ ଓଡ଼ିଶାର କଳା, କାରିଗରି ଓ ହସ୍ତତଂତ ପସ୍ତୁତ ସାମଗ୍ରୀ ସାରା ପୃଥିବୀର ଦୃଷ୍ଟି ଆକର୍ଷଣ କରିଛି । ଓଡ଼ିଶାରେ ଗ୍ରାମ୍ୟ କାରିଗର, ବୟନଶିଳ୍ପୀ ଓ କାରିଗରମାନେ ବିଭିନ୍ନ ମାଧ୍ୟମର ଉପଯୋଗ କରି ସୁନ୍ଦର ସୃଷ୍ଟି କରୁଛନ୍ତି । ପଟ୍ଟଚିତ୍ର ଓ ଆଦିବାସୀ କଳାର ସ୍ୱତଂତ୍ର ପରିଚୟ ରହିଛି । ସେହିପରି ତାରକସି ଓ ଚାନ୍ଦୁଆ କାମରେ ଓଡ଼ିଶାର ପ୍ରସିଦ୍ଧି ରହିଛି । ସଂପ୍ରତି ବାଲୁକା କଳା ବିଶ୍ୱସ୍ତରୀୟ ସ୍ୱୀକୃତି ପାଇଛି । ଓଡ଼ିଶୀ ନୃତ୍ୟ, ଗୀତ ଓ ସଂଗୀତର ସୁଦୀର୍ଘ ଓ ସମୃଦ୍ଧ ପରଂପରା ରହିଛି ଏବଂ ଏହା ଅନେକ ପ୍ରତିଷ୍ଠିତ ଗୁରୁ ଓ କଳାକାରଙ୍କ ମାଧ୍ୟମରେ ନୂତନ ଶିଖର ସ୍ପର୍ଶ କରିଛି ବୋଲି ରାଜ୍ୟପାଳ ଉଲ୍ଲେଖ କରିଥିଲେ । ରାଜ୍ୟପାଳ ରାଜ୍ୟସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରି ଏହା ନୂଆଶିଳ୍ପୀ ଓ କଳାକାରମାନଙ୍କ ପାଇଁ ପ୍ରତିଭାର ପ୍ରକାଶ ଓ ବିକାଶର ପ୍ରଶସ୍ତ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କହିଥିଲେ ।
ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ସଚିବ ମନୋରଂଜନ ପାଣିଗ୍ରାହୀ, ସଂସ୍କୃତି ନିର୍ଦ୍ଧେଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ପଦ୍ମବିଭୂଷଣ ରଘୁନାଥ ମହାପାତ୍ର, ସଚିବ ତାରାକାନ୍ତ ପରିଡ଼ା, ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ସଭାପତି ତୃପ୍ତି ଦାସ, ସଚିବ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଉସôବରେ ଉଦ୍ବୋଧନ ଦେଇଥିଲେ । ଉସôବରେ ରାଜ୍ୟର ପ୍ରଥମ ମହିଳା ଆଲେମଲା ଜମିର ଉପସ୍ଥିତ ଥିଲେ । ଓଡ଼ିଶୀ ନୃତ୍ୟ, ସଂଗୀତ, ଲୋକନୃତ୍ୟ ଓ ପେଂଟିଂରେ କୃତୀ ପ୍ରତିଯୋଗୀତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

sixteen − five =