ଓଡ଼ିଶା ସମାଚାର

ବରୁଣେଇ ଦୂର୍ଗ ନିକଟରେ ପ୍ରସ୍ତାବିତ ଜାତୀୟ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବାକୁ ସଂସ୍କୃତି ମନ୍ତ୍ରଣାଳୟକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

ବରୁଣେଇ ଦୂର୍ଗ ନିକଟରେ ପ୍ରସ୍ତାବିତ ଜାତୀୟ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବାକୁ ସଂସ୍କୃତି ମନ୍ତ୍ରଣାଳୟକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ

August 24
11:53 2017

ନୂଆ ଦିଲ୍ଲୀ /ଭୁବନେଶ୍ୱର, ୨୪/୦୮/୨୦୧୭(ଓଡ଼ିଶା ସମାଚାର)-ପାଇକ ବିଦ୍ରୋହର ଦୁଇ ଶହ ବର୍ଷ ପୂର୍ତି ଅବସରରେ ବରୁଣେଇ ଦୂର୍ଗ ନିକଟରେ ପ୍ରସ୍ତାବିତ ଜାତୀୟ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ସହ ସମନ୍ୱୟରେ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବାକୁ ସଂସ୍କୃତି ମନ୍ତ୍ରଣାଳୟ ଏକ ଟିମ ପଠାଉ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଡ. ମହେଶ ଶର୍ମାଙ୍କୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି । ଶ୍ରୀ ପ୍ରଧାନ ଶ୍ରୀ ଶର୍ମାଙ୍କୁ ଏକ ପତ୍ର ଲେଖି ଉପରୋକ୍ତ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଅବସରରେ ଗତ ଜୁଲାଇ ୨୦ ତାରିଖରେ ବିଜ୍ଞାନ ଭବନ ଠାରେ କାର୍ଯ୍ୟକ୍ରମ ଆୟୋଜିତ କରିଥିବାରୁ ଡ. ଶର୍ମାଙ୍କୁ ଏହି ପତ୍ରରେ ଧନ୍ୟବାଦ ଅର୍ପଣ କରିବା ସହ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ବର୍ଷ ତମାମ ଚାଲିବ ବୋଲି ଉଲ୍ଲେଖ କରିଛନ୍ତି । ଜୁଲାଇ ୨୦ ତାରିଖର ଏହି କାର୍ଯ୍ୟକ୍ରମରେ ସେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ପାଇକ ବିଦ୍ରୋହର ୨ ଶହ ବର୍ଷ ପୂର୍ତି ଅବସରରେ ଖୋର୍ଧା ସହର ନିକଟରେ ଥିବା ପାଇକ ବିଦ୍ରୋହର କେନ୍ଦ୍ର ବରୁଣେଇ ଦୁର୍ଗ ନିକଟରେ ଏକ ଜାତୀୟ ସ୍ମାରକୀ ନିର୍ମାଣ କରିବାର ପ୍ରସ୍ତାବ ଦେଇଥିଲେ ।
ଏହି ପ୍ରସ୍ତାବିତ ରାଷ୍ଟ୍ରୀୟ ସ୍ମାରକୀ ପାଇଁ ଉପଯୁକ୍ତ ସ୍ଥାନ ନିରୂ ଣ କରିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏକ ଟିମ ପଠାଉ ଓ ଏହି ଟିମ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଉପଯୁକ୍ତ ସ୍ଥାନ ଚୟନ କରିବ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

thirteen + 2 =