ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା

କଟକ, ୨୫/୧୧/୨୦୨୩ (ଓଡ଼ିଶା ସମାଚାର)-ଇତିହାସ ରଚିଲା ରେଭେନ୍ସା ବିଶ୍ୱବିଦ୍ୟାଳୟ । ରାଜ୍ୟର ପ୍ରଥମ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ପାଇଛି ନାକ୍ ଏ ପ୍ଲସ୍ ପ୍ଲସ୍ ମାନ୍ୟତା । ନାକ୍ ର ୫ ଜଣିଆ ଟିମ୍ ଅନୁଧ୍ୟାନ କରିବା ପରେ ଏହି ମାନ୍ୟତା ମିଳିଛି । ଚଳିତ ବର୍ଷ ଉତ୍କଳ ବିଶ୍ୱବିଦ୍ୟାଳୟ ଏ ପ୍ଲସ୍ ମାନ୍ୟତା ହରାଇବା ପରେ ଚିନ୍ତା ବଢ଼ିଥିଲା । ହେଲେ ରେଭେନ୍ସାକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ଖୁସି ଖବର ଆଣିଛି । ଏବେ ଦେଶର ଅନ୍ୟ ସ୍ଥାନରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନିଜର ଶାଖା ଖୋଲିପାରିବ । ଏହାସହ ଅଧିକ ଅନୁଦାନ ପାଇବାକୁ ମଧ୍ୟ ଦାବିଦାର ହେବ । ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିବା ପରେ ଏହାର ଛାତ୍ରଛାତ୍ରୀମାନେ ଖୁସି ରେ ଆତ୍ମହରା ହେବା ସେଙ୍ଗ ସେଙ୍ଗ ଖୁସି ମନାଇଛନ୍ତି ।
ନାକ୍ ଟିମର ପରିଦର୍ଶନ ପରେ ପ୍ରଥମ ଥର ପାଇଁ ବିଶ୍ୱବିଦ୍ୟାଳୟକୁ ଏହି ମାନ୍ୟତା ମିଳିଛି । ୨୦ ନଭେମ୍ବରରୁ ୨୨ ନଭେମ୍ବର ପର୍ୟ୍ୟନ୍ତ ୫ ଜଣିଆ ଟିମ୍ ଅନୁଧ୍ୟାନ କରିଥିଲେ । ସେତେବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମ, ଶିକ୍ଷାଦାନର ଶୈଳୀ, ଗବେଷଣା ଓ ଉଦଭାବନ, ପରିଚାଳନା ଓ ଭିତିଭୂମିକୁ ନାକ୍ ଟିମ୍ ପ୍ରଶଂସା କରିଥିଲେ । ଏହି ଅନୁଧ୍ୟାନ ପରେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିଛି । ଓଡ଼ିଶାରେ କୌଣସି ସରକାରୀ ବିଶ୍ୱବିଦ୍ୟାଳୟକୁ ପ୍ରଥମ ଥର ପାଇଁ ଏହି ମାନ୍ୟତା ମିଳିଛି ।ଏବେ ରେଭେନ୍ସାକୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିବା ପରେ ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟର ଗୁରତ୍ୱ ଆହୁରି ବଢ଼ିଯିବ ।

Leave a Reply

Your email address will not be published. Required fields are marked *