ଓଡ଼ିଶା ସମାଚାର

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରଯୋଜନା ଭିତିକ ନାଟ୍ୟ କର୍ମଶାଳା ପାରାଦୀପରେ ଉଦ୍ଯାପିତ

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରଯୋଜନା ଭିତିକ ନାଟ୍ୟ କର୍ମଶାଳା ପାରାଦୀପରେ ଉଦ୍ଯାପିତ

August 24
14:41 2017

ପାରାଦୀପ ୨୪/୦୮/୨୦୧୭(ଓଡ଼ିଶା ସମାଚାର)-ସଂସ୍କୃତି ବିଭାଗ ଓଡିଶା ଆନୁକୂଲ୍ୟରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଓ ପାରାଦୀପ କାନମାସର ମିଳିତ ସହଯୋଗରେ ଆୟୋଜିତ ପ୍ରଯୋଜନା ଭିତିକ ନାଟ୍ୟ କର୍ମଶାଳା ପାରାଦୀପର ଜୟଦେବ ସଦନ ଠାରେ ଅନୁଷ୍ଟିତ ହୋଇଯାଇଅଛି । ଏହି ଅବସରରେ ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ସଭାରେ ଓଡିଶା ସଂସ୍କୃତି ବିଭାଗର ନିର୍ଦ୍ଧେଶକ ଓ ଅତିରିକ୍ତ ସଚିବ ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ ପାରାଦୀପ ବନ୍ଦର ଉପାଧ୍ୟକ୍ଷ ଶ୍ରୀ ଏନ୍.ଭାୟାପୁରୀ, ପାରାଦୀପ ଜଗନ୍ନାଥ ଲଳିତ କଳା ସଂସଦର ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ସାହୁ, ପାରାଦୀପ ଭାରତୀୟ ତୈଳନିଗମ ବିଶୋଧନାଗାର ମୁଖ୍ୟ ପରିଚାଳକ ଶ୍ରୀ ଏ.ଏସ୍.ସାହାଣୀ ଓ ଅଫିସର୍ସ କ୍ଳବ ସଚିବ ଶ୍ରୀ ମିନକେତନ ସାହୁ ଯୋଗଦେଇଥିଲେ । ଏହି ଅବସରରେ ନାଟ୍ୟ ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ନାଟକ “ଗାନ୍ଧୀ ଭୂମିକାରେ” ପରିବେଶିତ ହୋଇଥିଲା । ଏହି ନାଟକର ନାଟ୍ୟକାର ଥିଲେ ଶ୍ରୀ ଶଙ୍କର ପ୍ରସାଦ ତ୍ରିପାଠୀ ଓ ନିର୍ଦ୍ଧେଶନା ଦେଇଥିଲେ ଶ୍ରୀ ଗଜେନ୍ଦ୍ର ପ୍ରସାଦ ନାୟକ । ଏହି କାର୍ଯ୍ୟକ୍ରମକୁ ଓଡିଶା ସଂଙ୍ଗିତ ନାଟକ ଏକାଡେମିର ସଚିବ ଶ୍ରୀ ପ୍ରଦୀପ କୁମାର ମିଶ୍ର ପରିଚାଳନା କରିଥିବା ବେଳେ କାନ୍ମାସ୍ର ଶ୍ରୀ ଶ୍ରୀମନ ନାରାୟଣ ମିଶ୍ର ଓ ସମସ୍ତ ସଭ୍ୟ ଏଥିରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

thirteen − five =