ତୁଣୁପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ କୃତି  ଛାତ୍ର ଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୨୫/୧୧/୨୦୨୩ (ଓଡ଼ିଶା ସମାଚାର)-  କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତୁଣପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିସରରେ ଶିକ୍ଷକ- ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ଏକ ବୈଠକ ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ସ୍ତରୀୟ ଶିଶୁ ଉସôବ ସୁରଭି-୨୦୨୩ରେ କନିଷ୍ଠ ବିଭାଗର କୁଇଜ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ର ପ୍ରଦୀପ କୁମାର ମଲ୍ଲଙ୍କୁ ପରିଚାଳନା ସମିତି ସଭାପତି ମାନସରଞ୍ଜନ ପ୍ରଧାନ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଏହି ବୈଠକରେ ପରିଚାଳନା ସମିତିର ସଭ୍ୟ/ସଭ୍ୟା, ବିଦ୍ୟାଳୟର ଶିକ୍ଷକ/ଶିକ୍ଷିକା ହରିରଞ୍ଜନ ପତି, ପ୍ରଜ୍ଞାପରମିତା ସାମଲ, ଅନିତା ବେହେରା, ଅର୍ପିତା ବେହେରା, ସୁଜାତା ପଲାଇ, ଅନୁପମା ବାରିକ, ବର୍ଷା ମହାନ୍ତି,କାଦମ୍ବିନୀ ଷଡଙ୍ଗୀ, ପ୍ରଭାତ କୁମାର ପରିଡା, ଅରୁଣ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ସଂପୃକ୍ତ ଛାତ୍ରଙ୍କ ମଙ୍ଗଳ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *