ଓଡ଼ିଶା ସମାଚାର

ପ୍ରଥମ ଓଡ଼ିଶା ଟ୍ରାଭେଲ ବଜାର ଅକ୍ଟୋବର ୧୫ରୁ

ପ୍ରଥମ ଓଡ଼ିଶା ଟ୍ରାଭେଲ ବଜାର ଅକ୍ଟୋବର ୧୫ରୁ

August 23
18:06 2017

ନୂଆଦିଲ୍ଲୀ/ ଭୁବନେଶ୍ୱର, ୨୩/୦୮/୨୦୧୭(ଓଡ଼ିଶା ସମାଚାର)- ଅକ୍ଟୋବର ମାସ ୧୫ ତାରିଖରୁ ୧୭ ତାରିଖ ଯାଏ ଭୁବନେଶ୍ୱରରେ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଏଫଆଇସିସିଆଇର ମିଳିତ ଆନୁକୂଲ୍ୟରେ ପ୍ରଥମ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରାଯିବ ।  ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସମ୍ମିଳନୀରେ ଏ ନେଇ ନିଷ୍ପତି ହୋଇଛି । ଅକ୍ଟୋବର ୧୫ ତାରିଖ ଦିନ ହୋଟେଲ ମେ ଫେୟାରରେ ହେବାକୁ ଥିବା ଏହି ପ୍ରଥମ ଓଡ଼ିଶା ଟ୍ରାଭେଲ ବଜାରରେ ୧୯ଟି ଦେଶର ୪୦ଟି ଟୁର ଅପରେଟିଂ କମ୍ପାନିର କର୍ମକର୍ତାମାନେ ଯୋଗ ଦେବେ । ଫଳରେ ଓଡ଼ିଶା ପର୍ଯ୍ୟଟନ ଶିଳ୍ପ ଏହାଦ୍ୱାରା ଅଧିକ ପ୍ରଚାର ପ୍ରସାର ଲାଭ କରିବା ସହିତ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିବାର ସମ୍ଭାବନା ସୃଷ୍ଟି ହେବ ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଏଫଆଇସିସିଅ ।ଇର ଟୁରିଜିଂ କମିଟି ଅଧ୍ୟକ୍ଷା ଡ. ଜ୍ୟୋତ୍ସ୍ନା ପୁରୀ, ଓଡ଼ିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଡ. ନୀତିନ ଭାନୁଦାସ ଜୱ୍ାଲେ, ଓଡ଼ିଶା ହୋଟେଲ ଆଣ୍ଡ ରେଷ୍ଟୁରାନ୍ଟ ଆସୋସିଏସନର ଅଧ୍ୟକ୍ଷ ଜେ କେ ମହାନ୍ତି ଏଫଆଇସିସିଆଇର ମହାସଚିବ ଡ. ଏ ଦିଦାର ସିଂହ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five × four =