ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ: ବାରଖମା ଦଳ ବିଜୟୀ : ଗୁମାପଦର ଦଳ ଉପବିଜେତା

ବାଲିଗୁଡା,୨୫/୧୧/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମହାମାୟୀ କବାଡି କ୍ଳବ୍ ଓ ଗ୍ରାମ୍ୟ କମିଟି ର ମିଳିତ ସହଯୋଗ ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି । ମହାମାୟୀ କବାଡି କ୍ଳବ୍ ର ମୂଖ୍ୟ ସୁବାଷ ଚନ୍ଦ୍ର ପାତ୍ର, ଦଣ୍ଡପାଣି ବେହେରା, ଭୀମସେନ ବିନ୍ଧାଣି ଙ୍କ ନେତୃତ୍ବ ରେ ଆୟୋଜିତ ଏହି କବାଡି ପ୍ରତିଯୋଗୀତା ରେ ସମୁଦାୟ ୨୪ ଟି ଦଳ ଅଂଶ ଗ୍ରହଣ କରିଥିଲେ । ୨୪ ଟି ଦଳ ମଧ୍ୟରୁ କ.ନୂଆଗାଁ ବ୍ଲକ୍ ର ଗୁମାପଦର ଓ ବାଲିଗୁଡା ବ୍ଳକ ର ବାରଖମା କବାଡି ଦଳ ଫାଇନାଲ କୁ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ ପୂର୍ବରୁ ଏକ ବନ୍ଧୁତ୍ୱ ପୂର୍ଣ୍ଣ ମହିଳା କବାଡି ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା ପରେ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍ ରେ ବାରଖମ। ଦଳ ବିଜୟୀ ହୋଇଥିବା ବେଳେ ଗୁମାପଦର ଦଳ ଉପବିଜେତା ହୋଇଥିଲେ । ଉଦଯାପନୀ କାର୍ୟ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ବାଲିଗୁଡ଼ା ଏନ୍ଏସି ଅଧକ୍ଷ ଲୋକନାଥ ପାଢ଼ୀ, ସମ୍ମାନୀତ ଅତିଥି ଭାବେ ବାଲିଗୁଡ଼ା ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ, ନିତୁ ନାୟକ, ସୁଜିତ୍ କୁମାର ପାଳ, ପ୍ରମୋଦ କୁମାର ଦଣ୍ଡସେନା ପ୍ରମୁଖ ଯୋଗଦେଇଥିଲେ । ବିଜୟୀ ଦଳ କୁ ଟ୍ରଫି ସହ ନଗଦ ଚଉଦ ହଜାର ଟଙ୍କା ଓ ଉପ ବିଜେତା ଦଳ କୁ ଟ୍ରଫି ସହ ନଗଦ ଏଗାର ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏଥିରେ ରେଫରି ଭାବେ କ୍ରୀଡ଼ା ଶିକ୍ଷକ ଦିଲୀପ ଏବଂ ରାହୁଲ ପରିଚାଳନା କରିଥିଲେ । କାର୍ୟ୍ୟକ୍ରମ କୁ ଶୁକଦେବ, ବୁଡୁ, ଦୂର୍ଗା, ସମୀର ଙ୍କ ସମେତ ମହାମାୟୀ କବାଡି କ୍ଳବ୍ ର ସମସ୍ତ ସଦସ୍ୟ ସାହି ବାସିନ୍ଦା ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *