ଓଡ଼ିଶା ସମାଚାର

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

August 30
17:36 2017

ଭୁବନେଶ୍ୱର, ୩୦/୦୮/୨୦୧୭(ଓଡ଼ିଶା ସମାଚାର)-ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଯୋଜନା ଅନୁସାରେ ଚଳିତ ବର୍ଷ ଅକ୍ଟୋବର ମାସରୁ ପ୍ରଥମ ପର୍ଯ୍ୟାୟ ରେଳଯାତ୍ରା ଆରମ୍ଭ ହେବ । ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ନିଷ୍ପତି ଗ୍ରହଣ କରାଯାଇଛି । ବୈଠକରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ଲାଗ୍ସିପ୍ କାର୍ଯ୍ୟକ୍ରମ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁଯାୟୀ ଚଳିତ ବର୍ଷ ପ୍ରାୟ ୩ ହଜାର ବରିଷ୍ଠ ନାଗରିକଙ୍କୁ ତୀର୍ଥସ୍ଥାନ ଭ୍ରମଣରେ ନିଆଯିବ । ଅକ୍ଟୋବର ମାସରେ କେନ୍ଦ୍ରାଂଚଳ ରାଜସ୍ୱ ମଣ୍ଡଳର ଯାତ୍ରୀମାନଙ୍କୁ ଭୁବନେଶ୍ୱରରୁ ଆଜ୍ମେର ଓ ପୁଷ୍କରକୁ ନିଆଯିବାକୁ ଥିବା ବେଳେ ଡିସେମ୍ବର ମଧ୍ୟ ଭାଗରେ ଦ୍ୱିତୀୟ ପର୍ଯ୍ୟାୟରେ ଉତରଉତରାଂଚଳ ରାଜସ୍ୱ ମଣ୍ଡଳରୁ ତୀର୍ଥଯାତ୍ରୀଙ୍କମାଡ଼ଙ୍କୁ ସମ୍ବଲପୁରରୁ ଶିରିଡି ଓ ଶନିସିଗ୍ନା (ଶନିଶ୍ଚର ପୀଠ)କୁ ନିଆଯିବ । ସେହିପରି ତୃତୀୟ ପର୍ଯ୍ୟାୟରେ ଦକ୍ଷିଣାଂଚଳ ରାଜସ୍ୱ ମଣ୍ଡଳ ତୀର୍ଥଯାତ୍ରୀମାନଙ୍କୁ ବ୍ରହ୍ମପୁରରୁ ଜାନୁଆରୀ ଶେଷ ସପ୍ତାହରେ ତିରୁପତି ଓ ଲେଲୋର (ପଦ୍ମାବତୀ ମନ୍ଦିର) ଇତ୍ୟାଦି ସ୍ଥାନକୁ ନିଆଯିବ । ପ୍ରତି ପର୍ଯ୍ୟାୟରେ ହଜାରେ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରାରେ ସାମିଲ ହେବ । ଏଥି ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଗ୍ରହୀ ବରିଷ୍ଠ ନାଗରିକମାନେ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅଥବା ପର୍ଯ୍ୟଟନ ବିଭାଗ ନିର୍ଦ୍ଧେଶକଙ୍କ ଜରିଆରେ ଆବେଦନ କରିପାରିବେ । ବିପିଏଲ୍ ତାଲିକାଭୁକ୍ତବରିଷ୍ଠ ନାଗରିକଙ୍କ ନିମନ୍ତେ ଏହି ତୀର୍ଥଯାତ୍ରା ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eighteen − seven =