ଅତି ସୁନ୍ଦର ଭାବରେ ପାଳିତ ହେଲା ଉତ୍କଳ ଦିବସ

                                                       ଓଡିଶୀ ସମ୍ବଲପୁରୀ ନାଚ ରେ ଝୁମିଲେ ଦର୍ଶକ.

ବଲାଣୀ,୦୨/୦୪/୨୦୨୪ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲ୍ଲା ବଲାଣୀ ର ଉତ୍କଳ ଦିବସ ପାଳନ ସମିତି  ଦ୍ୱାରା ଉତ୍କଳ ଦିବସ ପାଳନ କରାଯାଇଛି । ସକାଳୁ ପ୍ରଭାତ ଫେରି କରିବା ସହ ଓଡିଶା ର ବରପୁତ୍ର ମାନଙ୍କୁ ମାଲ୍ୟା ଅର୍ପଣ କରି ମିଷ୍ଟାନ ବଣ୍ଟନ କରାଯାଇଥିଲା ।

ସନ୍ଧ୍ୟାରେ ବଲାଣୀ ଦୁର୍ଗା ପୂଜା ପଡିଆ ରେ ଏକ ଭବ୍ୟ କାର୍ୟ୍ୟକ୍ରମ  ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ବଲାଣୀ ଖଣି ମହା ପ୍ରବନ୍ଧକ ଶ୍ରୀ ଜୟଦେବ ଚଟୋପାଧ୍ୟାୟ । ସମିତି ର ସଭାପତି ଡକ୍ଟର ସୁରେନ ଓ ସମ୍ପାଦକ ରାଜେନ୍ଦ୍ର ଖଟୁଆ ଓଡ଼ିଆ ଭାଷା ସାହିତ୍ୟ କୁ ଆଲୋଚନା କରିଥିଲେ । ତତ ସହିତ ଏକ ବଡ଼ ଧରଣ ର ଷ୍ଟଲକରି ଓଡ଼ିଆ ଘର ପିଠା ପଣା ଓ ମିଠା ଖାଇବାର ମଜା ଦର୍ଶକ ମାନେ ନେଇଥିଲେ । ଅଧାତ୍ମିକ ପ୍ରବଚକ ପଣ୍ଡିତ ଜିତୁ ଦାଶ ଙ୍କ ଦ୍ୱାରା ଓଡ଼ିଆ ସଂସ୍କୃତି ଉପରେ ପ୍ରବଚନ ରଖାଯିବା ସହ ସ୍ଥାନୀୟ ଅଂଚଳ ର ଶିଶୁ କଳା କାର ମାନଙ୍କ ଦ୍ୱାରା ନୃତ୍ୟ  ପରିବେଶଣ କରାହିବା ସହ ସୁଦର ଭୁବନଶ୍ୱର  ରୁ ଶଙ୍ଖ ନାଦ ନୃତ୍ୟ ଅନୁଷ୍ଠାନ ର ଗୁରୁ ଶ୍ରୀ ପ୍ରଶାନ୍ତ ସାହୁ ଓ ସାଥି ମାନଙ୍କ ଦ୍ୱାରା ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ରେ ପରିବେଶ କୁ ବାନ୍ଧି ରଖିଥିଲେ ।

ପରିସରରେ ଉତ୍କଳ ଦିବସ ପାଇଁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ  ଉତିର୍ଣ ହୋଥିବା କୁନି କୁନି ପିଲାମାନଙ୍କୁ ମହା ପ୍ରବୋନ୍ଧକ ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *